Advertisment

ସାମ୍ବିଧାନିକ ପଦ ପ୍ରତି ଶାସକ ଦଳର ସମ୍ମାନ ଅଛି ତ ? ୨ ମାସ ପରେ ବି ପୂରଣ ହୋଇପାରୁନି ବାଚସ୍ପତି ପଦ

ପ୍ରଶ୍ନ ଉଠୁଛି କ୍ଷୁର୍ଣ୍ଣ ହେଉନି ତ ବାଚସ୍ପତିଙ୍କ ପଦ ମର୍ଯ୍ୟାଦା ? ପଦ ପୂରଣରେ ଜାଣି ଶୁଣି ଶାସକ ବିଜେଡି ସମୟ ଗଡ଼େଇ ଚାଲିଛି ନା ଅଛି କିଛି ଦଳୀୟ କେଁ ? ଏବେ ବିନା ବାଚସ୍ପତିରେ ଚାଲିଛି ବିଧାନସଭାର ବିଭିନ୍ନ କାର୍ଯ୍ୟ।

Suspense over Odisha Assembly Speaker continues

Suspense over Odisha Assembly Speaker continues

Advertisment

ବିଧାନସଭା ବାଚସ୍ପତି ପଦକୁ ନେଇ ହଟୁନି ସସପେନ୍ସ। ଦୀର୍ଘ ୨ ମାସ ୧୦ ଦିନ ପରେ ବି ପୂରଣ ହୋଇନି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ। ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। କଂଗ୍ରେସ ଏହାକୁ ପରମ୍ପରା ବିରୋଧୀ କହି ବର୍ଷିଥିଲା ବେଳେ ବିଜେପି ବି ଅଗଣତାନ୍ତ୍ରିକ କହି ସମାଲୋଚନା କରିଛି। ଏଥିସହ ତୁରନ୍ତ ବାଚସ୍ପତି ନିର୍ବାଚନ ପାଇଁ ଦାବି କରିଛନ୍ତି ଉଭୟ ଦଳ। ତେବେ ବିଜେଡି କହିଛି ଠିକଣା ସମୟରେ ନିଷ୍ପତ୍ତି ନିଆଯିବ।

Advertisment

ମେ 12 ତାରିଖର କଥା। ହଠାତ୍ ବ୍ୟକ୍ତିଗତ କାରଣ ଦର୍ଶାଇ ବାଚସ୍ପତି ପଦରୁ ଇସ୍ତଫା ଦେଇଦେଲେ। ପରେ ଅର୍ଥମନ୍ତ୍ରୀ ବି ହେଲେ ବିକ୍ରମ ଆରୁଖ। ହେଲେ ସେବେଠୁ ବାଚସ୍ପତି ପଦ ଖାଲି ପଡ଼ିଛି ଯେ ପଡ଼ିଛି। ଅଢ଼େଇ ମାସ ଧକ୍କା ଖାଇବାକୁ ବସିଥିଲେ ବି ସରକାରୀ କଳରେ ଉଁ ଚୁଁ ଥିଲା ଭଳି ଲାଗୁନି। ଯାହାକୁ ନେଇ ନାନା ଚର୍ଚ୍ଚା ନାନା ଆଲୋଚନା। ସେବେଠୁ ଉପ ବାଚସ୍ପତି ରଜନିକାନ୍ତ ସିଂ ଆକ୍ଟିଂ ବାଚସ୍ପତି ଦାୟିତ୍ୱ ନିର୍ବାହ କରୁଥିଲେ ବି ଲୋକତାନ୍ତ୍ରିକ ଶାସନ ବ୍ୟବସ୍ଥାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପଦବୀଟି ଏତେ ଦିନ ଧରି ଖାଲି ପଡ଼ିବାକୁ ନେଇ ବଢୁଛି ଅସନ୍ତୋଷ।

ପ୍ରଶ୍ନ ଉଠୁଛି ସାମ୍ବିଧାନିକ ପଦ ପ୍ରତି ବିଜେଡିର ସମ୍ମାନ ଅଛି ତ ? କ୍ଷୁର୍ଣ୍ଣ ହେଉନି ତ ବାଚସ୍ପତିଙ୍କ ପଦ ମର୍ଯ୍ୟାଦା ? ପଦ ପୂରଣରେ ଜାଣି ଶୁଣି ଶାସକ ବିଜେଡି ସମୟ ଗଡ଼େଇ ଚାଲିଛି ନା ଅଛି କିଛି ଦଳୀୟ କେଁ ? ଏବେ ବିନା ବାଚସ୍ପତିରେ ଚାଲିଛି ବିଧାନସଭାର ବିଭିନ୍ନ କାର୍ଯ୍ୟ। ଏମିତିକି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଥିବା ବିଭିନ୍ନ ହାଉସ କମିଟିର ବୈଠକ ବି ଠିକଣା ଢଙ୍ଗରେ ବସି ପାରୁନି। ଯାହାକୁ ନେଇ ବିଜେଡିକୁ ଘେରିଛନ୍ତି ବିରୋଧୀ। କଂଗ୍ରେସ ଏହାକୁ ପରମ୍ପରା ବିରୋଧୀ ବୋଲି କହିଥିଲା ବେଳେ ବାଚସ୍ପତି ପଦକୁ ବିଜେଡି ଦଳୀୟ ପଦ ଭାବୁଛି ବୋଲି ଅଭିଯୋଗ କରିବା ସହ ଏହା ଅଗଣତାନ୍ତ୍ରିକ ବୋଲି କହିଛି ବିଜେପି। ତେବେ ବିଜେଡି କହିଛି ଠିକଣା ସମୟରେ ନିଷ୍ପତ୍ତି ନିଆଯିବ।

Advertisment

ତେବେ କାହିଁକି ପୂରଣ ହେଉନି ବାଚସ୍ପତି ଭଳି ସାମ୍ବିଧାନିକ ପଦବୀ ? କେଉଁଠି ରହିଛି ଅସୁବିଧା। କାହାର ଚାପରେ ଅଟକିଛି ବାଚସ୍ପତି ନିର୍ବାଚନ ? ନା ଏଥିପାଇଁ କେହି ଆଗ୍ରହୀ ନାହାନ୍ତି ? ଆଗକୁ ନିର୍ବାଚନ ଥିବାରୁ ବାଚସ୍ପତି ପଦବିଧାରୀ ବିଧାୟକଙ୍କ ଭଳି ପ୍ରଚାର କରିପାରିବେ ନାହିଁ। ସେଇଥିପାଇଁ କେହି ମଙ୍ଗୁ ନାହାନ୍ତି କି ? ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡି କାହାକୁ ବାଚସ୍ପତି କରିବ ତାହା ସ୍ଥିର କରିପାରୁନି। ତେବେ ବାଚସ୍ପତି ପଦ ପାଇଁ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ଶଶିଭୂଷଣ ବେହେରା, ଦେବୀପ୍ରସାଦ ମିଶ୍ର ଓ ଅମର ଶତପଥୀଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି। ଅନ୍ୟପଟେ ଆଗକୁ ମୌସୁମୀ ଅଧିବେଶନ ଥିବାରୁ କେବେ ବାଚସ୍ପତି ପଦ ପୂରଣ ହେବ ତାକୁ ହିଁ ଅପେକ୍ଷା।

BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ