Advertisment

ଏବେ 5T ସଚିବ ପାଣ୍ଡିଆନଙ୍କ କଣ ହେବ ? କାର୍ଯ୍ୟାନୁଷ୍ଠାନ ନେବେ କି ରାଜ୍ୟ ସରକାର ?

ନିୟମ ଅନୁସାରେ ଚିଠି ପାଇବା ପରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଅର୍ଡର ନେଇ ଫାଇଲ୍ ପ୍ରସ୍ତୁତ କରିବେ ଏବଂ ଏହାକୁ ସିଏମ୍ ଙ୍କ ପାଖକୁ ପଠାଇବେ। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜେ ପାଣ୍ଡିଆନ୍ ଅଛନ୍ତି, ତେଣୁ ଫାଇଲ୍ ତାଙ୍କ ମାଧ୍ୟମରେ ହିଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବ। ଏଠି ପ୍ରଶ୍ନ ରାଜ୍ୟ ପ୍ରଶାସନର ଏହି ମୋଷ୍ଟ ପାୱାରଫୁଲ୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାତ ଯିବ ତ ?

ଅଦ୍ୟତନ ହୋଇଛି
undefined

5T Secretary

Advertisment

5T ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ କେନ୍ଦ୍ର ସରକାର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିବା ପରେ କଣ ହେବ ପରବର୍ତ୍ତୀ ପଦକ୍ଷେପ ? ଯଦି ରାଜ୍ୟ ସରକାର ଚୁପଚାପ୍ ବସି ରହନ୍ତି ତେବେ କେନ୍ଦ୍ରର ଭୂମିକା କଣ ହେବ ? ଏଭଳି ଚର୍ଚ୍ଚା ଭିତରେ କେନ୍ଦ୍ରର ଚିଠି ପରେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ସସପେଣ୍ଡ କିମ୍ବା ବହିଷ୍କାର କରନ୍ତୁ ବୋଲି ବିଜେପି ଦାବି କରିଛି। ଜବାବରେ ବିଜେଡି କହିଛି, ଦିଲ୍ଲୀ-ଦୌଲତାବାଦ୍ ନଦୌଡି ଲୋକଙ୍କୁ ପାଖକୁ ଯାଆନ୍ତୁ।

Advertisment

ଫାଇଭ୍ ଟି ସଚିବଙ୍କ ଉପରେ ହେବ କି କାର୍ଯ୍ୟାନୁଷ୍ଠାନ? ନା ଫାଇଲ୍ ତଳେ ଚାପି ହୋଇ ରହିଯିବ କେନ୍ଦ୍ରର ଚିଠି? ରାଜ୍ୟ ସରକାର ଆକସନ୍ ନନେଲେ, କେନ୍ଦ୍ର ନେବ କି? 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ନେଇ ଥମୁନି ବିବାଦ। ରାଜନୈତିକ ସ୍ତରରେ  ପାଣ୍ଡିଆନଙ୍କୁ ଜୋରଦାର ଟାର୍ଗେଟ ପରେ ଏବେ ପ୍ରଶାସନିକ ସ୍ତରରେ ବଢୁଛି ଅଡୁଆ। 5T ସଚିବଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇ କେନ୍ଦ୍ର ସରକାର, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିବାପରେ କଣ ହେବ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ?

ନିୟମ ଅନୁସାରେ ଚିଠି ପାଇବା ପରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଅର୍ଡର ନେଇ ଫାଇଲ୍ ପ୍ରସ୍ତୁତ କରିବେ ଏବଂ ଏହାକୁ ସିଏମ୍ ଙ୍କ ପାଖକୁ ପଠାଇବେ। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜେ ପାଣ୍ଡିଆନ୍ ଅଛନ୍ତି, ତେଣୁ ଫାଇଲ୍ ତାଙ୍କ ମାଧ୍ୟମରେ ହିଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବ। ଏଠି ପ୍ରଶ୍ନ ରାଜ୍ୟ ପ୍ରଶାସନର ଏହି ମୋଷ୍ଟ ପାୱାରଫୁଲ୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାତ ଯିବ ତ ? ନା ଫାଇଲ୍ ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ପଡି ରହିବ।

Advertisment

ଅନ୍ୟପଟେ ରାଜ୍ୟ ସରକାର ଯଦି କୌଣସି ପଦକ୍ଷେପ ନନିଅନ୍ତି, କେନ୍ଦ୍ର ସରକାର ଚାହିଁଲେ ନିଜ ଆଡୁ ତଦନ୍ତ କରି ସଂପୃକ୍ତ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ନେଇପାରିବେ। ଆଉ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ବି ହୋଇପାରିବ।.. ଏସବୁ ତର୍ଜମା ଭିତରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଆଶଙ୍କା କରିଛନ୍ତି, ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବେନି।

ତେଣୁ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ହିଁ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି। ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି କେନ୍ଦ୍ର ଚାହିଁଲେ କାର୍ଯ୍ୟାନୁଷ୍ଠାନ ନେଇ ପାରିବ, କିନ୍ତୁ ବିଜେପି-ବିଜେଡି ମିଶିକି ଥିବାରୁ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ସେପଟେ ଆକସନ ପାଇଁ କେନ୍ଦ୍ରର ଚିଠି ପରେ ପୁଣି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛି ବିଜେପି।

Advertisment

ପଚାରିଛି, ମୁଖ୍ୟଶାସନ ସଚିବ, ଫାଇଭ୍ ଟି ସଚିବଙ୍କ ଉପରେ ପଦେକ୍ଷପ ନେଇ ପାରିବେ କି ? ମୁଖ୍ୟମନ୍ତ୍ରୀ ଫାଇଭ୍-ଟି ସଚିବଙ୍କୁ ସସପେଣ୍ଡ କିମ୍ବା ବହିଷ୍କାର କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝୀ। ସେପଟେ ବିଜେଡି କହିଛି ବିଜେପି ନେତାମାନେ ଦିଲ୍ଲୀ-ଦୌଲତାବାତ ନ ଦୌଡି ଲୋକଙ୍କୁ ପାଖକୁ ଯାଆନ୍ତୁ। ବିରୋଧୀ ଯାହା କହୁଛନ୍ତି କେହି ତାକୁ ଗ୍ରହଣ କରୁନାହାନ୍ତି। ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡଟ୍ ରୁଲ୍ ର ଉଲ୍ଲଂଘନ କ୍ଷେତ୍ରରେ ରାଜ୍ୟ ଓ  କେନ୍ଦ୍ର ସରକାର ଉଭୟ ଆକସନ୍ ନେଇପାରିବେ। ତେବେ ଏ କ୍ଷେତ୍ରରେ କଣ କାର୍ଯ୍ୟାନୁଷ୍ଠାନ ହେଉଛି ତା ଉପରେ ସମସ୍ତଙ୍କ ନଜର।

5T Secretary V.K. Pandian VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ