Advertisment

ଟ୍ରୋଲ ହେବା ପରେ ଶଶି ଥରୁରଙ୍କ ଜବରଦସ୍ତ ଜବାବ, କହିଲେ ‘ସୀତା ଭି ୟାହାଁ ବଦନାମ ହୁଇ ତେରା କ୍ୟା ନାମ ହେ‘

ସଂସଦରେ ଗୁରୁତ୍ୱପୂର୍ଣ୍ଣ ଭାଷଣ ଚାଲିଥିବା ବେଳେ ଏକ ଭିନ୍ନ ଅନ୍ଦାଜରେ ଶଶି ଥରୁର ସାଂସଦ ମାଡାମ୍‌ଙ୍କ ସହ ଗପ କରୁଛନ୍ତି ।

ଅଦ୍ୟତନ ହୋଇଛି
Sashi Tharoor

Sashi Tharoor

Advertisment

ଗତ ଦୁଇ ଦିନ ହେବ କଂଗ୍ରେସ ନେତା ଶଶି ଥରୁର ଏବେ ଢ଼େର ଚର୍ଚ୍ଚାରେ । ସଂସଦ ଭବନରେ ବସିଥିବା ବେଳେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ସେହି ଭିଡିଓକୁ ନେଇ ଏବେ ପ୍ରବଳ ଚର୍ଚ୍ଚା । ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ବିଭିନ୍ନ ଢ଼ଙ୍ଗରେ ଟ୍ରୋଲ କରୁଛନ୍ତି । ଭିଡିଓରେ ସେ ଲୋକସଭାରେ ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କ ସହ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି ।

Advertisment

ତେବେ ଆପଣ ଭାବୁଥିବେ ଜଣେ ସାଂସଦ ଆଉ ଜଣେ ସାଂସଦଙ୍କ ସହ କଥା ହେବାରେ କ’ଣ ଅସୁବିଧା ରହିଛି । ତେବେ ଏହି ପ୍ରଶ୍ନର ଉତ୍ତର କେବଳ ସେହି ଭିଡିଓ ଦେଖିଲେ ହିଁ ଜାଣିପାରିବେ । ସଂସଦରେ ଗୁରୁତ୍ୱପୂର୍ଣ୍ଣ ଭାଷଣ ଚାଲିଥିବା ବେଳେ ଏକ ଭିନ୍ନ ଅନ୍ଦାଜରେ ଶଶି ଥରୁର ସାଂସଦ ମାଡାମ୍‌ଙ୍କ ସହ ଗପ କରୁଛନ୍ତି । ଲାଗୁଛି ଯେମିତି ସ ସଂସଦକୁ କେବଳ ଏମିତି ଜମାଣିଆ ଗପ କରିବାକୁ ଆସିଛନ୍ତି । ତେବେ ସୋସିଆଲ ମିଡିଆରେ ତାଙ୍କୁ ପ୍ରବଳ ଟ୍ରୋଲ କରାଯିବା ପରେ, ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶଶି ଥରୁର । ସେ ଟୁଇଟ୍ କରି କହିଛନ୍ତି ଯେ, ସୁପ୍ରିୟା ସୁଲେଙ୍କ ସହ କ’ଣ କଥା ହେଉଥିଲେ ।

ଏହି ଭିଡିଓଟିକୁ ନ୍ୟାସନାଲ କନଫରେନ୍ସ ପାର୍ଟିର ନେତା ଫାରୁକ୍ ଅବଦୁଲ୍ଲା ମଧ୍ୟ ପୋଷ୍ଟ କରିଛନ୍ତି । ଆଉ ସେ ଲେଖିଛନ୍ତି ଯେ, ଦେଶ ଉଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଉଥିବା ବେଳେ ଶଶି ଥରୁର ଏହାକୁ ନଶୁଣି ପଛରେ ଗପସପରେ ବ୍ୟସ୍ତ । ଫାରୁକ୍‌ ଅବ୍ଦୁଲ୍ଲାଙ୍କ ଏହି ପୋଷ୍ଟ ପରେ ଶଶି ଥରୁରଙ୍କ ଅଡ଼ୁଆ ବେଶି ବଢ଼ିଛି । ସୋସିଆଲ ମିଡିଆରେ ୟୁଜର୍ସ ତାଙ୍କୁ ଅଧିକରୁ ଅଧିକ ଟ୍ରୋଲ କରିବାରେ ଲାଗିଛନ୍ତି । ଏମିତିକି ତାଙ୍କର ଏହି ଭିଡିଓରେ ଖୁବ୍‌ ମଜାଳିଆ କମେଣ୍ଟ ସବୁ ଦେଖିବାକୁ ମଧ୍ୟ ମିଳିଛି ।

Advertisment

ଅନ୍ୟପଟେ ଭିଡିଓ ଭାଇରାଲ ହେବା ପରେ ଟୁଇଟ୍ କରି ସଫେଇ ଦେଇଛନ୍ତି ଥରୁର । ସେ କହିଛନ୍ତି ‘ଯେଉଁମାନେ ଲୋକସଭାରେ ମୋର ଏବଂ ସୁପ୍ରିୟା ସୁଲେଙ୍କ ମଧ୍ୟରେ କଥାବାର୍ତ୍ତାକୁ ନେଇ ଆଲୋଚନା କରୁଛନ୍ତି ଏବଂ ମଜା ନେଉଛନ୍ତି । ସେମାନଙ୍କୁ ମୁଁ କହି ରଖିବାକୁ ଚାହେଁ ଯେ, ସୁପ୍ରିୟା ସୁଲେ ମୋତେ ଏକ ନୀତିଗତ ପ୍ରଶ୍ନ ପଚାରୁଥିଲେ । କାରଣ ଏହାପରେ ତାଙ୍କର ପାଳିଥିଲା କହିବାର । ଏହି ସମୟରେ ଫାରୁଖ ଅବ୍ଦୁଲ୍ଲାଙ୍କ ଭାଷଣ ଚାଲିଥିଲା । ତାଙ୍କୁ ଯେମିତି ଡିଷ୍ଟର୍ବ ନହୁଏ ସେଥିପାଇଁ ସେ ଖୁବ୍‌ ଖୀଣ ସ୍ୱରରେ ମୋତେ କହୁଥିଲେ । ଆଉ ତାଙ୍କ କଥା ଶୁଣିବା ପାଇଁ ମୋତେ ଟେବୁଲରେ ନଇଁବାକୁ ପଡ଼ିଥିଲା ।’

Advertisment

ଟ୍ୱିଟରରେ ସୁପ୍ରିୟା ସୁଲେଙ୍କୁ ଟ୍ୟାଗ୍ କରି ଥରୁର ଆଉ ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ ଏକ ଗୀତର କିଛି ଧାଡି ଲେଖିଛନ୍ତି - 'କୁଛ ତୋ ଲୋଗ୍‌ କହେଙ୍ଗେ, ଲୋଗୋଁ କା କାମ୍‌ ହେ କେହେନା, ଛୋଡ଼ୋ ବେକାର କି ବାତେଁ କହିଁ ବିତ ନା ଯାଏ ରୈନା । କୁଛ ତୋ ଲୋଗ୍‌ କହେଙ୍ଗେ, ଲୋଗୋଁ କା କାମ ହେ କେହନା, କୁଛ ରିତ ଜଗତ କି ଏସି ହେ, ହର ଏକ ସୁବହ କି ଶାମ ହୁଇ ତୁ କୌନ ହେ, ତେରା ନାମ କ୍ୟା ହେ, ସୀତା ଭି ୟାହାଁ ବଦନାମ ହୁଇ । 'କୁଛ ତୋ ଲୋଗ୍‌ କହେଙ୍ଗେ, ଲୋଗୋଁ କା କାମ୍‌ ହେ କେହେନା’

Politics Sashi Tharoor Loksabha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ