Advertisment

ବବିଙ୍କ ଆକାଂକ୍ଷାରେ ପାଣି ଫଟେଇ ଦେଲେ କି ସୁଜାତା ?

ଇସ୍ତଫା ଦେବାର ପ୍ରଶ୍ନ ଉଠୁନି । ଆଉ ପ୍ରଣବ ପ୍ରକାଶ ଉପ-ନିର୍ବାଚନ ଲଢ଼ିବାର ନାହିଁ କହିଲେ ସୁଜାତା ।

undefined

Pranab Prakash Das

Advertisment

ବବିଙ୍କ ଏହି ବୟାନକୁ ନେଇ ଯାଜପୁର ରାଜନୀତି ସରଗରମ। ଲଢିବାକୁ ପ୍ରସ୍ତୁତ ଥିବା କହି ବବି କେଉଁ ଆଡ଼କୁ ଇସାରା ଦେଇଥିଲେ ? ବିଜେଡି କ୍ଷମତା କେନ୍ଦ୍ରକୁ ପୁଣିଥରେ ଏଣ୍ଟ୍ରି ମାରିବାକୁ ଯୋଜନା ନା ନିର୍ବାଚନ ମଣ୍ଡଳୀର ନାଡ଼ି ମାପୁଥିଲେ ? କାହିଁକିନା ନିର୍ବାଚନ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ବବି ଦାସ ସମ୍ବଲପୁର ଲୋକସଭା ସିଟ୍‌ରେ ପରାଜିତ ହେଲେ ଯାଜପୁରରେ ଦଳ ଗୋଟିଏ ସିଟ୍ ଖାଲି କରି, ସେଠାରୁ ଉପନିର୍ବାଚନ ମାଧ୍ୟମରେ ବିଧାନସଭାକୁ ପୁଣି ଏଣ୍ଟ୍ରି କରାଇବ। 

Advertisment

ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ବିଜେଡିର ବିପର୍ଯ୍ୟୟ ଘଟିଥିବାରୁ ଦଳ ଆଉ ହୁଏତ ଉପନିର୍ବାଚନ ରିସ୍କ ନନେଇ ପାରେ। ପ୍ରଶ୍ନ ଉଠୁଛି, ଯାଜପୁରରେ ନିଜର ଦବଦବା ଜାହିର କରିବାକୁ ବବି ଏଭଳି ଭାଷଣ ଦେଇନାହାନ୍ତି ତ ?

ଅପରପକ୍ଷେ ଯାଜପୁର ଉପନିର୍ବାଚନ ଚର୍ଚ୍ଚା ନେଇ ତମ୍ବି ତୋଫାନ ହେବା ପରେ ଆଜି ଗଣମାଧ୍ୟମ ସାମ୍ନାକୁ ଆସି ସ୍ପଷ୍ଟୀକରଣ ରଖିଛନ୍ତି ଯାଜପୁର ବିଜେଡି ବିଧାୟିକା ସୁଜାତା ସାହୁ। ସେ କହିଛନ୍ତି ମୁଁ ଇସ୍ତଫା ଦେବାର ନାହିଁ କି ବବି ଦାସ ଉପନିର୍ବାଚନ ଲଢିବାର ନାହିଁ। ଯାହା ଚର୍ଚ୍ଚା ହେଉଛି ତାର କୌଣସି ସତ୍ୟତା ନାହିଁ। ଅନ୍ୟପକ୍ଷରେ ମହିଳା କାର୍ଡ ଖେଳି କହିଛନ୍ତି, ବିଜେଡି ସବୁବେଳେ ମାଆମାନଙ୍କୁ ସମ୍ମାନ ଦେଇଆସିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ୍ ଶକ୍ତି ମା ହିସାବରେ ମୋତେ ନିଜେ ଟିକଟ୍ ଦେଇଥିଲେ।

Advertisment

ସେପଟେ ବିଜେପି ବିଧାୟକ ଅମର ନାୟକ କହିଛନ୍ତି କ୍ଷମତାରୁ କିଛି ମାସ ଦୂରେଇ ବିବ୍ରତ ହୋଇଯାଉଛନ୍ତି ବବି। ସମ୍ବଲପୁରରେ ଲଢି ସେ ଫଳ ପାଇଛନ୍ତି। ଯାଜପୁର ଲୋକେ ବୋକା ନୁହନ୍ତି। ସେପଟେ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯାଜପୁର ଉପନିର୍ବାଚନ ନେଇ ଦଳ କୌଣସି ନିଷ୍ପତ୍ତି ନେଇନାହିଁ।

୨୪ ବିପର୍ଯ୍ୟୟ ପରେ ଦଳ ଭିତରୁ ବବି ଦାସଙ୍କୁ ପ୍ରବଳ ବିରୋଧ କରାଯାଉଛି। ଯେଉଁଥିଲାଗି କୌଣସି କମିଟିରେ ବି ବବିଙ୍କୁ ରଖିନାହାନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ନିର୍ବାଚନର ୪ ମାସ ପରେ ବବି ପୁଣି ସଭାମଞ୍ଚକୁ ଯିବା ଓ ନିଜ ନିର୍ବାଚନ ମଣ୍ଡଳୀରେ ଦମ୍ଭୋକ୍ତି ପ୍ରକାଶ କରିବା ଭିନ୍ନ ଦିଗକୁ ଇଙ୍ଗିତ କରୁଛି। ଯଦି ବବି ଯାଜପୁର ବିକାଶ ପାଇଁ ବିଜେଡିକୁ ଶ୍ରେୟ ଦେଉଛନ୍ତି ତେବେ ଯାଜପୁର ବିଧାୟିକା ମାତ୍ର ଅଢେଇ ହଜାରର ଅତି କମ୍ ଭୋଟ୍ ବ୍ୟବଧାନରେ କେମିତି ଜିତିଲେ ?

Advertisment

ଯାଜପୁର ଭୋଟର୍ କାହିଁକି ପୂର୍ବଭଳି ଆଉ ବିଜେଡିକୁ ଭରସା କରିପାରୁ ନାହାନ୍ତି ? ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଦଳ ଭିତରେ ନିଜର ପକଡକୁ ପୁଣିଥରେ ମଜବୁତ କରିବାକୁ ବବି ଏଭଳି ବୟାନ ଦେଇଛନ୍ତି।

ଅନ୍ୟପଟେ ଗତକାଲି ବବି କହିଥିଲେ, ୪ ବର୍ଷ ଜେଲ୍ ଯିବାକୁ ପ୍ରସ୍ତୁତ ଅଛି। ମତେ ଯେତେ ଭାଙ୍ଗିବାକୁ ଚେଷ୍ଟା କଲେ ବି ନବୀନ ପଟ୍ଟନାୟକଙ୍କ ପାଖରୁ ମତେ କେହି ଦୂରେଇ ପାରିବ ନାହିଁ। ଜବାବରେ ବିଜେପି କହିଛି ସମୟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। 

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ