Advertisment

କମିଗଲାଣି କି ତାରାଙ୍କ ପତିଆରା ! AICC ଛଡ଼ାଇନେଲା ପତ୍ନୀଙ୍କ ପଦବୀ

ତାରା ଓ ସପ୍ତଗିରିଙ୍କ ଗୋଷ୍ଠୀ ମଧ୍ୟରେ ଲାଗିଥିଲା ଛକାପଞ୍ଝା । ୧୦ ଜିଲ୍ଲାର ନୂଆ ସଭାପତିଙ୍କ ନାଁ ଘୋଷଣା କରିଛି ଏଆଇସିସି ।

Taraprasad Bahinipati

Taraprasad Bahinipati

Advertisment

କୋରାପୁଟ ଜିଲ୍ଲା କଂଗ୍ରେସରେ କମିଲା କି ତାରାଙ୍କ ପତିଆରା ? ପତ୍ନୀ ମିନାକ୍ଷୀ ବାହିନୀପତିଙ୍କ ବଦଳରେ ନୂଆ ଜିଲ୍ଲା ସଭାପତି ହୋଇଛନ୍ତି ଦୁର୍ଗା ସାହୁ। ଏଆଇସିସି ପକ୍ଷରୁ ଆଜି ରାଜ୍ୟର ୧୦ ନୂଆ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଥିବା ବେଳେ କୋରାପୁଟ ଜିଲ୍ଲା ସଭାପତି ଥିବା ମିନାକ୍ଷୀ ବାହିନୀପତିଙ୍କୁ ସଭାପତି ପଦରୁ ବାଦ ଦିଆଯାଇ ତାଙ୍କ ସ୍ଥାନରେ ନୂଆ ସଭାପତି ଭାବେ ଦୁର୍ଗା ସାହୁଙ୍କୁ ନିଯୁକ୍ତ କରାଯାଇଛି ।

Advertisment

ଜିଲ୍ଲା ସଭାପତି ପଦ ନେଇ ପୂର୍ବରୁ ବିଧାୟକ ତାରା ବାହିନୀପତି ଓ ସାଂସଦ ସପ୍ତଗିରି ଉଲାକାଙ୍କ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। କିଛି ଦିନ ତଳେ ମିନାକ୍ଷୀଙ୍କୁ ଜିଲ୍ଲା ସଭାପତି ପଦରୁ ବାଦ୍ ନଦେବାକୁ ତାଙ୍କର କିଛି ସମର୍ଥକ କଂଗ୍ରେସ ଭବନ ଆସି ନାରାବାଜି କରିଥିଲେ । ସେପଟେ ସପ୍ତଗିରି ଉଲାକା ଗୋଷ୍ଠୀ ମଧ୍ୟ ଜିଲ୍ଲା ସଭପତି ପଦ ହାସଲ ଲାଗି ଆଶାୟୀ ଥିଲେ।

ଏବେ ୧୦ ଜିଲ୍ଲାର ସଭାପତି ପଦ ବଦଳ ପରେ ଦୀର୍ଘ ବର୍ଷ ଧରି କୋରାପୁଟ ଜିଲ୍ଲା ଦାୟିତ୍ୱରେ ଥିବା ମିନାକ୍ଷୀ ସଭାପତି ପଦରୁ ବାଦ୍ ପଡ଼ିଥିବାରୁ କୋରାପୁଟ କଂଗ୍ରେସ ରାଜନୀତିରେ ଉଷ୍ମତା ବଢ଼ିିଛି । ଦଳର ଏ ନିଷ୍ପତ୍ତିକୁ ନେଇ ମିନାକ୍ଷୀ ଖୋଲାଖୋଲି ଅସନ୍ତୋଷ ଝାଡ଼ି ସପ୍ତଗିରିଙ୍କୁ ଦାୟୀ କରିଥିବା ବେଳେ ଏନେଇ ସପ୍ତଗିରିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
Congress Odisha Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ