Advertisment

ମୋକିମ୍‌ଙ୍କୁ ସୁପ୍ରିମ ଆଶ୍ୱସ୍ତି; ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଦେଲେ ସୁପ୍ରିମକୋର୍ଟ

୨୦୧୯ରେ ମୋକିମଙ୍କ ପ୍ରତିପକ୍ଷ ଥିବା ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଭିଯୋଗ ଉପରେ ଶୁଣାଣି କରି ରାୟ ଶୁଣାଇଥିଲେ ଉଚ୍ଚ ଅଦାଲତ। ସେହି ରାୟ ବିରୋଧରେ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ ମହମ୍ମଦ ମୋକିମ।

ଅଦ୍ୟତନ ହୋଇଛି
Supreme Court Stays High Court Order Nullifying 2019

Congress MLA Mohammad Moquim

Advertisment

ସୁପ୍ରିମକୋର୍ଟରୁ ମୋକିମ୍‌ଙ୍କୁ ଆଶ୍ୱସ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଦେଲେ ସୁପ୍ରିମକୋର୍ଟ। ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ହାଇକୋର୍ଟ। ନାମାଙ୍କନ ବେଳେ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିବା ଅଭିଯୋଗ ହୋଇଥିଲା। ପରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ ମହମ୍ମଦ ମୋକିମ।

Advertisment

୨୦୧୯ରେ ମୋକିମଙ୍କ ପ୍ରତିପକ୍ଷ ଥିବା ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଭିଯୋଗ ଉପରେ ଶୁଣାଣି କରି ଏହି ରାୟ ଶୁଣାଇଥିଲେ ଉଚ୍ଚ ଅଦାଲତ। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ନିର୍ଦ୍ଧାରିତ ଫର୍ମ ଅନୁଯାୟୀ ମନୋନୟନ ପତ୍ର ଦାଖଲ କରିନଥିଲେ। ତାଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସତ୍ତ୍ୱେ ସତ୍ୟପାଠରେ ଦର୍ଶାଇନଥିଲେ ମୋକିମ୍। ଏହି ଅଭିଯୋଗ ଆଣି ନିର୍ବାଚନ ଫଳ ଘୋଷଣା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦେବାଶିଷ ସାମନ୍ତରାୟ।

ଅଭିଯୋଗକୁ କୋର୍ଟ ଗ୍ରହଣ କରିବା ସହ ମାମଲାର ଶୁଣାଣି କରି ରାୟ ଶୁଣାଇଥିଲେ ହାଇକୋର୍ଟ। ନିର୍ବାଚନ ଅସିଦ୍ଧ ବୋଲି କହିବା ସହ ମୋକିମଙ୍କ ବିଧାୟକ ପଦକୁ ରଦ୍ଦ ଘୋଷଣା କରିଥିଲେ। ତା’ସହ ମନୋନୟନ ପତ୍ର ଯାଞ୍ଚ ବେଳେ ରିଟର୍ଣ୍ଣିଂ ଅଫିସର ମୋକିମଙ୍କ ନାମାଙ୍କନ ପତ୍ରକୁ କାହିଁକି ଖାରଜ କଲେ ନାହିଁ, ତାହା ହିଁ ଥିଲା ବଡ଼ତ୍ରୁଟି ବୋଲି ହାଇକୋର୍ଟ କହିଥିଲେ।

Advertisment

Supreme Court High Court Mohammad Moquim
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ