Advertisment

Sunita Biswal Resign: ବିଜେଡି ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା

ବିଜେଡିରୁ ଇସ୍ତଫା ଦେଇଛନ୍ତି ସୁନୀତା ବିଶ୍ବାଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଟିକଟରେ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Sunita Biswal (File Photo)

Sunita Biswal (File Photo)

ବିଜେଡିକୁ ଲାଗିଛି ବଡ଼ ଝଟକା। ଦଳରୁ ଇସ୍ତଫା ଦେଇଛନ୍ତି ସୁନୀତା ବିଶ୍ବାଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବୁଧବାର ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏ ସଂପର୍କରେ ଚିଠି ଲେଖି ଜଣାଇଛନ୍ତି ସୁନୀତା। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଟିକଟରେ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ।

Advertisment

ତେବେ କାହିଁକି ସେ ବିଜେଡି ଛାଡ଼ିଲେ ? ବିଜେଡି ଛାଡ଼ିବା ପରେ କ'ଣ ରହିବ ତାଙ୍କ ପରବର୍ତ୍ତୀ ରାଜନୈତିକ ଆଭିମୁଖ୍ୟ ? ସେନେଇ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଚର୍ଚ୍ଚା ହେଉଛି, ଖୁବଶୀଘ୍ର ସେ କଂଗ୍ରେସରେ ଯୋଗଦେଇପାରନ୍ତି। ଓଡ଼ିଶା ଗସ୍ତରେ ଆସୁଥିବା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ସେ ମିଶିପାରନ୍ତି ବୋଲି କୁହାଯାଉଛି। ତେବେ ଏନେଇ ସୁନୀତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ।

BJD Odisha News Naveen Patnaik Odisha Politics Otv
Advertisment
Advertisment