Advertisment

Tara Prasad Bahinipati: ଅସୁସ୍ଥ ହୋଇପଡ଼ିଲେ ତାରା; ପହଞ୍ଚିଲେ ଡାକ୍ତର

ଗତକାଲି ୧୨ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିବା ପରେ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ। ବାଚସ୍ପତିଙ୍କ ଆକ୍ସନ ପରେ ରିଆକ୍ସନ ଦେଖାଇଛନ୍ତି କଂଗ୍ରେସ ବିଧାୟକ। ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ।

Tara Prasad Bahinipati

Tara Prasad Bahinipati

Advertisment

ସାରା ରାତି ଧାରଣାର ଦେବା ପରେ ବିଗିଡ଼ିଗଲା କଂଗ୍ରେସ ବିଧାୟକ ତାରା ବାହିନୀ ପତିଙ୍କ ସ୍ୱାସ୍ଥାବସ୍ଥା। ଅସୁସ୍ଥ ହୋଇପଡ଼ିଲେ ତାରା । ସକାଳୁ ସକାଳୁ କ୍ୟାପିଟାଲ ହପିଟାଲରୁ ଡାକ୍ତର ଆସି ତାରାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଗତକାଲି ୧୨ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିବା ପରେ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ। ବାଚସ୍ପତିଙ୍କ ଆକ୍ସନ ପରେ ରିଆକ୍ସନ ଦେଖାଇଛନ୍ତି କଂଗ୍ରେସ ବିଧାୟକ। ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ।

ଅଧିକ ପଢ଼ନ୍ତୁ: ବାଚସ୍ପତିଙ୍କ ବଡ଼ ଆକ୍ସନ, କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ୭ ଦିନ ପାଇଁ ସସପେଣ୍ଡ୍

Advertisment

ମାଷ୍ଟରକ୍ୟାଣ୍ଟିନ ଛକରେ ରାତିସାରା ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ। ସେମାନଙ୍କ ସହ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ଯାଏ କଂଗ୍ରେସ ବିଧାୟକମାନେ ଗୃହ ଭିତରେ ରହିଥିଲେ। ସେମାନଙ୍କୁ ବିଧାନସଭା ସୁରକ୍ଷାକର୍ମୀ ବସ୍ ଯୋଗେ କଂଗ୍ରେସ ଭବନରେ ଛାଡିଥିଲେ। ଏହାପରେ କଂଗ୍ରେସ ବିଧାୟକମାନେ ମାଷ୍ଟରକ୍ୟାଣ୍ଟିନ ଛକରେ ଧାରଣାରେ ବସିଛନ୍ତି। ଏଥିସହ ରାତିସାରା ରାତି କଟାଇଛନ୍ତି।

 କଂଗ୍ରେସ ବିଧାୟକ ତାରା ବାହିନୀ ପତି କହିଛନ୍ତି, ଗଣତନ୍ତ୍ରକୁ ହତ୍ୟା କରିଛନ୍ତି, ମୋତେ ନ୍ୟାୟ ଦରକାର।' ମହିଳାଙ୍କ ସୁରକ୍ଷା ପାଇଁ ସର୍ବଦଳୀୟ କମିଟି ଆମର ଦାବି ଥିଲା। ପିସିସି ସଭାପତି ଭକ୍ତ ଚରଣ ଦାସ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର ଓ ଜୟଦେବ  ଜେନା ଆମକୁ ଦେଖିବାକୁ ଆସିଥିଲେ। ଆମକୁ ଦେଖିବାକୁ ଆସିଥିବା ଏହି ପୂର୍ବତନ ମନ୍ତ୍ରୀମାନଙ୍କୁ ବିଧାନସଭା ଭିତରକୁ ଛଡ଼ାଗଲାନି। ଆମକୁ ପୋଲିସ ଲଗାଇ ମାଡ଼ ମାରିଲେ, ଗାଳିଗୁଲଜ କଲେ। ମରିଯିବୁ ପଛେ ଡରିବୁନି, ମୋତେ ନ୍ୟାୟ ଦରକାର ବୋଲି କହିଛନ୍ତି ତାରା।

Advertisment

ଅଧିକ ପଢ଼ନ୍ତୁ: କଂଗ୍ରେସର ହାଇଡ୍ରାମା; ରାଜରାସ୍ତାରେ ରାତି କାଟିଲେ

Congress Congress Party Congress MLAs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ