Advertisment

ଟ୍ରକ୍‌ ଚୋରି କରୁଥିଲେ ବିଜେଡି ନେତା; ଏବେ ବାନ୍ଧିଲା ପୋଲିସ

ଟ୍ରକ ଚୋରି କରୁଥିଲେ ବିଜେଡି ନେତା। ଏବେ ବାନ୍ଧି ଜେଲରେ ପୂରାଇଲା ପୋଲିସ। ଧର୍ମଶାଳା ଓ ବଡଚଣାରୁ ଟ୍ରକ ଚୋରି କରୁଥିଲେ। କୋଲକାତା ଓ ବିହାରରେ ବିକ୍ରି କରି ରୋଜଗାର କରୁଥିଲେ କୋଟି କୋଟି ଟଙ୍କା। ଚୋରି ମାମଲାର ପର୍ଦ୍ଦାଫାସ କରୁ କରୁ ସାମ୍ନାକୁ ଆସିଥିଲା ବିଜେଡି ନେତାଙ୍କ ଚୋରି ଲିଙ୍କ୍‌। ଏମିତି ଚାଲିଛି ନବୀନଙ୍କ ସ୍ୱଚ୍ଛ ଶାସନ

ଅଦ୍ୟତନ ହୋଇଛି
BJD Youth Leader

BJD Youth Leader

Advertisment

ଟ୍ରକ୍‌ ଚୋରି କରୁଛନ୍ତି ବିଜେଡି ନେତା । ଯାଜପୁର ଧର୍ମଶାଳା ଓ ବଡ଼ଚଣାରୁ ଚୋରି, କଲିକତାରେ ବିକ୍ରି । ଟ୍ରକ ଚୋରିର ତଦନ୍ତ କରୁ କରୁ ସାମ୍ନାକୁ ଆସିଲା ବିଜେଡି ନେତାଙ୍କ ସମ୍ପୃକ୍ତି । ଓଡିଶା ରୁ କଲିକତା ଭାୟା ବିହାର ପର୍ଯ୍ୟନ୍ତ ଲମ୍ବିଥିଲା ଚେର । 

Advertisment

ଟ୍ରକ୍‌ ଚୋରି କରୁଥିଲେ ବିଜେଡି ନେତା । ଯାଜପୁର ବଡଚଣା ଓ ଧର୍ମଶାଳାରୁ ଟ୍ରକ ଚୋରି କରି କଲିକତାକୁ କରୁଥିଲେ ଚାଲାଣ। ଆଉ ଟ୍ରକ ଚୋରାଚାଲାଣର ଚେର ଲମ୍ବିଥିଲା ଓଡିଶାଠୁ ବିହାର ଭାୟା କଲିକତା । ଟ୍ରକ୍‌ ଚୋରି କରି ପଶ୍ଚିମବଙ୍ଗକୁ ଚାଲାଣ ପରେ ଗାଡିର ଯନ୍ତ୍ରାଂଶକୁ ପାର୍ଟ ପାର୍ଟ କରି ବିଭିନ୍ନ ସ୍ଥାନରେ କରୁଥିଲେ ବିକ୍ରି । ଏମିତି ସଙ୍ଗୀନ ଓ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିବା ପରେ ନବୀନ ଙ୍କ ନେତା କେତେ ସ୍ୱଚ୍ଛ ସେନେଇ ଉଠିଲାଣି ପ୍ରଶ୍ନ ।

ରାତାରାତି ଟ୍ରକ୍‌ ଚୋରି କରୁଥିଲେ, କଲିକତାରେ ତାକୁ ବିକ୍ରି କରୁଥିଲେ । ଆଉ ଗାଡି ଚୋରାଚାଲାଣରେ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ଯାଜପୁର ଜିଲ୍ଲା ଯୁବ ବିଜେଡି ଉପସଭାପତି ଅଶ୍ୱଜିତ୍‌ ରାଉତ ଓ ତାଙ୍କ ସାଥୀ । ଧର୍ମଶାଳ ଓ ବଡଚଣାରୁ ବାରମ୍ବାର ଟ୍ରକ ଚୋରିର ମାମଲା ଆସିବା ପରେ ପୂରା ଖିଅ ଖୋଜିବାକୁ ଲାଗିପଡିଥିଲା ପୋଲିସ ।

Advertisment

ତଦନ୍ତ କରିବାରୁ ଜଣାପଡିଲା ଯେ ବଡ଼ଚଣାରୁ ଟ୍ରକ ସବୁ ଚୋରି କରାଯାଇ କଲିକତାରେ ପହଞ୍ଚୁଛି। ଆଉ ସେଠାରେ ଟ୍ରକର ପାର୍ଟ୍ସକୁ ବିଭିନ୍ନ ସ୍ଥାନକୁ ରପ୍ତାନୀ କରାଯାଉଛି । ଆଉ ଲକ୍ଷଲକ୍ଷ ଟଙ୍କା ରୋଜଗାର ବି ହେଉଛି । ତେବେ ଘଟଣାର ପର୍ଦ୍ଦାଫାଶ ହେବା ପରେ ଏବେ ଟ୍ରକ ଚୋରିର ଖୋଲିଛି ଗୁମର । ଖାଲି ଗୁମର ଖୋଲିଛି ତାହା ନୁହେଁ ବରଂ ଏମାନେ କେତେ ଟ୍ରକ୍‌ ଚୋରି କରିଛନ୍ତି? କେଉଁଠୁ କେଉଁଠୁ ଚୋରି କରିଛନ୍ତି? କେତେ ଟଙ୍କାରେ ଟ୍ରକ୍ ବିକ୍ରି କରିଛନ୍ତି? ସେନେଇ ଉଠିଲାଣି ପ୍ରଶ୍ନ ।

ତେବେ ଯାଜପୁର ପୋଲିସର କହିବା ଅନୁସାରେ, ଟ୍ରକ ଚୋରି ଘଟଣାରେ ଧର୍ମଶାଳା ପୋଲିସ ୯ ଜଣଙ୍କୁ ଗିରଫ କରିଥିବା ବେଳେ ଗୋଟିଏ କାର ଓ ୨ ଲକ୍ଷ ୪୫ ହଜାର ଟଙ୍କା ଜବତ କରାଯାଇଛି । ଗତ ୧୧ ତାରଖରେ ଧର୍ମଶାଳା ଥାନା ଭଡ଼ଙ୍ଗା ନିକଟସ୍ଥ ଏକ କ୍ରସରରୁ ଟ୍ରକ ଚୋରି ଘଟଣାରେ ପୋଲିସ ତଦନ୍ତ କରିବା ବେଳେ ଟ୍ରକ ଚୋରି ରାକେଟର ପର୍ଦ୍ଦାଫାସ ହୋଇଥିଲା। ଟ୍ରକ୍‌ ଚୋରି ଘଟଣାରେ ଗିରଫ ହୋଇଥିବା ଲୁଟେରାଙ୍କ ମଧ୍ୟରୁ ବଡ଼ଚଣା, ଧର୍ମଶାଳା ଓ ବାଳିଚନ୍ଦ୍ରପୁର ଅଞ୍ଚଳର ୬ ଜଣ ହୋଇଥିବା ବେଳେ କଲିକତା ଓ ବିହାର ଅଞ୍ଚଳର ୩ ଜଣଙ୍କୁ ଗିରଫ କରିଛି ଧର୍ମଶାଳା ପୋଲିସ ।

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଅଭିଯୁକ୍ତମାନଙ୍କ ମଧ୍ୟରେ ବଡ଼ଚଣା ଥାନା ସୁଙ୍ଗୁଡା ଅଞ୍ଚଳର ଅଶ୍ଵଜିତ ରାଉତ ଜିଲ୍ଲା ଯୁବ ବିଜେଡିର ଉପସଭାପତି ରହିଥିବା ଜଣାପଡିଛି । ଘଟଣାର ତଦନ୍ତ ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଆଉ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବାରୁ ବିଜେଡି ଉପରେ ବର୍ଷିଛନ୍ତି ଜିଲ୍ଲା ବିଜେପି ନେତା ସର୍ବେଶ୍ୱର ବେହୁରା । କହିଛନ୍ତି ଏବେ ଅପରାଧୀଙ୍କ ଆଡ୍ଡାସ୍ଥଳ ବିଜେଡି । ଯିଏ ଯେଉଁ ଅପରାଧ କଲା ସେଇ ଦଳକୁ ଯାଇ ଆଶ୍ରୟ ନେଲା । ସେପଟେ ଏ ପୂରା ଘଟଣାରେ ମୁହଁ ଖୋଲିନାହାନ୍ତି ଜିଲ୍ଲା ବିଜେଡି ନେତା ।

(ରିପୋର୍ଟ- ଗୁଲାମ ଗସ୍‌, ଯାଜପୁର)

Special Story BJD Youth Leader Truck Theft Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ