Advertisment

ଲୋକଙ୍କ ପ୍ରତିନିଧି ନୁହେଁ ବରଂ ମାଫିଆ ଭଳି ଆଚରଣ କରୁଛନ୍ତି ରାଜ୍ୟ ସରକାର: ବୈଜୟନ୍ତ ପଣ୍ଡା

ଭାରିଗଦାଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ନେଇ ବଡ଼ ବୟାନ ଦେଲେ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ।

'ପଶ୍ଚିମବଙ୍ଗର ଦାୟିତ୍ୱହୀନତା ପାଇଁ ଓଡ଼ିଶାରେ କରୋନା ବଢ଼ିଛି'

baijayanata

Advertisment

ଭୁବନେଶ୍ୱର: ଭାରିଗଦାଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ନେଇ ବଡ଼ ବୟାନ ଦେଲେ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପକୁ ଅହଙ୍କାରୀ ଓ ମାଫିଆଙ୍କ ଭଳି ଆଚରଣ କହିଲେ ବୈଜୟନ୍ତ । କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଅନ୍ତର୍ଗତ ଭାରିଗଦାଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କ ଦମନ ଆଭିମୁଖ୍ୟକୁ ବିଜେପି ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଲୋକଙ୍କ ପ୍ରତିନିଧି ନୁହେଁ ବରଂ ଅହଙ୍କାରୀ ଓ ମାଫିଆ ଭଳି ରାଜ୍ୟ ସରକାର ଆଚରଣ କରୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Advertisment

ଶ୍ରୀ ପଣ୍ଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ବିନା ଜନଶୁଣାଣିରେ କେନ୍ଦ୍ରାପଡ଼ାରେ ଖରସ୍ରୋତା ନଦୀର ଜଳକୁ ଅନ୍ୟତ୍ର ନେବା ପାଇଁ ବଳପୂର୍ବକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବା ଦୁର୍ଭାଗ୍ୟଜନକ। କେନ୍ଦ୍ରାପଡ଼ା ଏବେ ଭୂତଳ ଜଳ ହ୍ରାସର ସମ୍ମୁଖୀନ ହେଉଛି ଓ ସାଧାରଣ ଲୋକେ ଏନେଇ ଚିନ୍ତିତ ଅଛନ୍ତି। ଏହି କାରଣରୁ ସେଠାର ଲୋକଙ୍କୁ ପ୍ରଥମେ ବିଶ୍ୱାସକୁ ନିଆଯିବାର ଥିଲା ଓ ସେମାନଙ୍କୁ ଦମନ କରିବା ପରିବର୍ତ୍ତେ ସେମାନଙ୍କ ସହ ପରାମର୍ଶ କରିବା ଉଚିତ୍ ଥିଲା।

Advertisment

ଏଭଳି ପରିଯୋଜନାରେ ଯେଉଁଠି ପରିବେଶଜନିତ ସମସ୍ୟା ଥାଏ, ସେଠାରେ ଜନଶୁଣାଣି ଜରୁରୀ ହୋଇଥାଏ। କିନ୍ତୁ ଓଡ଼ିଶା ସରକାର ଲୋକଙ୍କ ପ୍ରତିନିଧି ହେବା ବଦଳରେ ଅହଙ୍କାରୀ ଓ ମାଫିଆ ଭଳି ଆଚରଣ କରୁଛନ୍ତି। ତେଣୁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର ଆଭିମୁଖ୍ୟର ପୁନର୍ବିଚାର କରି ନମ୍ରତାର ସହ ଲୋକଙ୍କ ସଙ୍ଗେ ଯୋଡ଼ି ହେବା ଉଚିତ୍ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସୂଚନାଯୋଗ୍ୟ, ରାଜକନିକାର ଭାରିଗଦାଠାରେ ଖରସୋତ୍ରା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ନଦୀ ପାଣି ଶୁଖିବାର ଆଶଙ୍କା କରି ସ୍ଥାନୀୟ ଲୋକେ ବିରୋଧ କରୁଥିବାବେଳେ ପ୍ରମୁଖ ରାଜନୀତିକ ଦଳଗୁଡ଼ିକ ମଧ୍ୟ ସରକାରଙ୍କ ଦମନ ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସରକାର ପାନୀୟ ଜଳ ପ୍ରକଳ୍ପ କରନ୍ତୁ ବୋଲି ଦାବି ହେଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନଦେଇ ଏକତରଫା ଭାବେ ପ୍ରକଳ୍ପ କାର୍ଯ୍ୟ ଜାରି ରଖିଛି ।

Advertisment
Kendrapada Rajkanika Baijayanata Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ