Advertisment

କେବେ ଖୋଲିବ ରତ୍ନଭଣ୍ଡାର ? ରଥଯାତ୍ରା ଭିତରେ ନା ତାପରେ ବଢିଲା ଦ୍ୱନ୍ଦ୍ୱ...

ଛତିଶା ନିଯୋଗରେ ପ୍ରସଙ୍ଗ ଉଠିନଥିବା କହିଲେ ସେବାୟତ । ଆଇନମନ୍ତ୍ରୀଙ୍କ ସୂଚନା, ଖୋଲିବା ପ୍ରକ୍ରିୟାରେ ଅଛନ୍ତି ସରକାର ।

undefined

Ratna Bhandar

Advertisment

କେବେ ଖୋଲିବ ରତ୍ନଭଣ୍ଡାର ? ରଥଯାତ୍ରା ଭିତରେ ନା ସରିବା ପରେ ? ତାକୁ ନେଇ ଚର୍ଚ୍ଚା ଯେତିକି, ଦ୍ୱନ୍ଦ୍ୱ ବି ସେତିକି । ଗୋଟିଏ ପଟେ ରତ୍ନଭଣ୍ଡାର ଭିତର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି ବାରମ୍ବାର ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା କହି ଆସୁଥିବାବେଳେ ଏହାର ସଂରକ୍ଷଣକୁ ବି ଗୁରୁତ୍ୱ ଦେଉଛି।

Advertisment

ତେବେ ଯଦି ରତ୍ନଭଣ୍ଡାର ଖୋଲାଯାଏ ତାହାଲେ ଖାଲି ମରାମତି ହେବ ନା ଦୁର୍ମୂଲ୍ୟ ଅଳଙ୍କାର ସବୁର ଗଣତି ଓ ମଣତି ବି ହେବ ? ସେନେଇ କିଛି ସ୍ପଷ୍ଟତା ଆସୁନଥିବାରୁ ଭକ୍ତ, ସେବାୟତ ଓ ବୁଦ୍ଧିଜୀବୀ ସମସ୍ତେ ସନ୍ଦୀହାନ। ତେଣେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଛତିଶା ନିଯୋଗର ମଧ୍ୟ ପରାମର୍ଶ ନିଆଯିବା ଜରୁରୀ । ହେଲେ ଅଦ୍ୟାବଧି ଛତିଶା ନିଯୋଗରେ ଏପ୍ରସଙ୍ଗରେ ପଦୁଟିଏ ବି ଆଲୋଚନା ହୋଇନାହିଁ ବୋଲି ସଫା ସଫା କହିଛନ୍ତି ଛାମୁ ଖୁଣ୍ଟିଆ ନିଯୋଗ ସଭାପତି।

ତାସହ ସେ କହିଛନ୍ତି- ଛତିଶା ନିଯୋଗରେ ଆଲୋଚନା ପରେ ଯାଇ ହିଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ, ତାପରେ ଭଣ୍ଡାର ଘର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ । ଏପଟେ ରତ୍ନଭଣ୍ଡାର ମରାମତି ପୂର୍ବରୁ ତା ଭିତରେ ଥିବା ଅଳଙ୍କାର ଭର୍ତ୍ତି ସିନ୍ଦୁକ ସବୁକୁ ଆଗେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଯିବା ଦରକାର ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସମହାପାତ୍ର।

Advertisment

ସେ ଆହୁରି ମଧ୍ୟ କହିଛନ୍ତି- ବିନା ଅଳଙ୍କାର ଗଣତିରେ ସିନ୍ଦୁକ ସ୍ଥାନାନ୍ତର ଅସମ୍ଭବ। ଏଥିଲାଗି ବି ରାଜ୍ୟ ସରକାରଙ୍କ ଅନୁମତି ଜରୁରୀ। ସେମିତି ଗତବର୍ଷ ରଥଯାତ୍ରା ସମୟରେ ଓଟିଭିକୁ ସାକ୍ଷାତକାରରେ ନିଜେ ଗଜପତି ମହାରାଜା ମଧ୍ୟ- କହିଥିଲେ ଆଗେ ରତ୍ନଭଣ୍ଡାର ଅଳଙ୍କାର ଗଣାଯାଇ ତାଲିକା ହେବା ପରେ ମରାମତି କରାଯିବା ଦରକାର।

ସେପଟେ ରତ୍ନଭଣ୍ଡାର ଖୋଲିବା ନେଇ ଗତକାଲି ଏଏସଆଇ ସୁପରିଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟଙ୍କ ପକ୍ଷରୁ ଗଣମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ସୂଚନା ଦିଆଯିବା ଓ ପରେ ତାକୁ ବିଭ୍ରାନ୍ତିକର ବୋଲି ଆଇନମନ୍ତ୍ରୀ ଦର୍ଶାଇବା ନେଇ ତେଜିଛି ରାଜନୀତି। ଉଭୟ ବିଜେଡି ଓ କଂଗ୍ରେସ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି। ଆଇନମନ୍ତ୍ରୀ ଗତକାଲି କହିଥିଲେ- ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ନେଇ ରାଜ୍ୟ ସରକାର ପ୍ରକ୍ରିୟା ଚଳାଇଛନ୍ତି। ସରକାରଙ୍କ ନିଷ୍ପତ୍ତି ପରେ ଯାଇ ଏସମ୍ପର୍କରେ ସ୍ପଷ୍ଟତା ଆସିବ।

Advertisment

୧୯୭୮ ମସିହା ପରଠୁ ଆଉ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇନି। ଯାହାକୁ ନେଇ ଢେର ତମ୍ବିତୋଫାନ୍ ଚାଲିଛି। ଏମିତିକି ବିଜେଡି ସରକାର ଅମଳରେ ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ରତ୍ନଭଣ୍ଡାର ଅଳଙ୍କାର ତଦାରଖ କମିଟି ମଧ୍ୟ ଗଢ଼ାଯାଇଛି। ଯାହାର ଦୁଇ ଥର ବୈଠକ ବି ସରିଛି । ୟା ଭିତରେ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାରକୁ ନିର୍ବାଚନୀ ଏଜେଣ୍ଡାରେ ରଖି ବିଜେପି ରାଜ୍ୟରେ କ୍ଷମତାକୁ ଆସିଥିବାବେଳେ, କେତେ ଶୀଘ୍ର ଖୋଲୁଛି ମହାପ୍ରଭୁଙ୍କ ଅଳଙ୍କାର ଭଣ୍ଡାର, ଏବେ ତାକୁ ଅପେକ୍ଷା।

Lord Jagannath Puri Srimandir Puri Temple Ratnabhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ