Advertisment

କେନ୍ଦ୍ରର ବିକାଶ ପଥରେ କିଏ ସାଜୁଛି କଣ୍ଟା ? ଭାରତ ସଂକଳ୍ପ ରଥକୁ ବିଜେଡିର ବିରୋଧ !

ଗାଡ଼ି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ । ବିକଶିତ ଭାରତ ସଂକଳ୍ପ ରଥକୁ ଅସହଯୋଗକୁ ନେଇ ରାଜନୀତି ।

undefined

Bharat Sankalpa Rath

Advertisment

୧୨ ଡିସେମ୍ବର ୨୦୨୩ । କଟକ ନିଶ୍ଚିତକୋଇଲି ବ୍ଲକ୍ ମାଣପୁର ପଂଚାୟତରେ ଭାରତ ସଂକଳ୍ପ ରଥକୁ ବିରୋଧ । ପୋଲିସ ଉପସ୍ଥିତିରେ ଆୟୋଜନକାରୀଙ୍କ ଉପରେ ଆକ୍ରମଣ ।

Advertisment

୨ ଜାନୁଆରୀ ୨୦୨୪ । ଭଦ୍ରକ ବାସୁଦେବପୁରରେ ଭାରତ ସଂକଳ୍ପ ରଥକୁ ବିରୋଧ । ଡ୍ରାଇଭର ଓ କର୍ମଚାରୀଙ୍କୁ ଗାଳିଗୁଲଜ, ଗାଡି ନ ରଖିବାକୁ ଧମକ ।

୩ ଜାନୁଆରୀ ୨୦୨୪ । ଭଦ୍ରକ ଧାମନଗରରେ ଭାରତ ସଂକଳ୍ପ ରଥକୁ ଭଙ୍ଗାରୁଜା କାଚ ଭାଙ୍ଗିବା ସହ ବ୍ୟାନର ଚିରିଲେ ଦୁର୍ବୃତ୍ତ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରାର ରାସ୍ତା ଅବରୋଧ, ବାରମ୍ବାର ବିରୋଧ। କେଉଁଠି ଆୟୋଜକଙ୍କୁ ଆକ୍ରମଣ ତ କେଉଁଠି ଗାଡି ଭଙ୍ଗାରୁଜା, କର୍ମଚାରୀଙ୍କୁ ବି ଧମକ ଚମକ ଦେଇ କୌଣସି ମତେ ଯାତ୍ରା ସଫଳ କରାଇନଦେବାକୁ ହୀନ ପ୍ରୟାସ କରାଯାଉଥିବା ଅଭିଯୋଗ ହୋଇଛି।

Advertisment

ହେଲେ ଭୁବନେଶ୍ୱରରେ ସ୍ଥିତି ଟିକେ ଭିନ୍ନ । ବୁଦ୍ଧ ପାର୍କ ସାମ୍ନାରେ ଲାଗିଥିଲା ବିକଶିତ ଭାରତ ସଂକଳ୍ପ ରଥ। ଏଥିପାଇଁ ବିଏମସି ପକ୍ଷରୁ ଟେଣ୍ଟ ମଧ୍ୟ ଲଗାଯାଇଥିଲା । ଏଥିରେ ଆଧାର ଅପଡେଟ୍, ଉଜ୍ଜଳା ଯୋଜନା, ସ୍ୱାସ୍ଥ୍ୟ କ୍ୟାମ୍ପ ଏବଂ ପିଏମ୍ ସମ୍ମାନ ନିଧି ଭଳି ଯୋଜନାରେ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା ରହିଥିଲା। ପହଁଚିଯାଇଥିଲେ ହିତାଧିକାରୀ। ହେଲେ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଆସିନଥିଲେ ରାଜ୍ୟ ସରକାରଙ୍କ ଅଧିକାରୀ। ଦୀର୍ଘ ସମୟ ଅପେକ୍ଷା ପରେ ଲୋକେ ନିରାଶ ହୋଇ ଫେରିଥିଲେ।

କଣ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ? ଏହି ଯାତ୍ରା ପଛରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ କଣ ? ଚାଉଳ ଯୋଗାଣଠାରୁ ପ୍ରଧାନମନ୍ତ୍ରୀ ଆବାସ, ଉଜ୍ଜଳା ଯୋଜନା, ନଳରୁ ଜଳ, ଚାଷୀଙ୍କୁ ସହାୟତା, କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା କେମିତି ପ୍ରତି ହିତାଧିକାରୀଙ୍କ ପାଖରେ ପହଁଚିବ ତାହା ଏହି ଯାତ୍ରାର ମୂଳ ଲକ୍ଷ୍ୟ।

Advertisment

ସଂକଳ୍ପ ଯାତ୍ରାରେ ବୁଲୁଥିବା ରଥ ଜରିଆରେ ଘରେ ଘରେ ପହଁଚୁଛି ସରକାର, ପହଁଚୁଛି ଯୋଜନା। ଏଥିପାଇଁ ସହଯୋଗ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି ମଧ୍ୟ କରିଥିଲେ। ହେଲେ ରାଜ୍ୟ ସରକାର ସହଯୋଗ କରିବା ତ ଦୂରର କଥା କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଥିବା ବିଜେପି ଅଭିଯୋଗ କରିଛି।

ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାରଙ୍କ ଭାରତ ସଂକଳ୍ପ ଯାତ୍ରାର ସଫଳତାକୁ ବିରୋଧ ପାଇଁ ଷ୍ଟ୍ରାଟେଜୀ କରିଛି ଶାସକ ଦଳ ? ରାଜ୍ୟବାସୀ କେନ୍ଦ୍ର ସରକାରଙ୍କ ଜନମଙ୍ଗଳ ଯୋଜନା ବାବଦରେ ଜାଣିଲେ କି ଉପକୃତ ହେଲେ କାଳେ ଫାଇଦା ମୋଦିଙ୍କୁ ଚାଲିଯିବ, ସେଥି ପାଇଁ ଏ ଫନ୍ଦି କି ?

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ