Advertisment

ଘନେଇଲା ସୌମ୍ୟ- 5T ସଚିବ ବିବାଦ ! ପଦରୁ ବିଦା ପରେ ବି ସୌମ୍ୟଙ୍କୁ ଶଙ୍ଖସୈନ୍ୟଙ୍କ ଘେରାବନ୍ଦୀ

ଦଳରୁ ବିଦା କରିବାକୁ କାହିଁକି ସାହସ କୁଳେଇ ପାରୁନି ବିଜେଡି ? ସୌମ୍ୟଙ୍କୁ ସାମ୍ନାରେ ରଖି ପାଣ୍ଡିଆନଙ୍କୁ ଘେରିଲେ ବିରୋଧୀ ।

Soumyaranjan Pattnaik

Soumyaranjan Pattnaik

Advertisment

ଘନେଇଲା ସୌମ୍ୟ-5T ସଚିବ ବିବାଦ । ପାଣ୍ଡିଆନଙ୍କୁ ବିଜେଡିର ସମର୍ଥନ, ସୌମ୍ୟଙ୍କୁ ଟାର୍ଗେଟ୍ । ଉପସଭାପତି ପଦରୁ ବିଦା ପରେ ବି ସୌମ୍ୟଙ୍କୁ ଶଙ୍ଖସୈନ୍ୟଙ୍କ ଘେରାବନ୍ଦୀ । ଆଭିମୁଖ୍ୟ ନବଦଳାଇଲେ କାର୍ଯ୍ୟାନୁଷ୍ଠାନର ଧମକ । 

Advertisment

ବିଜେଡି ଉପସଭାପତି ପଦରୁ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ନବୀନ କାଢ଼ି ଦେବା ପରେ ଥମୁନି ଚର୍ଚ୍ଚା। ବିଜେଡି ଶିବିରରେ ବି ଟେନ୍ସନ୍।.. କାରଣ ସୌମ୍ୟ ଯେତେସବୁ ବାଣ ଚଳାଇଥିଲେ ସବୁ ଥିଲା 5T ସଚିବଙ୍କ ଆଡକୁ। ଆଉ ଉପସଭାପତି ପଦରୁ ବିଦା ହେବା ପରେ ସିଧା ମୁହାଁମୁହିଁ ସ୍ଥିତିରେ ପାଣ୍ଡିଆନ୍ ଓ ସୌମ୍ୟରଂଜନ। ଗୋଟିଏ ପଟେ ପାଣ୍ଡିଆନଙ୍କ ସମର୍ଥନରେ ବିଜେଡିର ପାୱାରଫୁଲ୍ ଗୋଷ୍ଠୀ ବାହାରି ସୌମ୍ୟଙ୍କୁ ଘେରିଛନ୍ତି।

ଅନ୍ୟପଟେ ସୌମ୍ୟଙ୍କ ସପକ୍ଷରେ କଂଗ୍ରେସ୍ ଓ ବିଜେପି ନେତା ଖୋଲାଖୋଲି ମତ ରଖୁଥିବା ବେଳେ ବିଜେଡିର ଗୋଟିଏ ଗୋଷ୍ଠୀ ବି ନିରବ ସମର୍ଥନ କରୁଛି। ସୌମ୍ୟଙ୍କୁ ନେଇ ମୋଟ୍ ଉପରେ ଏବେକାର ରାଜନୀତିର ଚିତ୍ର କିଛି ଏଭଳି ରହିଛି। ବିଜେଡି ପ୍ରେସ୍ ରିଲିଜରେ ଥିବା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତ ଅସଲି ନା ନକିଲ ବୋଲି ସୌମ୍ୟ ପ୍ରଶ୍ନ କରିଥିଲେ।

Advertisment

ଏହାପରେ ଆହୁରି ଆକ୍ରମଣାତ୍ମକ ହୋଇଛି ବିଜେଡି। କେବଳ ନେତାଙ୍କ ଦ୍ୱାରା ନୁହେଁ, ସୋସିଆଲ୍ ମିଡିଆରେ ସୌମ୍ୟଙ୍କୁ ସାଙ୍ଘାତିକ ସମାଲୋଚନା ଚାଲିଛି । କୌଣସି ମତେ ତାଙ୍କୁ ମାନସିକ ଚାପରେ ରଖି ବିଧାୟକ ପଦ ଛାଡ଼ିବାକୁ ବିଜେଡି ଗେମ୍ ଖେଳୁଥିବା ଚର୍ଚ୍ଚା ହେଉଛି। ତେବେ ବଡ଼ ପ୍ରଶ୍ନ, ସୌମ୍ୟଙ୍କ ଉପରେ କାହିଁକି ଏତେ ଚାପ ? 5T ସଚିବଙ୍କ ବିରୋଧରେ ସୌମ୍ୟଙ୍କ ଲେଖା ଓ ମନ୍ତବ୍ୟ ସରକାର ବିରୋଧରେ ନକାରତ୍ମକ ମାହୋଲ ସୃଷ୍ଟି କରୁଥିବାରୁ ତାଙ୍କ ପ୍ରତି ଭୟ ରହୁଛି କି ?

ଏସବୁ ପ୍ରଶ୍ନ ଭିତରେ କଂଗ୍ରେସ ଓ ବିଜେପି 5T ସଚିବଙ୍କୁ ସମାଲୋଚନା କରିବା ସହ ଧମକ ନଦେଇ ସୌମ୍ୟଙ୍କୁ ଦଳରୁ କାହିଁକି ବାହାର କରିଦେଉନାହାନ୍ତି ବୋଲି ପଚାରିଛନ୍ତି। ତାସହ ଆଗକୁ ବିଜେଡିରେ ବିସ୍ପୋରଣ ହେବ ବୋଲି କହିଛନ୍ତି। ବିଜେଡି ତାର ଜବାବ ରଖିଛି।

Advertisment

ବଡ଼ ପ୍ରଶ୍ନ ସୌମ୍ୟ ଆଗକୁ କରିବେ କଣ ? ତାଙ୍କୁ ବିଜେଡି ଦଳରୁ ବହିଷ୍କାର କରିବ ନା ସେ ନିଜେ ବିଧାୟକ ଓ ଦଳରୁ ଇସ୍ତଫା ଦେଇଦେବେ ? ଯଦି ବିଜେଡି ଛାଡ଼ନ୍ତି, ବିଜେପି ନାକଂଗ୍ରେସରେ ଯୋଗ ଦେବେ, ନା ବିଭିନ୍ନ ଆନ୍ଦୋଳନରେ ନିଜକୁ ସାମିଲ କରି ସରକାର ବିରୋଧରେ ମାତିବେ ?

୨୦୧୮ରେ ସୌମ୍ୟରଂଜନ ବିଜେଡିରେ ଯୋଗ ଦେବା ପୂର୍ବରୁ ଚିଟଫଣ୍ଡ ଓ ଚାଷୀ ଆନ୍ଦୋଳନ ଭଳି ଲୋକଙ୍କ ସମସ୍ୟା ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଓ ଅଭିଯାନରେ ସାମିଲ୍ ଥିଲେ। ହେଲେ ଶଙ୍ଖ ଶିବିରକୁ ଯିବା ପରେ ସେ ତାଙ୍କ ବିଶ୍ବସନୀୟତା ହରାଇଥିଲେ ବୋଲି ଚର୍ଚ୍ଚା ହୁଏ। ହେଲେ ଏବେ ରାଜ୍ୟ ଶାସନ ବ୍ୟବସ୍ଥାର ନୂଆ ମଡେଲକୁ ନେଇ ସେ ଯେପରି ଖୋଲାଖୋଲି ପ୍ରଶ୍ନ ଉଠାଉଛନ୍ତି, ସେଥିରେ ତାଙ୍କ ପ୍ରତି ସମର୍ଥନ ବଢୁଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ