• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସଂଧ୍ୟା ୫ରେ ଘରୁ ବାହାରକୁ ଯାଇ ଫେରିନାହାନ୍ତି

  • ଅଭିଯୋଗ ଆଧାରରେ ପୋଲିସର ତଦନ୍ତ ଜାରି

ଅନୁଗୁଳ ଜିଲ୍ଲା ମାଛକୁଟା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ନିଖୋଜ । ଏନେଇ ସମର୍ଥକ ଓ ପରିବାର ଲୋକେ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଛନ୍ତି । ଏଥର ନିର୍ବାଚନରେ ୬ ଜଣ ସରପଞ୍ଚ ପ୍ରାର୍ଥୀ ଅଛନ୍ତି ସେମାନଙ୍କ ମଧ୍ୟରୁ ସରପଞ୍ଚ ପ୍ରାର୍ଥୀ ମନୋଜ କୁମାର ସେଠୀ । ଗତକାଲି ସଂଧ୍ୟାରେ ଘରୁ ବାହାରିଥିଲେ ତେବେ ବିଳମ୍ବିତ ରାତି ଯାଏ ସେ ନ ଫେରିବାରୁ ସମର୍ଥକ ଓ ପରିବାର ଲୋକ ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର ପତ୍ତା ନ ମିଳିବାରୁ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ ସରପଂଚ ପ୍ରାର୍ଥୀ ମନୋଜ କୁମାର ସେଠୀ ଗତକାଲି ସଂଧ୍ୟା ୫ଟା ବେଳେ କୁଆଡ଼େ ଘରୁ ବାହାରି ଯାଇଥିଲେ । ନିର୍ବାଚନ କାମରେ ଯାଇଥିବା କଥା ଭାବିଥିଲେ ପରିବାର ଲୋକ । ହେଲେ ସଂନ୍ଧ୍ୟା ଯାଇ ରାତି ହେଲା, ହେଲେ ମନୋଜ ଘରକୁ ଫେରିଲେନି । ଅନେକ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର କୌଣସି ସନ୍ଧାନ ପାଇନଥିଲେ,ଯାହାକୁ ନେଇ ପରିବାର ଲୋକ ମାନେ ଭୟଭୀତ ହୋଇପଡ଼ିଥିଲେ । ଶେଷରେ ମନୋଜଙ୍କର ଖୋଜ ଖବର ନପାଇବାରୁ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଛନ୍ତି ।

ମନୋଜ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ତାଙ୍କୁ ଏଥିରୁ ଓହରି ଯିବାକୁ ପୂର୍ବରୁ ଧମକଚମକ, ଗାଳିଗୁଲଜ ଦିଆଯାଉଥିବା ନେଇ ପୁଲିସ୍‌କୁ ଜଣାଇଛନ୍ତି ତାଙ୍କ ସ୍ତ୍ରୀ ରଶ୍ମୀତା ସେଠୀ।  ହେଲେ ମନୋଜ ଏହାକୁ ଖାତିର ନ କରି ନିଜ ପ୍ରଚାର କାର୍ଯ୍ୟ ଚଳାଇଥିବାରୁ ତାଙ୍କୁ ଆକ୍ରୋଶମୂଳକ ମନୋଭାବ ରଖି ଅପହରଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତିକରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା SDPO ସୂଚନା ଦେଇଛନ୍ତି ।

ସେପଟେ ପଞ୍ଚାୟତ ନିର୍ବାଚନ ଲାଗି ନିର୍ବାଚନ ଜୋର୍ ଧରିଛି ପ୍ରଚାର । ପ୍ରାର୍ଥୀମାନେ ଘର ଘର ବୁଲି ନିଜ ସପକ୍ଷରେ ଭୋଟ୍ ବିକ୍ଷା କରୁଛନ୍ତି । ରାଜ୍ୟ ନିର୍ବାଚନ କମିଶନ କଟକଣା କୋହଳ କରିଥିବାରୁ ପ୍ରାର୍ଥୀମାନେ ଏଣିକି ୨୦ ଜଣ ସମର୍ଥକଙ୍କୁ ନେଇ ପ୍ରଚାର କରୁଛନ୍ତି । ସେପଟେ ଦଳ ସମର୍ଥନରେ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ପାଇଁ ହେଭିୱେଟ୍ ନେତାମାନେ ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି ।

 

ଅନୁଗୋଳରୁ ବିରଜାଙ୍କ ରିପୋର୍ଟ