Advertisment

Shrimayee:ବିଜେଡିରେ ନୂଆ କମ୍ପନ, ଶ୍ରୀମୟୀଙ୍କ ‘ଧୃତରାଷ୍ଟ୍ର’ ଉପାଖ୍ୟାନ...ଅଯୋଗ୍ୟ ରାଜା କହି ପରୋକ୍ଷରେ ନବୀନଙ୍କୁ କଲେ କି ନିଶାନା ?

ବିଜେଡିରେ ଥମୁନି ବିସ୍ଫୋରଣ । ଏକାଧିକ ନେତାଙ୍କ ପରେ ଏବେ ନେତ୍ରୀ ଆସିଲେ ସାମ୍ନାକୁ । ଶୀର୍ଷ ନେତୃତ୍ୱ ନେଇ ପ୍ରଶ୍ନ ଉଠାଇଲେ । ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର ନିଜ ସୋସିଆଲ୍ ମିଡିଆରେ ଧୃତରାଷ୍ଟ୍ର ଓ ଦୁର୍ଯୋଧନ ଉପାଖ୍ୟାନ କଥା ଲେଖି ପରୋକ୍ଷରେ ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ଗତ ସାଧାରଣ ନିର୍ବାଚନରେ ଟିକେଟ୍ କଟିବା ପରେ ଚୁପ୍ ଥିବା ଶ୍ରୀମୟୀଙ୍କ ଏହି ନୂଆ ରୂପକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସେପଟେ ଛାତ୍ର ବିଜେଡି ମୁଖିଆ ପଦକୁ ନେଇ ଅସନ୍ତୋଷ ଥମିବାର ନାଁ ନେଉନି ।...

Shrimayee’s Dhritarashtra–Duryodhana Post

Shrimayee’s Dhritarashtra–Duryodhana Post

Advertisment

ଅସନ୍ତୁଷ୍ଟ ଶ୍ରୀମୟୀଙ୍କ ଧୃତରାଷ୍ଟ୍ର ଉପାଖ୍ୟାନ। ବିଜେଡିରେ ବଡ କମ୍ପନ। ଅଯୋଗ୍ୟ ରାଜା କହି ପରୋକ୍ଷରେ କଲେ ନବୀନଙ୍କୁ ଟାର୍ଗେଟ। ଦୁର୍ଯ୍ୟୋଧନ କଥା ଉଠାଇ ତେରଚ୍ଛା ବାଣ ମାରିଲେ ନବୀନଙ୍କ ଘନିଷ୍ଠ ପାଣ୍ଡିଆନଙ୍କୁ। ୨୦୨୪ ନିର୍ବାଚନ ଆଗରୁ ଏମପି ଟିକେଟର ଲଲିପପ୍ ଦେଖାଇ ଶେଷ ମୁହୂର୍ତ୍ତରେ କାଟିବା ଜଖମ ଏବେବି ସତେଜ ଅଛି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କର।

Advertisment

ସୋସିଆଲ୍ ମିଡିଆରେ ପୋଷ୍ଟ କରି ଶ୍ରୀମୟୀ ମିଶ୍ର ଉଲ୍ଲେଖ କରିଛନ୍ତି ଯେ, ହସ୍ତିନାପୁର ରାଜା ଧୃତରାଷ୍ଟ୍ର ଅଧ୍ୟକ୍ଷତା କରୁଥିବା ସଭାରେ ଦ୍ରୌପଦୀଙ୍କ ଅପମାନ ହେଉଥିବା ଜାଣି ମଧ୍ୟ ଅନ୍ୟାୟ ରୋକିବାକୁ ଚେଷ୍ଟା କରିନଥିଲେ। ଧୃତରାଷ୍ଟ୍ର ନିଜ ପୁଅ ଦୁର୍ଯ୍ୟୋଧନ ପ୍ରତି ଅନ୍ଧ ପ୍ରୀତି ତାଙ୍କୁ ନୀରବ ରହିବାକୁ ବାଧ୍ୟ କରିଥିଲା। ଇତିହାସ ଏଭଳି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା କରେ ନାହିଁ।

ଦଳରୁ ଯେ ଶ୍ରୀମୟୀ ଖପ୍ପା ଅଛନ୍ତି ଏହି ପୋଷ୍ଟରୁ ଏକ ପ୍ରକାର ସ୍ପଷ୍ଟ ହୋଇଯାଉଛି । କାରଣ ଲଗାତର ଭାବେ ସେ ଦଳୀୟ କାର୍ଯ୍ୟ ଠାରୁ ଦୂରେଇ ରଖିଛନ୍ତି ନିଜକୁ। ବିଜେଡି ମହିଳା ବ୍ୟାପାର କମିଟି ରେ ତାଙ୍କୁ ସାଧାରଣ ସମ୍ପାଦିକା ଦାୟିତ୍ବ ମିଳିଛି। କିନ୍ତୁ ଦାୟିତ୍ବ ମିଳିବା ପରେ ନା ସେ ନୂଆ ସଭାନେତ୍ରୀଙ୍କୁ ଭେଟିଛନ୍ତି, ନା ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ମହିଳା ବ୍ୟାପାର କମିଟିର ଅନ୍ୟ ନେତ୍ରୀମାନେ ନୂଆ ମହିଳା ସଭାନେତ୍ରୀଙ୍କ ସହ ପୁରୀ ଯାଇଥିଲେ ବି ଶ୍ରୀମୟୀ କିନ୍ତୁ ସେଠାକୁ ଯାଇନଥିଲେ। ଯାହା ସୂଚାଉଛି ଯେ ଶ୍ରୀମୟୀ ଦଳ ଉପରେ କେତେ ଖପ୍ପା ଅଛନ୍ତି।

Advertisment

ଅନ୍ୟପଟେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ କହିଛନ୍ତି, ଶ୍ରୀମୟୀ ଖୁବ ଶୀଘ୍ର ଶଙ୍ଖ ଭବନକୁ ଆସି ଦାୟିତ୍ବ ଗ୍ରହଣ କରିବେ। କାହାର ମନରେ ଟିକେ ଦୁଃଖ ଥିବ ତାହା ସବୁଦିନ ରହିବନି। ସୋସିଆଲ୍ ମିଡିଆରେ ଆମେ ଆମ ଭାବନାକୁ ବ୍ୟକ୍ତ କରୁ ଏହା ସହ ଦଳ ର ସମ୍ପର୍କ ନାହିଁ।...

ସେପଟେ ବିରୋଧ ଭିତରେ ଆଜି ଯୁବ ଓ ଛାତ୍ର ବିଜେଡ଼ି ସଭାପତି ଶଙ୍ଖ ଭବନରେ ପାୱାର ସୋ କରି ଦାୟିତ୍ବ ଗ୍ରହଣ କରିଛନ୍ତି। ମାତ୍ର ଯୁବ ଅପେକ୍ଷା ଛାତ୍ର ବିଜେଡିରେ ପ୍ରବଳ ବିରୋଧ ନୂଆ ସଭାନେତ୍ରୀ ଇପସିତା ସାହୁଙ୍କୁ। ଶଙ୍ଖ ଭବନକୁ ଆଜି ରାଜେଶ ରାଜ ସ୍ବାଇଁ, ପ୍ରଦୋଷ ପରିଡା ଓ ମିକୁ ପ୍ରଧାନଙ୍କ ଭଳି କିଛି ଆଗଧାଡିର ଛାତ୍ର ନେତା ନଯିବା ସ୍ପଷ୍ଟ କରୁଛି ବିଜେଡି ଛାତ୍ର ସଂଗଠନର ଅବସ୍ଥା କଣ।

Advertisment

ତେଣେ ଛାତ୍ର ସଭାପତି ରେସରେ ଥିବା ହରିଶଙ୍କର ରାଉତ ଆଜି ବିଷ ଉଗାଳିଛନ୍ତି। ଦଳୀୟ ନେତୃତ୍ବକୁ ନିଶାନା କରି କହିଛନ୍ତି, ତିନି ତିନି ଥର ଛାତ୍ର ସଭାପତି ପାଇଁ ପ୍ରତିଶ୍ରୁତି ଦେଇ ବି ପୂରଣ କରିଲେ ନାହିଁ। ନବୀନ ବାବୁଙ୍କୁ ଦେଖାକରିବା ପାଇଁ ମଧ୍ୟ ସୁଯୋଗ ନାହିଁ। ଦଳର ନିଷ୍ପତ୍ତି ବର୍ତ୍ତମାନ କିଏ ନେଉଛି ତାହା ସମସ୍ତଙ୍କୁ ଜଣା। ଅନ୍ୟପଟେ ଛାତ୍ର ସଭାନେତ୍ରୀ ସମସ୍ତେ ଏକ ହୋଇ କାମ କରିବାକୁ ଆହ୍ବାନ ଦେଇଛନ୍ତି।...

ଛାତ୍ର ଯୁବ ପରେ ମହିଳା ବିଜେଡିରେ କନ୍ଦଳ ଜୋରଦାର। ବିଜେଡି ଛାମୁଆ ସଂଗଠନ ନୂଆ ଟିମ୍ ଆରମ୍ଭରୁ କେଁ ପରିସ୍ଥିତି। ଏବେ ଦେଖିବାର କଥା ଆଗକୁ କନ୍ଦଳ ପ୍ରଶମିତ ହେଉଛି ନାଁ ତୀବ୍ର ହେଉଛି

Naveen Patnaik VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ