Advertisment

ଜୋରଦାର ଚର୍ଚ୍ଚା ! ଶଶି ଥରୁର ହୋଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ, ସୋନିଆ ଦେଲେ ଗ୍ରୀନ୍‌ ସିଗ୍‌ନାଲ

ଏହି ଖବର ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ସୋନିଆ ଗାନ୍ଧିଙ୍କ ସହ ଶଶି ଥରୁର ଘଣ୍ଟାଏରୁ ଅଧିକ ସମୟ ଧରି ଆଲୋଚନା ସାରି ବାହାରିଥିଲେ ।

ଅଦ୍ୟତନ ହୋଇଛି
Sashi Tharoor

Sashi Tharoor

Advertisment

କଂଗ୍ରେସର ଅଧ୍ୟକ୍ଷ ରେସ୍‌ରେ ବରିଷ୍ଠ ତଥା ଚର୍ଚ୍ଚିତ ନେତା ଶଶି ଥରୁର ? ଏନେଇ ସୋନିଆ ଗାନ୍ଧି ଗ୍ରୀନ୍‌ ସିଗ୍‌ନାଲ ଦେଇଥିବା କୁହାଯାଉଛି । ଜାତୀୟ ଗଣମାଧ୍ୟମରେ ଏନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଶଶି ଥରୁର ୨୮ ଜଣିଆ କମିଟିର ସଦସ୍ୟ ରହିଛନ୍ତି । ତାଙ୍କୁ କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପାଇଁ ସୋନିଆ ଗାନ୍ଧି ଗ୍ରୀନ୍‌ ସିଗ୍‌ନାଲ ଦେଇଥିବା କୁହାଯାଉଛି । ଏହି ଖବର ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ସୋନିଆ ଗାନ୍ଧିଙ୍କ ସହ ଶଶି ଥରୁର ଘଣ୍ଟାଏରୁ ଅଧିକ ସମୟ ଧରି ଆଲୋଚନା ସାରି ବାହାରିଥିଲେ ।

Advertisment

ତେଣୁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ି ପାରନ୍ତି ଶଶି ଥରୁର୍ । ଆସନ୍ତା ମାସରେ କଂଗ୍ରେସ ସଭାପତି ନିର୍ବାଚନ କରାଯିବାକୁ ସ୍ଥିର ହୋଇଛି । ଗୋଟିଏ ପଟେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବା ପାଇଁ ରାଜସ୍ଥାନ ପରେ ଛତିଶଗଡ଼ ରାଜ୍ୟ କଂଗ୍ରେସରୁ ମିଳିତ ପ୍ରସ୍ତାବ ଏଆଇସିସିକୁ ଦିଆଯାଇଥିବା ବେଳେ ଶଶି ଥରୁର୍ ଏହି ପଦ ପାଇଁ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଥିବା ଖବର କଂଗ୍ରେସ ରାଜନୀତିକୁ ସରଗରମ କରିଛି । ତେବେ ଏନେଇ ଶଶି ଥରୁର୍ କିମ୍ବା କଂଗ୍ରେସ କେହି ସ୍ପଷ୍ଟ କରିନାହାନ୍ତି । ରାହୁଲ ଗାନ୍ଧୀ ଏବେ ଭାରତ ଯୋଡ୍ ଯାତ୍ରାରେ ବିଭିନ୍ନ ରାଜ୍ୟ ବୁଲୁଛନ୍ତି ।

Congress Sonia Gandhi Politics Congress President Sashi Tharoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ