Advertisment

ଚର୍ଚ୍ଚାରେ ଦୁଇ ବିଷ୍ଣୁଙ୍କ ଦୁଇ ବିଧାୟକ ପୁଅ

ଦିବଙ୍ଗତ ବିଜେଡ଼ି ନେତା ବିଷ୍ଣୁ ଦାସଙ୍କ ପୁଅ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର। ଆଉ ଦିବଙ୍ଗତ ବିଜେପି ନେତା ବିଷ୍ଣୁ ସେଠୀଙ୍କ ପୁଅ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ। ଉଭୟଙ୍କ ବୟସ ପ୍ରାୟ ସମାନ। ଦୁହେଁ ବି ଏବେ ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଛନ୍ତି। କିନ୍ତୁ ଚର୍ଚ୍ଚାର କାରଣ ଅଲଗା ଅଲଗା। ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ଏଇ କଂଚା ବୟସରେ ନିଜର ରାଜନୈତିକ ପଟୁତା ପାଇଁ ଲୋକଙ୍କ ଭିତରେ ଚର୍ଚ୍ଚାରେ ରହୁଥିବା ବେଳେ, ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ନିଜର ପ୍ରେମ ଜନିତ ବିବାଦ ପାଇଁ ଏବେ ଚର୍ଚ୍ଚାରେ ରହୁଛନ୍ତି।

ଅଦ୍ୟତନ ହୋଇଛି
Sons of Bishnu Sethi & Bishnu Das in Spotlight

MLA SON

Advertisment

ଦୁଇ ଦିବଙ୍ଗତ ନେତା ବିଷ୍ଣୁ ଦାସ ଓ ବିଷ୍ଣୁ ସେଠୀ। ଜଣେ ଥିଲେ ବିଜେଡି ର ବରିଷ୍ଠ ନେତା, ଆଉ ଜଣେ ଥିଲେ ବିଜେପି ର ବରିଷ୍ଠ ନେତା। ନିଜ ନିଜ ରାଜନୈତିକ କ୍ୟାରିୟରରେ, ଉଭୟ ପହଞ୍ଚି ପାଇଥିଲେ ଶୀର୍ଷରେ। ଆଉ ଉଭୟଙ୍କ ଅକାଳ ବିୟୋଗ, ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସୃଷ୍ଟି କରିଥିଲା ରାଜନୈତିକ ଶୂନ୍ୟସ୍ଥାନ। ତେବେ ଏହି ଶୂନ୍ୟସ୍ଥାନକୁ ପୂରଣ କରିବାରେ ସଫଳ ହୋଇଥିଲେ ଉଭୟଙ୍କର ପୁଅ- ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଓ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ଉପ-ନିର୍ବାଚନରେ ଉଭୟଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଭୋଟରମାନେ, ତାଙ୍କ ବାପାଙ୍କ ରାଜନୈତିକ ଦାୟାଦ ଭାବରେ ଗ୍ରହଣ କରିଥିଲେ ଓ ଜିତାଇଥିଲେ।

Advertisment

ଦିବଙ୍ଗତ ବିଜେଡ଼ି ନେତା ବିଷ୍ଣୁ ଦାସଙ୍କ ପୁଅ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର। ଆଉ ଦିବଙ୍ଗତ ବିଜେପି ନେତା ବିଷ୍ଣୁ ସେଠୀଙ୍କ ପୁଅ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ। ଉଭୟଙ୍କ ବୟସ ପ୍ରାୟ ସମାନ। ଦୁହେଁ ବି ଏବେ ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଛନ୍ତି। କିନ୍ତୁ ଚର୍ଚ୍ଚାର କାରଣ ଅଲଗା ଅଲଗା। ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ଏଇ କଂଚା ବୟସରେ ନିଜର ରାଜନୈତିକ ପଟୁତା ପାଇଁ ଲୋକଙ୍କ ଭିତରେ ଚର୍ଚ୍ଚାରେ ରହୁଥିବା ବେଳେ, ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ନିଜର ପ୍ରେମ ଜନିତ ବିବାଦ ପାଇଁ ଏବେ ଚର୍ଚ୍ଚାରେ ରହୁଛନ୍ତି।

ଦେଖନ୍ତୁ ଭିଡିଓ | ପାଖେଇ ଆସୁଛି ସାଧାରଣ ନିର୍ବାଚନ; ଭୋଟରଙ୍କ ନିକଟତର ହେବାକୁ ୩ ପ୍ରମୁଖ ଦଳଙ୍କ ଫୋକସ୍

Advertisment

ଧାମନଗରର ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ, ବାପା ବିଷ୍ଣୁ ସେଠୀଙ୍କ ପରି ସରକାରଙ୍କୁ ଶାଣିତ ସମାଲୋଚନା କରି ତାଙ୍କ ପ୍ରଶଂସକମାନଙ୍କ ଭିତରେ ଲୋକପ୍ରିୟତା ବଢ଼ାଇ ପାରିଛନ୍ତି। ଏଇ ବୟସରେ ତାଙ୍କ ରାଜନୈତିକ ଦକ୍ଷତା ପାଇଁ ବେଳେବେଳେ ଅନ୍ୟ ଦଳଠାରୁ ମଧ୍ୟ ସେ ପ୍ରଶଂସା ପାଇଛନ୍ତି। କିନ୍ତୁ ବିଷ୍ଣୁ ଦାସଙ୍କ ପୁଅ ତଥା ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ନିଜ ବାନ୍ଧବୀଙ୍କ ସହ ପ୍ରେମ ବିବାଦକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି। ବାରମ୍ବାର ଥାନା ଓ କୋର୍ଟକଚଚେରୀ ଦଉଡ଼ିବାକୁ ପଡୁଛି। କେତେବେଳେ ପ୍ରେମିକାଙ୍କ ସହ ଫଟୋ ତ କେତେବେଳେ ବିବାଦୀୟ ଅଡିଓ ପାଇଁ ସେ ଚର୍ଚ୍ଚାରେ ରହୁଛନ୍ତି, ଯାହା ତାଙ୍କ ରାଜନୈତିକ କ୍ୟାରିୟର ପ୍ରତି ବିପଦ ସୃଷ୍ଟି କରିଛି। ଆଗକୁ ଦେଖିବାକୁ ବାକି ରହିଲା, ଏହି ବ୍ୟକ୍ତିଗତ ବିବାଦରୁ ନିଜକୁ ବାହାର କରି ବିଜୟ ଶଙ୍କର ନିଜର ରାଜନୈତିକ କ୍ୟାରିୟରକୁ ଠିକ୍ ବାଟରେ ନେଇପାରୁଛନ୍ତି ନା ନାହିଁ।

BJD BJP Politics Bishnu Das Bishnu Sethi Bijay Shankar Das Suryabanshi Suraj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ