Advertisment

CM କାହିଁକି ଅସମର୍ଥ ପଚାରିଲେ ଅପରାଜିତା, ପାଣ୍ଡିଆନ୍‌ଙ୍କୁ ପାୱାର ଅଫ୍ ଆଟର୍ଣ୍ଣି ଦିଅନ୍ତୁ କହିଲେ ମୋହନ

ମୁଖ୍ୟମନ୍ତ୍ରୀ ସୁସ୍ଥ କି ନୁହେଁ, ସାଲୁଜା ମାଗିଲେ ସ୍ପଷ୍ଟୀକରଣ । 5T ସଚିବଙ୍କ ବାବଦରେ ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟକୁ ନେଇ ଝଡ଼, ବିରୋଧୀଙ୍କ ନିଶାନାରେ ମୁଖ୍ୟମନ୍ତ୍ରୀ ।

ଅଦ୍ୟତନ ହୋଇଛି
Odisha Politics

Odisha Politics

Advertisment

ଫାଇଭ ଟି ସଚିବଙ୍କ ଉପରେ ବିଜେପି ତୁହାକୁ ତୁହା ଆଟାକ୍ ପରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟକୁ ନେଇ ଘନେଇଲା ବିବାଦ। ବିରୋଧୀଙ୍କ ହାତରେ ସମାଲୋଚନାକୁ ତୀବ୍ର କରିବାର ବଡ଼ ଅସ୍ତ୍ର । ସାଂସଦ ଅପରାଜିତା ବି ମୌକାକୁ ହାତ ଛଡ଼ା ନକରି ଟୁଇଟ୍ କରି ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଲେଖିଛନ୍ତି ଏହା ଚିନ୍ତାଜନକ ଓ ଗମ୍ଭୀର ବିଷୟ । ମୁଖ୍ୟମନ୍ତ୍ରୀ କାହିଁକି ଅସମର୍ଥ ଓ କଣ ହୋଇଛି ବୋଲି ପ୍ରଶ୍ନ କରିବା ସହ ଓଡିଶାର ଜନସାଧାରଣ ଓ ମତଦାତା ଏହାର କାରଣ ଜାଣିବାକୁ ଚାହାନ୍ତି ବୋଲି କହିଛନ୍ତି ।

Advertisment

ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଫାଇଭ୍ ଟି ସଚିବ ପାଣ୍ଡିଆନ୍ ଙ୍କ ନାଁ ନେଇ ନିଶାନା କରିଛନ୍ତି। କଟାକ୍ଷ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ପାଣ୍ଡିଆନ୍‌ଙ୍କୁ ପାୱର ଅଫ୍ ଆଟର୍ଣ୍ଣି ଦେଇ ଇନଚାର୍ଜ ସିଏମ୍ ବା ସୁପର ସିଏମ୍ କରି ଦିଅନ୍ତୁ । ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବି ମୁଖ୍ୟମନ୍ତ୍ରୀ ସୁସ୍ଥ& କି ନାହିଁ ନିଜେ ସ୍ପଷ୍ଟୀକରଣ ରଖିବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ ଫାଇଭ୍ ଟି ସଚିବଙ୍କ ଗସ୍ତକୁ ଅସାମ୍ବିଧାନିକ ବୋଲି କହିଛନ୍ତି ।

ବିରୋଧୀଙ୍କ ଏସବୁ ଅଭିଯୋଗ ଉପରେ ବିଜେଡି ବିଧାୟକ ସୁଧୀର ସାମଲ କଡା ଜବାବ୍ ଦେବା ସହ ପ୍ରଫୁଲ୍ଲଙ୍କ ଉପରେ ବି ବର୍ଷିଛନ୍ତି । କହିଛନ୍ତି ବୟସ୍କ ନେତା ବାଚାଳମି କରି କଣ କହିଥିବେ, ସେଥିରେ ଆମର କିଛି କହିବାର ନାହିଁ ।

Advertisment

ସେପଟେ ବିଜେପି ପୁଣି ଏକ ସାମ୍ବାଦିକ ସମ୍ମଳନୀରେ ଫାଇଭ ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ଟାର୍ଗେଟ କରିଛି । ଦଳ ଅଭିଯୋଗ କରିଛି ଫାଇଭ୍ ଟି ସଚିବ ନିଜେ କହୁଛନ୍ତି ଲୋକଙ୍କ କଥା ବୁଝିବା ପାଇଁ ମତେ ମୁଖ୍ୟମନ୍ତ୍ରୀ ପଠାଇଛନ୍ତି, କିନ୍ତୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଏଭଳି ଗସ୍ତ ନେଇ କୌଣସି ସୂଚନା ନାହିଁ କି କାହାକୁ କୌଣସି ଦାୟିତ୍ୱ ଦିଆଯାଇ ନାହିଁ ବୋଲି କୁହାଯାଇଛି । ଏପରିକି ହେଲିକପ୍ଟର ଗସ୍ତ ନେଇ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କିଛି ତଥ୍ୟ ନାହିଁ ।

ତେଣୁ ଏନେଇ ଉତ୍ତର ଦାବି କରିବା ସହ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସମ୍ବିଧାନର ଏକ କପି ପଠାଇ ବୋଲି କହିଛି ବିଜେପି । ଫାଇଭ୍ ଟି ସଚିବଙ୍କୁ ବିଜେପି ସିଧାସଳଖ ନିଶାନା କରୁଥିଲା ବେଳେ ଆଗକୁ ସରକାରୀ ସ୍ତରରେ ଏନେଇ କି କାର୍ଯ୍ୟାନୁଷ୍ଠାନ ହେଉଛି ତାକୁ ନେଇ ଚର୍ଚ୍ଚା ।

Advertisment

Congress BJD BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ