Advertisment

ବାଚସ୍ପତିଙ୍କ ପରେ ଇସ୍ତଫା ଦେଲେ ଦୁଇ ରାଷ୍ଟ୍ରମନ୍ତ୍ରୀ

ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ୨ ରାଷ୍ଟ୍ରମନ୍ତ୍ରୀ

ଅଦ୍ୟତନ ହୋଇଛି
Two More Odisha Ministers Resign

Two more Odisha ministers resign

Advertisment

ବଢ଼ିଲା ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା । ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଇସ୍ତଫା ଦେଲେ ଦୁଇ ମନ୍ତ୍ରୀ । ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଛନ୍ତି । ଉଭୟେ କାହିଁକି ଇସ୍ତଫା ଦେଲେ ସେ ସମ୍ପର୍କରେ ମିଳିନି କୌଣସି ସୂଚନା ।

Advertisment

ଏହି ଦୁଇ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳ ବଦଳ ଏକପ୍ରକାର ସ୍ପଷ୍ଟ ହୋଇଛି । ଉଭୟ ମନ୍ତ୍ରୀ ନବୀନ ସରକାରରେ ବିବାଦୀୟ ଥିଲେ । ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ସମୀର ଦାସଙ୍କ ଉପରଙ୍କୁ ଆଙ୍ଗୁଳି ଉଠିଥିଲା । ସେହିଭଳି ନିକଟରେ ପୁରୀ ଜିଲ୍ଲା ପରିଷଦ ଜୋନ୍ ନିର୍ବାଚନରେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ପରାଜୟ ପରେ ସମୀରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା ।

ଏପଟେ କିଛି ଦିନ ତଳେ ବିଜେଡିର ଜଣେ ମହିଳା କର୍ମୀ,ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ନିର୍ଯାତନା ନେଇ ଥାନାରେ ଏତଲା ଦେଇଥିଲେ। ଏହାକୁ ନେଇ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ବିବାଦରେ ଥିଲେ । ତେବେ ଉଭୟେ କେଉଁ କାରଣରୁ ଇସ୍ତଫା ଦେଲେ ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।..

Advertisment

ତେବେ ଦୁଇ ମନ୍ତ୍ରୀଙ୍କ ପୂର୍ବରୁ ବାଚସ୍ପତି ବିକ୍ରମ ଆରୁଖ ଇସ୍ତଫା ଦେଇଛନ୍ତି । ବିକ୍ରମ ଆରୁଖ ଆଜି ହଠାତ ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ସେ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି । ସେ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ଭଞ୍ଜନଗର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ।

Advertisment

କହିଛନ୍ତି ‘ଦଳ ଯେତେବେଳେ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛି, ସେ ତାକୁ ନିର୍ବାହ କରିଛନ୍ତି। ‘ତାଙ୍କୁ ଭବିଷ୍ୟତରେ ଯାହା ବି ଦାୟିତ୍ବ ମିଳିବ, ତାକୁ ସେ ନିର୍ବାହ କରିବେ’। ‘ଦଳରେ କିମ୍ବା ସରକାରରେ ତାଙ୍କୁ ପରବର୍ତ୍ତୀ ଯେଉଁ ଦାୟିତ୍ୱ ମିଳିବ, ତାକୁ ସେ ଦାୟିତ୍ୱ ର
ତୁଲାଇବେ ବୋଲି କହିଛନ୍ତି ବିକ୍ରମ ଆରୁଖ ।...

Samir Ranjan Das Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ