Advertisment

ଇଟାଲୀର ଝିଅ ସୋନିଆ ଗାନ୍ଧୀ କେମିତି ହେଲେ ଭାରତର ବୋହୂ

ଭାରତୀୟ ରାଜନୀତିରେ ସୋନିଆ ଗାନ୍ଧୀ ଏକ ସକ୍ରିୟ ନାଁ। କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କ ଆଜି ଜନ୍ମଦିନ। ଏହି ଅବସରରେ ଆସନ୍ତୁ ଜାଣିନେବା ସେ କିପରି ରାଜୀବ ଗାନ୍ଧୀଙ୍କ ପ୍ରେମରେ ପଡିଲେ ଆଉ କେମିତି ଅମିତାଭ ବଚ୍ଚନଙ୍କ ଘରେ ହେଲା ତାଙ୍କର ବିବାହ।

ଅଦ୍ୟତନ ହୋଇଛି
Sonia Gandhi's 76th Birthday

Sonia Gandhi birthday know how Sonia and rajiv Gandhi met and get married

Advertisment

ଆଜି କଂଗ୍ରେସ ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଙ୍କ ୭୬ ତମ ଜନ୍ମଦିନ। ଆଜିର ଦିନରେ ୧୯୪୬ରେ ଲୁସିୟାନାରେ ତାଙ୍କର ଜନ୍ମ ହୋଇଥିଲା। ସୋନିଆ ଭାରତରେ ଘଟୁଥିବା ଘଟଣାଗୁଡ଼ିକ ଉପରେ ବେଳେବେଳେ ନିଜର ମତ ରଖିଥାନ୍ତି। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ପ୍ରେମ ଓ ବିବାହକୁ ନେଇ କିଛି କଥା ଜାଣିନେବା।

Advertisment

କେଉଁଠାରୁ ଆରମ୍ଭ ହେଲା ଜୀବନ:

ସୋନିଆ ଗାନ୍ଧୀଙ୍କ ଜୀବନ ଇଟାଲୀରୁ ଆରମ୍ଭ ହୋଇଥିଲା। ସେତେବେଳେ ସୋନିଆ ଗାନ୍ଧୀ ସୋନିଆ ମେନୋ ନାମରେ ଜଣାଶୁଣା ଥିଲେ। ସେ ଇଟାଲୀର ଟ୍ୟୁରିନ୍ ସହରର ଉପକଣ୍ଠରେ ଥିବା ଅର୍ବାସାନୋରେ ଜନ୍ମଗ୍ରହଣ କରିଥିଲେ। ସୋନିଆଙ୍କ ବାପାଙ୍କ ଚିନ୍ତାଧାରା ଆଧୁନିକ ଥିଲା, କିନ୍ତୁ ସେତେବେଳେ ସେ ନିଜ ପିଲାମାନଙ୍କୁ ଇଟାଲୀ ସଂସ୍କୃତି ସହିତ ସଂଯୁକ୍ତ ରଖିବାକୁ ଚାହୁଁଥିଲେ।

ଇଂରାଜୀ ଶିଖିବା ପାଇଁ କେମ୍ବ୍ରିଜକୁ ଯାଇଥିଲେ:

ସୋନିଆ ଗାନ୍ଧୀ ମୂଳତଃ ଇଟାଲୀର, ତେଣୁ ସେ ଇଂରାଜୀ ଭାଷାକୁ ଅଧିକ ବୁଝିପାରୁ ନଥିଲେ। ସେ କିନ୍ତୁ ଇଂରାଜୀ ଶିଖିବାକୁ ବହୁତ ଆଗ୍ରହୀ ଥିଲେ। ତେଣୁ ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଇ ସେଠାରେ ଇଂରାଜୀ ଅଧ୍ୟୟନ ଆରମ୍ଭ କଲେ। ଏହି ସମୟରେ ସେ ଖାଦ୍ୟ ଖାଇବା ପାଇଁ ମେସ୍‌କୁ ଯାଉଥିଲେ। ସେଠାରେ ରାଜୀବ ଗାନ୍ଧୀଙ୍କ ସହ ତାଙ୍କର ଭେଟ ହୋଇଥିଲା।

Advertisment
Sonia Gandhi birthday know how Sonia and rajiv Gandhi met and get married(ସୋନିଆ ଓ ରାଜୀବଙ୍କ ପ୍ରେମ କାହାଣୀ)

ଅଧିକ ପଢ଼ନ୍ତୁ: ମା’ର ବିକଳ୍ପ ନାହିଁ, ସୋନିଆ ଗାନ୍ଧୀଙ୍କ ଜୋତାର ଫିତା ବାନ୍ଧିଲେ ରାହୁଲ ଗାନ୍ଧୀ

ରାଜୀବଙ୍କ ସହ ସୋନିଆଙ୍କ ଭେଟ:

ପ୍ରତିଦିନ ଖାଇବା ପାଇଁ ସୋନିଆ ମେସ୍‌କୁ ଯିବାବେଳେ ରାଜୀବଙ୍କୁ ନିୟମିତ ଭେଟୁଥିଲେ। ସେମାନଙ୍କର ପ୍ରତିଦିନର ଏହି ସାକ୍ଷାତ ଉଭୟଙ୍କୁ ପ୍ରେମରେ ପକେଇଦେଲା। ଦୁହେଁ ପରସ୍ପରଙ୍କୁ ହୃଦୟ ଦେଇ ବସିଲେ। ଦିନେ ସେମାନେ ସ୍ଥିର କରିନେଲେ ଯେ ଜୀବନ ସାରା ପାଇଁ ଏହି ସମ୍ପର୍କକୁ ବଞ୍ଚେଇ ରଖିବେ। ଫଳରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଗଲେ।

Advertisment
Sonia Gandhi birthday know how Sonia and rajiv Gandhi met and get married(ପାର୍କରେ ପ୍ରେମର ମୁହୂର୍ତ୍ତରେ ସୋନିଆ ଓ ରାଜୀବ)

ବାପା ଥିଲେ ଏହି ବିବାହ ବିରୁଦ୍ଧରେ:

ରିପୋର୍ଟ ଅନୁଯାୟୀ ସୋନିଆଙ୍କ ବାପା ଚାହୁଁ ନଥିଲେ ଯେ ସେ ରାଜୀବ ଗାନ୍ଧୀଙ୍କୁ ବିବାହ କରନ୍ତୁ ବୋଲି। କାରଣ ତାଙ୍କର ଭୟ ଥିଲା ଯେ ଭାରତର ଲୋକମାନେ ସୋନିଆଙ୍କୁ ଗ୍ରହଣ କରିବେ ନାହିଁ। କିନ୍ତୁ ସୋନିଆଙ୍କ ପାଇଁ ରାଜୀବଙ୍କ ଭଲପାଇବା ଦେଖି ସୋନିଆଙ୍କ ବାପା ମଧ୍ୟ ଏହି ସମ୍ପର୍କକୁ ହଁ କରିଥିଲେ।

Sonia Gandhi birthday know how Sonia and rajiv Gandhi met and get married(ଇଟାଲୀର ଝିଅ ସୋନିଆ ଗାନ୍ଧୀ କେମିତି ହେଲେ ଭାରତର ବୋହୂ)

ଅମିତାଭଙ୍କ ଘରେ ବିବାହ ହୋଇଥିଲା:

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି, କିନ୍ତୁ ଖବର ଅନୁଯାୟୀ ରାଜୀବ ଗାନ୍ଧୀ ଏବଂ ଅମିତାଭ ବଚ୍ଚନ ଭଲ ବନ୍ଧୁ ଥିଲେ। ସୋନିଆ ଭାରତ ଆସିବା ପରେ ଅମିତାଭଙ୍କ ଘରେ କିଛି ଦିନ ରହିଥିଲେ ଏବଂ ସେଠାରେ ସେ ଭାରତୀୟ ପରମ୍ପରା ଶିଖିଥିଲେ ଏବଂ ବୁଝିଥିଲେ। କିଛି ଦିନ ପରେ ରାଜୀବ ଗାନ୍ଧୀ ଏବଂ ସୋନିଆ ଅମିତାଭ ବଚ୍ଚନଙ୍କ ଘରେ ହିଁ ବିବାହ କରିଥିଲେ।

Sonia Gandhi Happy Birth Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ