Advertisment

୨୦୨୩ରେ ଢିଙ୍କିଆରେ ହେବ ପଞ୍ଚାୟତ ନିର୍ବାଚନ

ଗତ ୨୫ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା।

Odisha Panchayat Election

Odisha Panchayat Election

Advertisment

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଜଣେ ଜିଲ୍ଲା ପରିଷଦ ସଦସ୍ୟ। ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଦସ୍ୟ ହେଲେ ବରଗଡ଼ର ଅମ୍ବାଭୋନା ବ୍ଲକ ଜୋନ୍ ୨ର ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ। ସେହିପରି ୩୨୬ ଜଣେ ପଞ୍ଚାୟତ ସମିତି ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ୧୨୬ଜଣ ସରପଞ୍ଚ ଓ ୩୬ ହଜାର ୫୨୩ ଜଣ ଓ୍ୱାର୍ଡ ମେମ୍ବର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

Advertisment

 ସେପଟେ ଜଗତସିଂହପୁର ଢିଙ୍କିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ୨୩ ଟି ଓ୍ୱାର୍ଡ ମେମ୍ବର ପାଇଁ ଆସନ୍ତା ୨୦୨୩ରେ ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ୨୫ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ୫ଟି ପର୍ଯ୍ୟାୟରେ ପଞ୍ଚାୟତ ଭୋଟ ଗ୍ରହଣ ହେବ। ଫେବ୍ରୁଆରୀ ୧୬, ୧୮, ୨୦, ୨୨, ୨୪ରେ ଭୋଟ ଗ୍ରହଣ ହେବ। ଫେବ୍ରୁଆରୀ ୨୬, ୨୭, ୨୮ରେ ହେବ ଭୋଟ ଗଣତି କରାଯିବ।

Advertisment
EC Odisha Panchayat Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ