Dumping Yard
ଅଳିଆ ଓ ଆବର୍ଜନା ସଂପୂର୍ଣ୍ଣ ଉଚ୍ଛେଦ ପାଇଁ ବିଜେପିର ସତ୍ୟାଗ୍ରହ। ଭୁବନେଶ୍ୱର ସୈନିକ ସ୍କୁଲ ନିକଟ ଅସ୍ଥାୟୀ ଅଳିଆ ଗଦାକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବୀରେ ସୈନିକ ସ୍କୁଲ ସମ୍ମୁଖରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସତ୍ୟାଗ୍ରହ ଆରମ୍ଭ କରାଯାଇଛି । କିଛିଦିନ ପୂର୍ବରୁ ରାଜ୍ୟ ବିଜେପିର ଏକ ପ୍ରତନିଧି ମଣ୍ଡଳୀ ଏହି ଅଞ୍ଚଳ ବୁଲି ଦେଖିଥିଲେ । ଯେତେଦିନ ପର୍ଯ୍ୟନ୍ତ ଏଠାରୁ ଅଳିଆ ହଟା ନଯିବ, ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଜିଲ୍ଲା ବିଜେପି ତରଫରୁ ଚେତାବନୀ ଦିଆଯାଇଛି ।
ଏନେଇ ବିଏମସିର ଅପାରଗତାକୁ ଦାୟୀ କରିଛି ବିଜେପି । ଅଭିଯୋଗ ନେଇ ବିଏମସି ବା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701177862.jpg)