Advertisment

ଭୋଟ୍ ପାଇଁ ଈଶ୍ୱରଙ୍କ ନାଁରେ ଶପଥ ପାଠ, ଶପଥ କରାଉଛନ୍ତି ଚିତ୍ରକୋଣ୍ଡା ବିଧାୟକଙ୍କ ପୁଅ

ଭୋଟ୍ ପାଇଁ ଈଶ୍ୱରଙ୍କ ନାଁରେ ଶପଥ ପାଠ । ଲୋକଙ୍କ ଶପଥ କରାଉଛନ୍ତି ଚିତ୍ରକୋଣ୍ଡା ବିଧାୟକଙ୍କ ପୁଅ । ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପୁଅ ଭୋଟ୍ ଦେବେ ସମ୍ପର୍କରେ ଶପଥ କରାଉଛନ୍ତି ।

ଅଦ୍ୟତନ ହୋଇଛି
Swearing in the name of God to vote

Swearing in the name of God to vote

Advertisment

ଭୋଟ୍ ପାଇଁ ଈଶ୍ୱରଙ୍କ ନାଁରେ ଶପଥ ପାଠ । କେଉଁ ପ୍ରାର୍ଥୀଙ୍କୁ ଲୋକେ ଭୋଟ୍ ଦେବେ ସେ ନେଇ ଈଶ୍ୱରଙ୍କ ନାଁରେ ଶପଥ କରାଗଲା ।  ଏଭଳି କିଛି ଘଟଣା ଘଟିଛି ମାଲକାନଗିରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବଡ଼ଦୁରାଲ ପଞ୍ଚାୟତରେ । 

Advertisment

ଗାଁକୁ ଯାଇ ଲୋକଙ୍କୁ ଈଶ୍ୱରଙ୍କ ନାଁରେ ଶପଥ କରାଉଛନ୍ତି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପୁଅ ମହେଶ ବାକା ।  ଲୋକଙ୍କ ପାଖକୁ ଯାଇ କେଉଁ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଲୋକେ ଭୋଟ୍ ଦେବେ ସେ ସମ୍ପର୍କରେ ଶପଥ କରାଉଛନ୍ତି ।

ଖାଲି ଶପଥ ନୁହେଁ ଯଦି, ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ ଭୋଟ୍ ନଦିଅନ୍ତି ତେବେ ସେ ଭଗବାନଙ୍କ ଦ୍ୱାରା ଦଣ୍ଡ ପାଇବେ ବୋଲି ଶପଥରେ କୁହାଯାଇଛି ।  ଘଟଣା ସମୟର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ଚିତ୍ରକୋଣ୍ଡା ବିଧାୟକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପ୍ରତିକ୍ରିୟା ମିଳିପାରିନି । 

Advertisment
Malkangiri Swearing For Vote
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ