Advertisment

ଓଡ଼ିଆ ବୀରଙ୍କ ମାଟି ଖୋର୍ଦ୍ଧା, ଏଠି ଲଢେଇ ଭିନ୍ନ ପ୍ରକାର

୨୦୦୯ରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ। ୨୦୦୯ରେ ଜ୍ୟୋତିନ୍ଦ୍ରନାଥ ମିତ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିଥିଲେ। ତାଙ୍କୁ ଟକ୍କର ଦେଇଥିଲେ ତାଙ୍କର ଏକଦା ଦୃଢ ସମର୍ଥକ ଥିବା ରାଜେନ୍ଦ୍ର ସାହୁ।

ଅଦ୍ୟତନ ହୋଇଛି
Sattara Satranj, Khudha Politics

Sattara Satranj, Khudha Politics

Advertisment

ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ। ଏ ମାଟି ବୀର ମାଟି। ଏଠି ଲଢେଇ ବି ଅଲଗା ପ୍ରକାରର। ରାଜ୍ୟ ରାଜଧାନୀ ଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଅବସ୍ଥିତ ଏହି ନିର୍ବାଚନ ମଣ୍ଡଳୀ। ଏଠାକାର ଭୋଟର କେତେବେଳେ କାହା ସପକ୍ଷରେ ମତ ଦିଅନ୍ତି ତାହା ଅନ୍ଦାଜ ଲଗାଇବା ଏକ ପ୍ରକାର କଷ୍ଟକର ବ୍ୟାପାର ।

Advertisment

୨୦୦୦ ମସିହାରୁ ଏହି ନିର୍ବାଚନ ମଣ୍ଡଳୀରେ ଦୁଇଥର ସ୍ୱାଧୀନ ପ୍ରାର୍ଥୀ ଓ ତିନିଥର ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏବେ ବିଧାୟକ ଅଛନ୍ତି ବିଜେଡିର ଜ୍ୟୋତିନ୍ଦ୍ରନାଥ ମିତ୍ର। ଏଠି ରାଜନୀତିର ରଙ୍ଗ ଅତି ନାଟକୀୟ ଢଙ୍ଗରେ ବଦଳେ। ଖୋର୍ଦ୍ଧାର କଂଗ୍ରେସ ପୌରାଧ୍ୟକ୍ଷ ଥିବା ଜ୍ୟୋତିନ୍ଦ୍ରନାଥ ମିତ୍ର ୨୦୦୦ରେ ସ୍ୱାଧୀନ ପ୍ରାର୍ଥୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ବିଜେଡିରେ ଯୋଗଦେଇ ୨୦୦୪ରେ ପୁନର୍ବାର ବିଧାୟକ ହୋଇଥିଲେ।

ତେବେ ୨୦୦୯ରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ। ୨୦୦୯ରେ ଜ୍ୟୋତିନ୍ଦ୍ରନାଥ ମିତ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିଥିଲେ। ତାଙ୍କୁ ଟକ୍କର ଦେଇଥିଲେ ତାଙ୍କର ଏକଦା ଦୃଢ ସମର୍ଥକ ଥିବା ରାଜେନ୍ଦ୍ର ସାହୁ। ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଥିଲେ। ଜ୍ୟୋତିନ୍ଦ୍ର କଂଗ୍ରେସ ଦଳରୁ ପୌରାଧ୍ୟକ୍ଷ ଥିଲା ବେଳେ ରାଜେନ୍ଦ୍ର ଥିଲେ କଂଗ୍ରେସର ଜଣେ କାଉନସିଲର୍ ଥିଲେ । ଜ୍ୟୋତିନ୍ଦ୍ରଙ୍କ ଏକାନ୍ତ ଅନୁଗତ । ସମୟ ଚକ୍ରରେ ୨୦୦୯ରେ ହୋଇଥିଲା ଗୁରୁ ଶିଷ୍ୟ ଲଢେଇ । ବାଜି ମାରି ନେଇଥିଲେ ଶିଷ୍ୟ ରାଜେନ୍ଦ୍ର।

Advertisment

ଜ୍ୟୋତିନ୍ଦ୍ରଙ୍କ ପରି ୨୦୧୪ରେ ରାଜେନ୍ଦ୍ର ବିଜେଡି ଟିକେଟ୍ ପାଇ ଜିତିଥିଲେ । ୨୦୧୪ରେ ଜ୍ୟୋତିନ୍ଦ୍ର ବିଜେପିରେ ଯୋଗଦେଇ ନିର୍ବାଚନ ଲଢିଥିଲେ। ସେ ହାରି ଯାଇଥିଲେ ବି ବିଜେପି ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିଲା। ୨୦୧୯ରେ ବିଧାୟକ ଥିବା ରାଜେନ୍ଦ୍ର ସାହୁଙ୍କୁ ବେଗୁନିଆ ପଠାଇ ପୁଣି ଜ୍ୟୋତିନ୍ଦ୍ର ମିତ୍ରଙ୍କୁ ଦଳକୁ ଆଣି ଟିକେଟ ଦେଇଥିଲା ବିଜେଡି ।

ଖୋର୍ଦ୍ଧାର ଏ ଗୋଳିଆ ରାଜନୀତି ଏବେ ଆହୁରି ଗୋଳିଆ ହୋଇଯାଇଛି। ବିଜେଡି ଟିକେଟ୍ ଆଶାୟୀଙ୍କ ସଂଖ୍ୟା ଢେର୍ ବଢିଯାଇଛି। ବର୍ତ୍ତମାନର ବିଧାୟକ ଜ୍ୟୋତିନ୍ଦ୍ର ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ବିଜେଡି ଟିକେଟ୍ ହାତେଇବାକୁ ଯତପରୋନାସ୍ତି ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। 

Advertisment
BJD BJP Congress Odisha Politics General Elections 2024 Sattara Satranj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ