Advertisment

ଖୁବଶୀଘ୍ର ଫିଟିବ ବିଜେପି-ବିଜେଡି ମେଣ୍ଟ ଗଣ୍ଠି ! ଶାହଙ୍କ ଘରେ ଜରୁରୀ ବୈଠକ

ଶାହଙ୍କୁ ଭେଟିଲେ ରାଜ୍ୟ ବିଜେପି ନେତୃତ୍ୱ । କାଲି ନବୀନ ନିବାସରେ ବିଜେଡିର ବଡ଼ ବୈଠକ ।

ଅଦ୍ୟତନ ହୋଇଛି
undefined

Odisha Politics

Advertisment

ଖୁବ ଶୀଘ୍ର ଫିଟିବ ବିଜେପି-ବିଜେଡି ମେଣ୍ଟ ଗଣ୍ଠି ! ଅମିତ ଶାହଙ୍କ ଘରେ ବିଜେପି ରାଜ୍ୟ ନେତୃତ୍ୱଙ୍କ ବୈଠକ। ଆସନ୍ତାକାଲି ନବୀନ ନିବାସରେ ବିଜେଡିର ବଡ଼ ବୈଠକ। ଆଜି ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ଦିଲ୍ଲୀରେ ଡେରା ପକାଇଥିବା ରାଜ୍ୟ ବିଜେପି ନେତୃତ୍ୱ । ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସଂପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ଆଲୋଚନା କରିଛନ୍ତି ଶାହ। 

Advertisment

ବୈଠକରେ ମେଣ୍ଟ ନେଇ ଫୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ, ମେଣ୍ଟ ହେଉଛି ନା ନାହିଁ ସେନେଇ କିନ୍ତୁ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। କୁହାଯାଉଛି ଖୁବ୍ ଶୀଘ୍ର ଏନେଇ ସ୍ପଷ୍ଟ ଚିତ୍ର ଆସିପାରେ। ଅନ୍ୟପଟେ ଆସନ୍ତାକାଲି ନବୀନ ନିବାସରେ ବିଜେଡିର ମଧ୍ୟ ବଡ଼ ବୈଠକ ଡକାଯାଇଛି। ଅପରାହଣରେ ସମସ୍ତ ବରିଷ୍ଠ ନେତାଙ୍କୁ ଡକାଇଛନ୍ତି ସୁପ୍ରିମୋ। କୁହାଯାଉଛି ଏହି ବୈଠକରେ ମେଣ୍ଟ ନେଇ ସ୍ପଷ୍ଟ ସୂଚନା ମିଳିପାରେ। 

୬ ତାରିଖରୁ ମେଣ୍ଟ କସରତ ଆରମ୍ଭ ହୋଇଥିଲେ ବି ପ୍ରଶ୍ନ ହେଉଛି ଏହା କେଉଁଠି ଅଟକିଛି? କୁହାଯାଉଛି ଆସନ ଭାଗବଣ୍ଟା ସହ ପାୱାର ଡିଷ୍ଟ୍ରିବ୍ୟୁସନ ବି ମେଣ୍ଟ ପ୍ରକ୍ରିୟାରେ କଣ୍ଟା ହୋଇଛି। ସିଟ୍ ବୁଝାମଣାରେ ଉଭୟ ଦଳ ପରସ୍ପର ସହ ସହମତି ହୋଇ ପାରୁନାହାନ୍ତି, ଯଦିଓ ବିଜେପି-ବିଜେଡି ଲୋକସଭାରେ ୧୩-୮ ଆଉ ବିଧାନସଭାରେ ୪୯-୯୮ ନେଇ ଚର୍ଚ୍ଚା ଲାଗି ରହିଛି। କିନ୍ତୁ ମେଣ୍ଟ ନଛିଡିବାର କାରଣ କୁହାଯାଉଛି, ଅଧିକ ସିଟ୍ ଦାବି କରୁଛି ବିଜେପି।

Advertisment

ଓଡିଶାରେ ମୋଦିଙ୍କ ଲୋକପ୍ରିୟତା ଅଧିକା ଥିବା ସହ ସର୍ଭେ ରିପୋର୍ଟ ବିଜେପି ସପକ୍ଷରେ ଥିବାରୁ ବିଧାନସଭାରେ ୫୦ରୁ ଅଧିକ ସିଟ୍ ଦାବି କରୁଛି ବିଜେପି। କାହିଁକି ନା ମେଣ୍ଟ ପରେ ବିଜେଡିର ସହଯୋଗ ମିଳିବ କି ନାହିଁ, ପୁରୁଣା ଅନୁଭୂତିରୁ ବିଶ୍ୱାସ କରିପାରୁନି ଦଳ। ଅନ୍ୟ ପଟେ ବିଜେଡି ମଧ୍ୟ ୧୦୦ ତଳକୁ ନଆସିବାକୁ ଜିଦ୍ ଧରି ବସିଛି। କାହିଁକି ନା ଦଳୀୟ ଅନ୍ତକନ୍ଦଳ ଏତ ଜୋରରେ ଅଛି ଯେ ୧୦୦ ସିଟ୍ ରେ ଲଢ଼ିଲେ ବି ଏକାକୀ ମ୍ୟାଜିକ୍ ନମ୍ବର ଛୁଇଁବ କି ନାହିଁ ଦଳ ଭିତରେ ଦ୍ୱନ୍ଦ ରହିଛି।

ଅନ୍ୟପଟେ ଯଦି ବିଜେପି ଅଧିକ ସଂଖ୍ୟାରେ ଆସେ ତାହେଲେ ସରକାରରେ ବିଜେପିର ଚାପ ଅଧିକ ରହିବ ବୋଲି ବି ଅନୁମାନ କରୁଛି ଦଳ। ଏହା ସହ ମେଣ୍ଟ କସରତ ଭିତରେ ପାଓ୍ୱାର ଡିଷ୍ଟ୍ରିବ୍ୟୁସନକୁ ନେଇ ବି ଅଡୁଆ ଥିବା କୁହାଯାଇଛି। ଏମିତି ବି ଚର୍ଚ୍ଚା ହେଉଛି, ସରକାରରୁ ବିଜେପିକୁ ଦୂରେଇ ରଖିବାକୁ ଚାହୁଁଛି ବିଜେଡି। ଅର୍ଥାତ୍ ରାଜ୍ୟରେ ମେଣ୍ଟ ସରକାର ହେଲେ ବିଜେପିର କେହି ମନ୍ତ୍ରୀ ରହିବେନି, ଯାହାକୁ ନେଇ ବିଜେପି ରାଜି ହେଉନି।

Advertisment

ଲଗାତର ୮ ଦିନ ଧରି ମେଣ୍ଟ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ କୁହାଯାଉଛି ଆସନ୍ତାକାଲି ଏହା ଉପରୁ ପରଦା ହଟିପାରେ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ