Advertisment

ଖୋଲାମଞ୍ଚରେ ସୂରଜଙ୍କ ‘ଉଲଗ୍ନ ରାଜା’ ଉପାଖ୍ୟାନ, କାଉଣ୍ଟର କଲେ ସପ୍ତଗିରି

ବିଜେପି MLA ସୂର୍ଯ୍ୟବଂଶୀ ଓ କଂଗ୍ରେସ MP ସପ୍ତଗିରିଙ୍କ ମନ୍ତବ୍ୟ । ଜାତୀୟ ଯୁବ ଦିବସ ସମ୍ମିଳନୀ ମଞ୍ଚରେ ‘ଉଲଗ୍ନ ରାଜା’ ଉପାଖ୍ୟାନ ।

Suryabanshi suraj

Suryabanshi suraj

Advertisment

ଖୋଲାମଞ୍ଚରେ ଉଲଗ୍ନ ରାଜା ଉପାଖ୍ୟାନ। ମୁହାଁମୁହିଁ ବିଜେପି ବନାମ କଂଗ୍ରେସ। ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ କାଉଣ୍ଟର କରି କେନ୍ଦ୍ର ସରକାରଙ୍କୁ ନିଶାନା କରିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା। ସୂର୍ଯ୍ୟବଂଶୀ ସୂରଜ ଶାସକ ବିଜେଡିକୁ କଟାକ୍ଷ କରିବା ସହ କହିଥିଲେ ରାଜ୍ୟରେ ରାଜା ଉଲଗ୍ନ। 

Advertisment

ସେହି ମଞ୍ଚରେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା କଡ଼ା କାଉଣ୍ଟର କରିଛନ୍ତି। କହିଛନ୍ତି ରାଜ୍ୟରେ ବି ଉଲଗ୍ନ ରାଜା, ଦିଲ୍ଲୀରେ ବି ରାଜା ଉଲଗ୍ନ। ଭୁବନେଶ୍ୱର ଜୟଦେବ ଭବନରେ କ୍ରାନ୍ତିକାରୀ ଫାଉଣ୍ଡେସନ ତରଫରୁ ଆୟୋଜିତ ଜାତୀୟ ଯୁବ ଦିବସ ସମ୍ମିଳନୀର ମଞ୍ଚ ଉପରେ ଚାଲିଥିଲା ଏଭଳି ବୟାନ ବାଜି। ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment

Congress BJD BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ