Advertisment

କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ବିଧାନସଭାରେ ପୁଣି ଝଡ଼, ଗୃହ ଭିତରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିରୋଧ

କଂଗ୍ରେସ ପ୍ରଶ୍ନ କରିଥିଲା ଯେ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ମମିତା ମେହେର, ମାନସ ସ୍ୱାଇଁ ହତ୍ୟା ଘଟଣାରେ ତାଙ୍କ ମା ଆଣିଥିବା ଅଭିଯୋଗ ଅନୁସାରେ ସଂପୃକ୍ତିର ଅଭିଯୋଗ ଥିବାରୁ ଆଇନ୍‌ଶୃଙ୍ଖଳା ପ୍ରସଙ୍ଗରେ ସେ କିଭଳି ଉତ୍ତର ରଖିବେ ?

ଅଦ୍ୟତନ ହୋଇଛି
undefined

Dibyashankar Mishra

Advertisment

ଗୃହ ଭିତରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିରୋଧ । ବାହାରେ ଧାରଣା । ରାଜପାଳଙ୍କୁ ଫେରାଦ । ଯେଉଁ ଝଡ଼ ଗଲା ବିଧାନସଭା ଅଧିବେଶନକୁ ଧୋଇ ଦେଇଥିଲା, ସେ ଝଡ଼ ଆଜି ବି ବହିଲା । ହିଂସା ଓ ଅପରାଧିକ କାର୍ଯ୍ୟକଳାପରେ ଓଡ଼ିଶା ଅଶାନ୍ତ । ସରକାର କହୁଛନ୍ତି ସବୁ ଶାନ୍ତ ଓ ସ୍ୱାଭାବିକ । ଏଇ ଶୀର୍ଷକରେ ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଜି ଆଲୋଚନା ବେଳେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଉତ୍ତର ରଖିବାକୁ ଅନୁମତି ଦିଆ ନଯିବାକୁ ଦାବି କରିଥିଲା କଂଗ୍ରେସ ।

Advertisment

କଂଗ୍ରେସ ପ୍ରଶ୍ନ କରିଥିଲା ଯେ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ମମିତା ମେହେର, ମାନସ ସ୍ୱାଇଁ ହତ୍ୟା ଘଟଣାରେ ତାଙ୍କ ମା ଆଣିଥିବା ଅଭିଯୋଗ ଅନୁସାରେ ସଂପୃକ୍ତିର ଅଭିଯୋଗ ଥିବାରୁ ଆଇନ୍‌ଶୃଙ୍ଖଳା ପ୍ରସଙ୍ଗରେ ସେ କିଭଳି ଉତ୍ତର ରଖିବେ ? ତାଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖିବାକୁ ଦାବିି କରିଥିଲା ଦଳ । ହେଲେ କଂଗ୍ରେସର ଏ ଦାବି ଅଗ୍ରାହ୍ୟ ହେବାରୁ ସଦସ୍ୟମାନେ ହୋହଲ୍ଲା କରି କକ୍ଷ ତ୍ୟାଗ କରିବା ସହ ପ୍ରଥମେ ବିଧାନସଭା ପରିସରରେ ଥିବା ମହାତ୍ମାଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । ପରେ ରାଜଭବନ ଯାଇ ରାଜ୍ୟପାଳଙ୍କ ପାଖରେ ଫେରାଦ ବି ହୋଇଥିଲେ ।

ଏପଟେ ବିଜେପି ବି ମୁଲତବୀ ନୋଟିସ୍ ଉପରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ଦେବାକୁ ବିରୋଧ କରିଥିଲା । କିନ୍ତୁ ଆଲୋଚନାରେ ଭାଗ ନେଇଥିଲା । ମମିତା ମେହେରଠୁ ନେଇ ମାନସ ସ୍ୱାଇଁ ହତ୍ୟାକାଣ୍ଡ, ଏମିତିକି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼େଇବା ଘଟଣାଠୁ ନେଇ ନାରୀ ନିର୍ଯାତନା, ରାଜନୈତିକ ହିଂସା, ଚୋରି, ଲୁଟ୍ ଭଳି ଦୃଷ୍ଟାନ୍ତ ସହ ଆଇନ୍‌ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବାର ଅଭିଯୋଗ ଆଣି ସରକାରଙ୍କୁ ଘେରିଥିଲେ ବିଜେପି ସଦସ୍ୟ ।

Advertisment

ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖି ମନ୍ତ୍ରୀ ଦିବ୍ୟଶଙ୍କର କହିଥିଲେ ରାଜ୍ୟରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଅଛି । କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ସହ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଓ ଝୁନା ବେହେରାଙ୍କୁ ଗିରଫ କରାଯାଇଛି । ସେହିପରି ମମିତା ହତ୍ୟା ମାମଲାରେ ସିନ୍ଧେକେଲା ପୋଲିସ ଦ୍ୱାରା ତଦନ୍ତ ସରି ଚାର୍ଜସିଟ୍ ହୋଇଛି । ମାମଲାଟି ଏବେ ଅଦାଲତରେ ବିଚାରାଧୀନ ଥିବା ନେଇ ବିବରଣୀ ରଖିଥିଲେ ମନ୍ତ୍ରୀ । ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ସଦସ୍ୟମାନେ ମଧ୍ୟ କକ୍ଷ୍ୟତ୍ୟାଗ କରିଥିଲେ ।

ସେପଟେ ଖଣି ଦୁର୍ନୀତି ପ୍ରସଙ୍ଗରେ ଗତକାଲି କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ଏହି ପ୍ରସଙ୍ଗକୁ ନେଇ ଆଜି ଶୂନ୍ୟକାଳ ବି ତାତିଥିଲା । ଉଭୟେ କଂଗ୍ରେସ ଓ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । 

Advertisment
BJD BJP Odisha Assembly Mamita Meher Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ