Advertisment

Sura Routray Returns: ଫେରିଲେ ସୁର ... ଏବେ ପୁଣି ଶୁଭିବ ‘Congress Coming’

କଂଗ୍ରେସ ସର୍ବକ୍ଷମା ଆଣିବା ପରେ ଆଜି ମୁଣ୍ଡିଆ ମାରି, ନଡ଼ିଆ ଭାଙ୍ଗି, କଂଗ୍ରେସ ପତାକା ବେକରେ ପକାଇ ପୁଣି କମ୍ ବ୍ୟାକ୍‌ କରିଛନ୍ତି ସୁର। କଂଗ୍ରେସ ଭବନରେ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ବାପାକୁ ସ୍ୱାଗତ ଜଣାଇବା ସହ ପାଛୋଟି ନେଇଛନ୍ତି।

ଅଦ୍ୟତନ ହୋଇଛି
Sura Routray

Sura Routray

Advertisment

ପୁଣି କଂଗ୍ରେସକୁ Return  କଲେ ସୁରେଶ ରାଉତରାୟ।  ଏବେ ସୁରଙ୍କ ମୁହଁରେ ଶୁଭିବ କଂଗ୍ରେସ କମିଂ...ମାଡ଼ିଚାଲ। କଂଗ୍ରେସରୁ ନିଲମ୍ବିତ ହେବା ପରଠୁ ସୁରଙ୍କ ପାଟିରୁ ଆଉ କଂଗ୍ରେସ କମିଂ ବୋଲି ଶୁଭୁନଥିଲା। ପୁଣି ଏବେ ସୁରଙ୍କ ମୁହଁରେ ଏହି ଶବ୍ଦ  ଶୁଣିବାକୁ ମିଳିବ।

Advertisment

କଂଗ୍ରେସ ସର୍ବକ୍ଷମା ଆଣିବା ପରେ ଆଜି ମୁଣ୍ଡିଆ ମାରି, ନଡ଼ିଆ ଭାଙ୍ଗି, କଂଗ୍ରେସ ପତାକା ବେକରେ ପକାଇ ପୁଣି କମ୍ ବ୍ୟାକ୍‌ କରିଛନ୍ତି ସୁର। କଂଗ୍ରେସ ଭବନରେ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ବାପାକୁ ସ୍ୱାଗତ ଜଣାଇବା ସହ ପାଛୋଟି ନେଇଛନ୍ତି। ଏହି ସମୟରେ ଅନ୍ୟ କଂଗ୍ରେସ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ। କଂଗ୍ରେସ ଭବନରେ ପଶିବା ବେଳେ ଭାବ ବିହ୍ୱଳ ହୋଇ କାନ୍ଦି ପକାଇଥିଲେ ସୁର।

ସେ କହିଥିଲେ, ମୁଁ ମୋ ନିଜ ଘରକୁ ଆସଛି। ୯ମାସ ପରେ ମୋ ଘରକୁ ଫେରିଛି। ଏଥିପାଇଁ ମୁଁ ବହୁତ ଖୁସି। ରେଡି କଂଗ୍ରେସ, ଧନ୍ୟବାଦ ରାହୁଲ ଗାନ୍ଧି। ଅନ୍ୟାୟରେ ମୋତେ କାଢ଼ି ଦିଆଯାଇଥିଲା। ପୁଣି ମୋ ମନ୍ଦିରକୁ ଫେରିଛି।

Advertisment

ସୁର ଆହୁରି କହିଛନ୍ତି, ମୋ ମନ୍ଦିର ହେଲା କଂଗ୍ରେସ, ମୋ ଦେବତା ହେଲେ ନେହେରୁ ପରିବାର। କିଛି କୁଚକ୍ରୀ ଗୋଷ୍ଠୀ ମୋତେ ଦଳକୁ କାଢ଼ି ଦେଇଥିଲେ। ପରେ ସମସ୍ତେ ଚିନ୍ତାକଲେ ଏହି ଲୋକର ଦୋଷ ନାହିଁ, ତାପରେ ଫେରାଇ ଆଣିଲେ।

କଂଗ୍ରେସର ବରିଷ୍ଠ ନେତାମାନେ ଚାଲ ଆମେ ଏକାଠି ହେବା, ଆମ ଘର ସଜାଡ଼ିବା, ଭକ୍ତ ଦାସ ତୁମେ ମାଡ଼ି ଚାଲ...ଏଭଳି କହି ସୁର ଆଜି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟପାଇଁ ସୁରଙ୍କୁ ନିଲମ୍ବିତ କରିଥିଲା କଂଗ୍ରେସ। କିଛିଦିନ ତଳେ କଂଗ୍ରେସ ଭକ୍ତ ଚରଣ ଦାସଙ୍କୁ ନୂଆ ପସିସି ସଭାପତି ଘୋଷଣା କରିଥିଲା। ପରେ ବଡ଼ ଘୋଷଣା କରିଥିଲେ ଭକ୍ତ ଚରଣ। ପୁଣି ଥରେ ପୁରୁଣା କଂଗ୍ରେସ ନେତା ଓ କର୍ମୀ ଦଳଙ୍କୁ ଫେରି ଆସନ୍ତୁ ଓ ଆମେ ସେମାନଙ୍କୁ ଦଳକୁ ସ୍ୱାଗତ କରିବୁ ବୋଲି ପ୍ରେସ ରିଲିଜ କାରି କରିଥିଲେ।

ଅଧିକ ପଢ଼ନ୍ତୁ: ଭକ୍ତ ଦାସଙ୍କ ବଡ଼ ନିଷ୍ପତ୍ତି, ସବୁ ନେତାଙ୍କ ଉପରୁ ବହିଷ୍କାର ଓ ନିଲମ୍ବନ ପ୍ରତ୍ୟାହାର`।

Congress Sura Routray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ