Advertisment

ଟାଟା ପାୱାର ମହାଲୁଟ୍‌ର ଖୋଲୁଛି ଗୋଟିକ ପରେ ଗୋଟିଏ ଫର୍ଦ୍ଦ

ଖୋଲୁଛି ଟାଟା ପାୱାର ଲୁଟର ଗୋଟିଏ ପରେ ଗୋଟିଏ ଗୁମର। କିଭଳି ଲୁଟ୍ ର ଶିକାର ହେଉଛନ୍ତି ବିଦ୍ୟୁତ୍ ଉପଭୋକ୍ତା, ରାଜ୍ୟର କୋଣ ଅନୁକୋଣରୁ ଆସୁଛି ପୁଳା ପୁଳା ଅଭିଯୋଗ।

ଅଦ୍ୟତନ ହୋଇଛି
undefined

tata power looting consumers with different tricks in odisha

Advertisment

ଗ୍ରାହକଙ୍କୁ ଲୁଟି ଚାଲିଛି ଟାଟା ପାୱାର। ଭିନ୍ନ ଭିନ୍ନ ଏରିଆରେ ଆପଣେଇଛି ଲୁଟ୍‌ର ଭିନ୍ନ ଭିନ୍ନ ତରିକା। କେଉଁଠି ନିଜ ବିଭାଗର ଭୁଲ୍ ସତ୍ତ୍ବେ ଜୋର ଜବରଦସ୍ତ ଫାଇନ୍ କାଟି ଉପଭୋକ୍ତାଙ୍କୁ ଶୋଷୁଛି ତ’ ଆଉ କେଉଁଠି ୪୦ ଦିନିଆ ବିଲ୍ ଦେଇ ହାୟର ସ୍ଲାବରେ ଦେୟ ଆଦାୟ କରୁଛି। ଅପରପକ୍ଷରେ ଟାଟା ପାୱାରର ବିଲ୍ ଚଞ୍ଚକତା ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି।

Advertisment

ଖୋଲୁଛି ଟାଟା ପାୱାର ଲୁଟର ଗୋଟିଏ ପରେ ଗୋଟିଏ ଗୁମର। କିଭଳି ଲୁଟ୍ ର ଶିକାର ହେଉଛନ୍ତି ବିଦ୍ୟୁତ୍ ଉପଭୋକ୍ତା, ରାଜ୍ୟର କୋଣ ଅନୁକୋଣରୁ ଆସୁଛି ପୁଳା ପୁଳା ଅଭିଯୋଗ। କେଉଁଠି ଗ୍ରାହକ ବକେୟା ବିଲ୍ ଦେଇ ଦେଇ ଥକି ଗଲେଣି ତ’ ଆଉ କେଉଁଠି ୪୦ ଦିନିଆ ବିଲ୍‌ରେ ଅଦୃଶ୍ୟ ଲୁଟ୍ କରୁଛି ଟାଟା ପାୱାର। କୋରାପୁଟ ଜୟପୁର ସହରର ତିରୁପତି ପ୍ରସାଦ ପଣ୍ଡା। ମିଟର ଖରାପ ନେଇ ଟାଟା ପାୱାରକୁ ଅଭିଯୋଗ ପରେ ମିଟର ହେଲାନି ଠିକ୍। ହେଲେ ଅଦିନିଆ ଚଢ଼ାଉ କରି ଠକାମି କରିଥିବା ଅଭିଯୋଗରେ ଉପଭୋକ୍ତାଙ୍କ ଉପରେ ଲଦିଦେଲେ ୩୯ ହଜାର ଟଙ୍କାର ମୋଟା ଜରିମାନା।

ଏମିତିକି ବୁଝାମଣା କରି ୩୦ ପ୍ରତିଶତ ଫାଇନ୍ ଛାଡ଼ରେ ୨୬ ହଜାର ଟଙ୍କା ଡିପୋଜିଟ୍ ପରେ ବି ପ୍ରତିମାସ ବିଲ୍ ରେ ଯୋଡ଼ିହୋଇ ଆସୁଛି ବକେୟା ଫାଇନ୍।ଏନେଇ ଟାଟା ପାୱାର ଅଫିସରଙ୍କୁ ଯେତେ ଗୁହାରୀ କଲେ ବି ଫଳ ମିଳୁନି । ସେମିତି ଜୟପୁରର ସଞ୍ଜୟ ସୁଆରଙ୍କ ଅବସ୍ଥା ବି ସମାନ । ପ୍ରତି ମାସରେ ଠିକ୍ ସମୟରେ ବିଲ୍ ପଇଠ କରୁଥିଲେ ମଧ୍ୟ ବକେୟା ବିଲ୍ କମୁନି। 

Advertisment

କିଛିଦିନ ତଳେ ରାଜଧାନୀର ସାମନ୍ତରାପୁର ଅଞ୍ଚଳରୁ ଟାଟା ପାୱାରର ୪୦ ଦିନିଆ ବିଲ୍ ଘୋଟାଲା ସମ୍ପର୍କରେ ଆମେ ଖବର ପରିବେଷଣ କରିଥିଲୁ । ସମାନ ଢ଼ଙ୍ଗରେ ଠକେଇର ଶିକାର ହୋଇଛନ୍ତି ବାଲେଶ୍ୱର ଔପଦା ଅଞ୍ଚଳବାସୀ। ବିଲ୍ ହେଉଛି ଔପଦା ବଜାରର ଦୁଇ ଦୋକାନୀଙ୍କର। ମାସକ ବଦଳରେ ଏମାନଙ୍କ ପାଖକୁ ଆସିଛି ୩୮  ଓ ୪୦ ଦିନିଆ ବିଲ୍। ଯେଉଁଥିପାଇଁ ସେମାନଙ୍କୁ ଉଚ୍ଚ ସ୍ଲାବରେ ଅଧିକ ବିଲ୍ ପୈଠ କରିବାକୁ ପଡ଼ିଛି। ଏସବୁ ଭିତରେ ଟାଟା ପାୱାର ମେଞ୍ଚା ମେଞ୍ଚା ବିଦ୍ୟୁତ୍ ବିଲ୍ ବିଭ୍ରାଟ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି।

ଭୁବନେଶ୍ବର ପାୱାର ହାଉସ୍ ଛକସ୍ଥିତ ଟାଟା ପାୱାର ଅଫିସ ଘେରାଉ କରିଛି ଭୁବନେଶ୍ବର ଜିଲ୍ଲା ବିଜେପି । ବିଲ୍ ଟାମ୍ପରିଂ କରି ଟାଟା ପାୱାର ଉପଭୋକ୍ତାଙ୍କଠାରୁ ମାସକୁ ୫୦ କୋଟିରୁ ଅଧିକ ଟଙ୍କା ଚୂନା ଲଗାଉଛି ବୋଲି ଅଭିଯୋଗ କରିଛି ଦଳ। ବିଜେପିର ଅଭିଯୋଗ ନେଇ ଟାଟା ପାୱାର କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ତେବେ ଜୁନ୍ ମାସରେ ଅତ୍ୟଧିକ ଗରମ ଓ କାଳବୈଶାଖୀ ଯୋଗୁଁ ମିଟର ରିଡିଂ ନେବାରେ ବିଳମ୍ବ ହୋଇଥିବା ଟୁଇଟ୍ ଯୋଗେ ସଫେଇ ଦେଇଛନ୍ତି TPCODL କର୍ତ୍ତୃପକ୍ଷ।

Advertisment
TATA Power
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ