କଂଗ୍ରେସକୁ ଆସିବେ ବହୁ ବିଜେଡି ନେତା: ମହମ୍ମଦ ମୋକିମ

ପିସିସି ଗଠନ ହୋଇଯିବା ପରେ ଅନେକ ନେତା କଂଗ୍ରେସକୁ ଆସିବେ । ବିଜେଡି ଦଳର ଅନେକ ନେତା ଆମ ସହିତ ସଂପର୍କରେ ଅଛନ୍ତି ।

Mohammed Moquim

ପିସିସି ସଭାପତି ଚୟନ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ । ସେ କହିଛନ୍ତି, ହାଇକମାଣ୍ଡ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନେବେ। ସେଥିପାଇଁ ଏଆଇସିସିର ଦୁଇଜଣ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ହାଇକମାଣ୍ଡ କୌଣସି ଲବିର ବଶବର୍ତ୍ତି ହେବେ ନାହିଁ । ଦଳର ତୃଣ ମୂଳ ସ୍ତରରେ କାମ କରୁଥିବା ଏବଂ ଦଳକୁ ସଂଗଠିତ କରୁଥିବା ନେତାଙ୍କୁ ପିସିସି ସଭାପତି କରାଯିବ ବୋଲି ମୋର ଆଶା । ଦୀପାବଳି ଭିତରେ ପିସିସି ସଭାପତି କିଏ ହେବ ତାହା ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ମହମ୍ମଦ ମୋକିମ ।

ସେହିପରି ସେ ଆହୁରି କହିଛନ୍ତି ପିସିସି ଗଠନ ହୋଇଯିବା ପରେ ଅନେକ ନେତା କଂଗ୍ରେସକୁ ଆସିବେ । ବିଜେଡି ଦଳର ଅନେକ ନେତା ଆମ ସହିତ ସଂପର୍କରେ ଅଛନ୍ତି । ଯେଉଁମାନେ ଦଳରେ କୋଣଠେସା ହୋଇ ରହିଛନ୍ତି, ସେମାନେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି। ବିଜେଡିରେ ହାରିଥିବା ସାଂସଦ ଓ ବିଧାୟକ ପ୍ରାର୍ଥୀ ଆମ ଦଳରେ ସାମିଲ ହେବେ । କେବଳ ବିଜେଡି ନୁହେଁ ବିଜେପି ଦଳର ମଧ୍ୟ ଅନେକ ନେତା ମଧ୍ୟ ଆମ ସହ ସମ୍ପର୍କରେ ଅଛନ୍ତି ବୋଲି ମୋକିମ କହିଛନ୍ତି ।