Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିସଫଲ୍, ସିଏମଓରେ ସୁରେଶ ମହାପାତ୍ରଙ୍କ ନିଯୁକ୍ତିକୁ ନେଇ ବଢ଼ିଲା ଚର୍ଚ୍ଚା

ରାଜନୈତିକ ସମୀକ୍ଷକଙ୍କ ମତରେ ରାଜ୍ୟରେ ଅଣ ଓଡିଆ ଅଫିସରଙ୍କ ରାଜୁତି ବଢୁଥିବା ଚର୍ଚ୍ଚାରେ ବିରାମ ଲଗାଇବାକୁ ସୁରେଶ ମହାପାତ୍ରଙ୍କୁ ସିଏମ୍ଓର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି।

ଅଦ୍ୟତନ ହୋଇଛି
undefined

Suresh Mohapatra

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିସଫଲ୍। ପାୱାର କରିଡରରେ ହଲଚଲ୍ । ନବୀନଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଥିବା ଭି. କେ. ପାଣ୍ଡିଆନ୍‌ଙ୍କ VRS ପରେ ସିଏମ୍ଓର ନବକଳେବର । ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା OERCର ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି। ସେହିପରି ଆର୍. ବାଲକ୍ରିଷ୍ଣନଙ୍କ ଠାରୁ ସିଏମ୍ଓର ମୁଖ୍ୟ ପରାମର୍ଶଦାତା ପଦବୀ ଅପସାରିତ କରାଯାଇଛି। କିନ୍ତୁ ସେ ସ୍ପେଶାଲ ଇନିସିଏଟିଭସ୍‌ର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ଅନ୍ୟପଟେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କଠାରୁ ବି ପ୍ରମୁଖ ପରାମର୍ଶଦାତା ଦାୟିତ୍ୱକୁ ଅପସାରିତ କରାଯାଇଛି। ଚର୍ଚା ହେଉଛି, ଆଗକୁ ଅସିତ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିପାରନ୍ତି। ଆଉ ଏପଟେ ନୂଆ ବର୍ଷରେ ରାଜ୍ୟକୁ ନୂଆ ମୁଖ୍ୟ ଶାସନ ସଚିବ ଓ ଡିଜି ପୋଲିସ୍ ମିଳିପାରେ।

Advertisment

ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ବିଜେଡିର ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ସୋସିଆଲ୍ ମିଡିଆ-ଏକ୍ସ ପୋଷ୍ଟ । ଯେଉଁଥିରେ ସେ ପ୍ରଶ୍ନ କରିଛନ୍ତି, ଗତକାଲିର ବ୍ୟୁରୋକ୍ରାଟିକ ରିସଫଲ୍ ପରେ କ’ଣ ଦୁଇ ଅଣଓଡିଆ ଅଫିସର ନୂଆ ମୁଖ୍ୟଶାସନ ସଚିବ ଓ ନୂଆ ଡିଜି ପଦବୀରେ ବସିବାର ସମ୍ଭାବନା ରହିଛି କି ? ଯଦି ଏହା ହୁଏ, ତା ହେଲେ ସ୍ୱାଧନୀତା ପରେ ଏହା ପ୍ରଥମ ହେବ । ତେବେ ଏହା ନ ହୋଇପାରେ ବୋଲି ବି ଅନୁମାନ ବି କରିଛନ୍ତି।

ସେପଟେ ରାଜନୈତିକ ସମୀକ୍ଷକଙ୍କ ମତରେ ରାଜ୍ୟରେ ଅଣ ଓଡିଆ ଅଫିସରଙ୍କ ରାଜୁତି ବଢୁଥିବା ଚର୍ଚ୍ଚାରେ ବିରାମ ଲଗାଇବାକୁ ସୁରେଶ ମହାପାତ୍ରଙ୍କୁ ସିଏମ୍ଓର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ନୂଆ ବର୍ଷରେ ରାଜ୍ୟ ସରକାରଙ୍କ ଫ୍ଲାଗ୍ ସିପ୍ ପ୍ରୋଗ୍ରାମ ଶ୍ରୀମନ୍ଦିର ପ୍ରକଳ୍ପର ଲୋକାର୍ପଣ ହେବ। ଶ୍ରୀମନ୍ଦିର ପ୍ରଶାସକ ଭାବେ ଅଭିଜ୍ଞତା ଥିବାରୁ ସୁରେଶ ପ୍ରକଳ୍ପକୁ ଅଧିକ ସକ୍ରିୟ କରାଇପାରିବେ। କିନ୍ତୁ ରାଜ୍ୟରେ ଚାଲିଥିବା ଅବସରପ୍ରାପ୍ତ ଅଫିସରଙ୍କ ପୁନଃନିଯୁକ୍ତି କେଉଁଠି ନା କେଉଁଠି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Advertisment

ତେବେ ସୁରେଶ କାହିଁକି ହେଲେ ସିଏମ୍ଓର ମୁଖ୍ୟ ପରାମର୍ଶଦାତା? ସିଏମ୍ଓର ଯେ ସେ ଅତ୍ୟନ୍ତ ବିଶ୍ୱସ୍ତ ଏଥିରେ ସନ୍ଦେହ ନାହିଁ। ଯେଉଁଥିପାଇଁ ମୁଖ୍ୟ ଶାସନ ସଚିବ ଥିବା ବେଳେ ସୁରେଶଙ୍କର ଦୁଇ ଦୁଇ ଥର କାର୍ଯ୍ୟକାଳ ବଢାଇଥିଲେ ସରକାର। ଏହାବାଦ୍ ପାଣ୍ଡିଆନ ଆଗକୁ ସକ୍ରିୟ ରାଜନୀତିକୁ ଗଲେ ସିଏମ୍ ଓ ସମ୍ଭାଳିବାକୁ ଜଣେ ବରିଷ୍ଠ ଆଇଏଏସ୍‌ଙ୍କ ଦରକାର ଥିଲା। କିନ୍ତୁ ବିରୋଧୀ ଦକ୍ଷତା ପରିବର୍ତ୍ତେ ଏଥିରୁ ରାଜନୀତିର ଗନ୍ଧ ବାରିଛନ୍ତି।

ବିଜେପି କହିଛି OERC ଅଧ୍ୟକ୍ଷ ଥିବାବେଳେ ତାମିଲନାଡୁର ଏକ ଘରୋଇ ସଂସ୍ଥା ସହ ହୋଇଥିବା ସୁନ୍ଦରଗଡ ତଲାବିରା ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ଚୁକ୍ତିକୁ ବାତିଲ କରିନଥିଲେ। ଯାହାଫଳରେ ଶସ୍ତାରେ ତାମିଲନାଡୁ ୧୫ଶହ ମେଗାୱାଟ ବିଦ୍ୟୁତ ପାଇଥିଲା। ପୁରସ୍କାର ସ୍ୱରୂପ ସୁରେଶଙ୍କୁ ଏହି ପଦ ଦିଆଯାଇଛି। କଂଗ୍ରେସ କହିଛି ଆଗକୁ ନିର୍ବାଚନ ଥିବାରୁ ଅଫିସର ସ୍ତରରେ ସରକାର ଅଦଳବଦଳ କରି ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରୟାସ କରୁଛନ୍ତି। ଜବାବ ରଖିଛି ବିଜେଡି। ସୁରେଶ ମହାପାତ୍ରଙ୍କ ନିଯୁକ୍ତି ପରେ ଏବେ ପ୍ରଶ୍ନ ନୂଆ ବର୍ଷରେ କାହାକୁ ଚିଫ୍ ସେକ୍ରେଟାରୀ କରାଯାଉଛି, ଆଉ ସୁରେଶ ତଥା ସିଏମଓ ସହ ତାଙ୍କ ତାଳମେଳ କିପରି ରହୁଛି।

Advertisment
Odisha Suresh Mohapatra CMO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ