• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ୭୫ ବର୍ଷୀୟ ସିଦ୍ଦରମୈୟା । ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ହେବା ସହ ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ ବୋଲି ଘୋଷଣା କରାଯାଇଛି । ପ୍ରେସମିଟ୍‌ରେ ଘୋଷଣା କଲେ ପ୍ରଭାରୀ ରଣଦୀପ ସୂର୍ଯେୱାଲା । ୨୦ ତାରିଖ ଦିନ ୧୨ଟା ୩୦ରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ସ୍ଥିର କରାଯାଇଛି । ତେବେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦ ଲାଗି ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ସେଥିରେ ଏକ ପ୍ରକାର ଯବନିକା ପଡିଛି । କଂଗ୍ରେସକୁ ଅଭୂତପୂର୍ବ ସଫଳତା ମିଳିବା ପରେ କିଏ ମୁଖ୍ୟମନ୍ତ୍ରୀ ହେବ ସେନେଇ ଚର୍ଚ୍ଚା ଲାଗିରହିଥିଲା ।

ଶୀର୍ଷସ୍ତରର ନେତାଙ୍କ ମଧ୍ୟରେ ବାରମ୍ବାର ବୈଠକ ବି ହୋଇଥିଲା । ଶେଷରେ ସିଦ୍ଦରମୈୟା ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ଥିର ହୋଇଛି । ତେବେ ପ୍ରଶାସନ ଚଳାଇବାରେ ପୂର୍ଣ୍ଣ ଦକ୍ଷତା ଓ ଅଭିଜ୍ଞତା ରହିଛି ତାଙ୍କର । ଥରେ କି ଦୁଇଥର ନୁହେଁ ବରଂ ୧୩ ଥର ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ସିଦ୍ଧରମୈୟା ।

କର୍ଣ୍ଣାଟକର ତୃତୀୟ ବୃହତ ଜନସଂଖ୍ୟା କୁରୁବା ସମୁଦାୟରୁ ସେ ପ୍ରତିନିଧିତ୍ୱ କରୁଛନ୍ତି । ସାଧାରଣ ଲୋକଙ୍କ ମଧ୍ୟରେ ତାଙ୍କର ପ୍ରଭାବ ଓ ଲୋକପ୍ରିୟତା ରହିଛି । ସିଂହଭାଗ କଂଗ୍ରେସ ବିଧାୟକଙ୍କର ସମର୍ଥନ ସିଦ୍ଦରମୈୟାଙ୍କ ପ୍ରତି ରହିବା ସହ ରାହୁଲ ଗାନ୍ଧିଙ୍କ ପାଖ ଲୋକ ଭାବେ ଜଣାଶୁଣା। କଂଗ୍ରେସ ହାଇକମାଣ୍ଡ ପକ୍ଷରୁ ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି ।

ଗୋଟେପଟେ ବରିଷ୍ଠ ଓ ବିଚକ୍ଷଣ ପ୍ରଶାସନିକ ଦକ୍ଷତା ଥିବା ନେତା ସିଦ୍ଦରମେୟା। ଅନ୍ୟପଟେ ବିଧାନସଭା ନିର୍ବାଚନରେ ଅସମ୍ଭବକୁ ସମ୍ଭବ କରିଥିବା ଦକ୍ଷ ନେତା ଡି.କେ. ଶିବକୁମାର। ହେଲେ ସାଢ଼େ ୬ କୋଟି କର୍ଣ୍ଣାଟକବାସୀଙ୍କ ମୁଖିଆ ସାଜିଛନ୍ତି ସିଦ୍ଦରମୈୟା । ବିଧାନସଭା ନିର୍ବାଚନରେ ଅଭୂତପୂର୍ବ ସଫଳତା ପରେ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି । କାରଣ ସିଏମ୍ ପଦ ଲାଗି ଦୌଡ଼ରେ ସେ ପ୍ରମୁଖ ଦାବିଦାର ଥିଲେ । ସିଦ୍ଦରମେୟା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ରହିଥିଲେ । ସେପଟେ ଡିକେ ଶିବକୁମାର ରାଜ୍ୟ ପିସିସି ସଭାପତି ଥିଲେ।