Rahul Gandhi Flying Kiss In Parliament
ସଂସଦରେ ରାହୁଲ ଗାନ୍ଧିଙ୍କ ଫ୍ଲାଇଂ କିସ୍କୁ ନେଇ ଉଠିଲା ଝଡ଼ । ଅଭିଯୋଗ କଲେ ବରିଷ୍ଠ ବିଜେପି ସାଂସଦ ରବିଶଙ୍କର ପ୍ରସାଦ । କହିଲେ ରାହୁଲ ଗାନ୍ଧିଙ୍କର କଣ ହୋଇଛି ? ସେ ଏମିତି ବ୍ୟବହାର କାହିଁକି କରୁଛନ୍ତି । ସଂସଦରେ ଅନେକ ମହିଳା ଉପସ୍ଥିତ ଅଛନ୍ତି । ସେମାନଙ୍କ ସାମ୍ନାରେ ଏଭଳି ଆଚରଣ ଆଦୌ ସମୀଚିନ ନୁହେଁ । ରାହୁଲଙ୍କ ଏଭଳି ଆଚରଣ ଅତ୍ୟନ୍ତ ପୀଡ଼ାଦାୟକ ।
ରବି ଶଙ୍କରଙ୍କ ପରେ ରାହୁଲଙ୍କ ଏଭଳି ଆଚରଣକୁ କଡ଼ା ସମାଲୋଚନା କରିଛନ୍ତି ସ୍ମୃତି ଇରାନୀ । ସେ କହିଛନ୍ତି ଆଇନ ତିଆରି ହେଉଥିବା ସ୍ଥାନରେ ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ଏଭଳି ହେବା ଉଚିତ ନୁହେଁ । ଗାନ୍ଧି ଖାନ୍ଦାନ୍ରେ ଏହା ଆଉ ଏକ ସଂସ୍କାର ବୋଲି କହି ତାତ୍ସଲ୍ୟ କରିଛନ୍ତି ସ୍ମୃତି ଇରାନୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691572108.jpg)