Advertisment

ଗଞ୍ଜାମର ସର୍ବକନିଷ୍ଠ ବ୍ଲକ୍‌ ଚେୟାରମ୍ୟାନ୍ ହେଲେ ରାଜବଂଶର ଦାୟାଦ

ମୁଁ ଲୋକଙ୍କ ସହିତ ରହି କାମ କିପରି କରିବି, ତାହା ମୋର ପ୍ରାଥମିକତା ହେବ।

ଅଦ୍ୟତନ ହୋଇଛି
ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ

ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ

Advertisment

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲାର ସର୍ବକନିଷ୍ଠ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଧରାକୋଟ ରାଜବଂଶର ଦାୟାଦ ସୁଲକ୍ଷଣା ଦେବୀ।  ସେ ଧରାକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ନୂତନ ଭାବେ ରାଜନୀତିରେ ପାଦ ଦେଇଛନ୍ତି ଧରାକୋଟ ରାଜା ତଥା ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଝିଅ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ। ୨୫ ବର୍ଷୀୟା ସୁଲକ୍ଷଣା ରାଜନୀତି ଆରମ୍ଭରୁ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିବେ। ଏତେ କମ୍ ବୟସରୁ ମିଳିଥିବା ସଫଳତା ଏବଂ ଆଗାମୀ ରାଜନୈତିକ ଲକ୍ଷ୍ୟ କଣ ରହିଛି ସେ ସମ୍ପର୍କରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି

Advertisment

ପ୍ର: ପ୍ରଥମଥର କରି ରାଜନୀତିରେ ପାଦ ଥାପିଲେ ଓ ଜିତିଲେ, ଋଣନୀତି କିଭଳିଥିଲା?

ଉ: କ୍ୟାମ୍ପେନିଂ ଟାଇମ୍‌ରେ ବହୁତ ଭଲ ଅନୁଭୂତି ରହିଥିଲା। ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ତାଙ୍କ ପାଇଁ ମୋତେ ସୁଯୋଗ ମିଳିଲା। 

ପ୍ର: କମ୍‌ ବୟସରୁ ବ୍ଲକ୍‌ ଅଧ୍ୟକ୍ଷା ହେଲେ। କିଏ ପ୍ରେରଣା ଦେଇଥିଲେ?

ଉ: ମୋ ପରିବାରରୁ ମୁଁ ପ୍ରେରଣା ପାଇଛି। ମୋର ଜେଜେବାପା ଅନନ୍ତ ନାରାୟଣ ସିଂଦେଓ, ମୋ ବାପା ସ୍ୱର୍ଗତଃ କିଶୋର ଚନ୍ଦ୍ର ସିଂଦେଓ ଓ ମୋର ଜେଜେମା ସ୍ୱର୍ଗତଃ ଶାନ୍ତି ଦେବୀ, ଏମାନେ ରାଜନୀତିରେ ସକ୍ରିୟ ଥିଲେ। ଲୋକଙ୍କ ସେବା କରିଥିଲେ। ମୁଁ ଲୋକଙ୍କ ପାଇଁ କିଛି କରିବାକୁ ଚାହୁଁଛି।

Advertisment

ପ୍ର: ଧରାକୋଟ ବ୍ଲକ୍‌ର କେଉଁ ସମସ୍ୟାକୁ ପ୍ରଥମେ ଗୁରୁତ୍ୱ ଦେବେ?

ଉ: ସମସ୍ୟା ତ ବହୁତ ଅଛି। କିନ୍ତୁ ପାଣି ସମସ୍ୟା, ଶିକ୍ଷା ଓ ମହିଳା ସଶକ୍ତିକରଣକୁ ମୁଁ ପ୍ରଥମେ ଗୁରୁତ୍ୱ ଦେବି।  

ପ୍ର: ତୁଙ୍ଗନେତାଙ୍କ ସହ ତାଳଦେଇ ଆପଣ କିପରି ଆଗକୁ ଯିବେ?

ଉ: ଏଥିରେ ବୟସ କୌଣସି ଅର୍ଥ ରଖେନାହିଁ। ବରଂ ତାଙ୍କଠାରୁ ଅନେକ କିଛି ଶିଖିବାକୁ ମିଳିବ। ତାଙ୍କଠାରୁ ବହୁତ ଭଲ ଅନୁଭୂତି ମିଳିବ।  

Advertisment

ପ୍ର: ଆଗାମୀ ଦିନରେ ଆପଣ ସକ୍ରିୟ ରାଜନୀତିରେ ରହିବେ? ନା ଦିଗ ପରିବର୍ତ୍ତନ କରିବେ?

ଉ: ମୁଁ ଲୋକଙ୍କ ସହିତ ରହି କାମ କିପରି କରିବି, ତାହା ମୋର ପ୍ରାଥମିକତା ହେବ।  

Panchayat Election Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ