Advertisment

ନିର୍ବାଚନୀ କଟକଣାକୁ ଦଳିଦେଲେ ସମିତି ସଭ୍ୟ ପ୍ରାର୍ଥୀ

ବିଧାୟକ ରମେଶ ଜେନାଙ୍କ ଅଭିଯୋଗ: ଶାସକ ଦଳର ନେତା ଭାବୁଛନ୍ତି- ପୁଲିସ ଆମ ହାତରେ ଅଛି, ଆମେ କାହାକୁ ଖାତିର କରିବୁନି।

ଅଦ୍ୟତନ ହୋଇଛି
Election Guidelines Violation

Election Guidelines Violation

Advertisment

ଆସ୍କା:  ଗଂଜାମ ଜିଲ୍ଲା ଧରାକୋଟରେ ଉଡ଼ିଲା ନିର୍ବାଚନୀ କଟକଣାର ଧଜିଆ। ହଜାର ହଜାର ସମର୍ଥକୁ ନେଇ ରାଲି କରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସମିତି ସଭ୍ୟ ପ୍ରାର୍ଥୀ ସୁଲକ୍ଷଣା ଗିତାଞ୍ଜଳି ଦେବୀ। ଶାସକ ଦଳ ତାଙ୍କୁ ସମର୍ଥନ ଦେଉଥିବାରୁ ସମସ୍ତ କଟକଣା ଉଲ୍ଲଂଘନ କରି ଏଭଳି ଶୋଭାଯାତ୍ରା କରାଯାଇଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି। ନାମାଙ୍କନ ଦାଖଲର ଚତୁର୍ଥ ଦିନରେ ଧରାକୋଟରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

Advertisment

କୋଭିଡ୍ ଗାଇଡ୍ ଲାଇନ୍‌ର ପୁରା ଧଜିଆ ଉଡ଼ାଇଛନ୍ତି ଏହି ପ୍ରାର୍ଥୀ। ବ୍ଳକ୍‌ର ହଜାର ହଜାର ସମର୍ଥକଙ୍କୁ ନେଇ ବାଜା ବାଜେଣା ଓ ଶୋଭାଯାତ୍ରାରେ ଯାଇ ସୁଲକ୍ଷଣା ଗିତାଞ୍ଜଳି ଦେବୀ ନାମାଙ୍କନ ପତ୍ର ଦାଖଲ କରିଥଲେ। କଟକଣା ଉଲ୍ଲଂଘନକୁ କଂଗ୍ରେସ ବିଧାୟକ ରମେଶ ଜେନା ବିରୋଧ କରିଛନ୍ତି।  

କଂଗ୍ରେସ ବିଧାୟକ ରମେଶ ଜେନା କହିଛନ୍ତି ଯେ ଧରାକୋଟ ବ୍ଲକ୍‌ରେ ଦାଦାଗିରି ଚାଲିଛି। ଗଣତନ୍ତ୍ରର ରାଷ୍ଟ୍ରରେ ନିର୍ବାଚନ ଲଢିବା ପାଇଁ ସମସ୍ତଙ୍କ ଅଧିକାର ରହିଛି। ନାମାଙ୍କନ ପତ୍ର ଦାଖଲ ସମୟରେ ଯିବା ପାଇଁ ବାଧ୍ୟ କରାଯାଉଛି ଓ ଭୟଭୀତ, ମାରପିଟ କରାଯାଉଛି। ଏପରିକି ବିରୋଧରେ ପ୍ରାର୍ଥୀ ନଦେବାକୁ ଭୟଭୀତ କରାଉଛନ୍ତି। ସେଥିପାଇଁ ଗଣତନ୍ତ୍ରର ନିୟମ ଅନୁସାରେ ସେମାନଙ୍କୁ ସହଯୋଗ କରିବାକୁ ମୁଁ ଆସିଥିଲି। କିନ୍ତୁ ଶାସକ ଦଳର ନେତାମାନେ ନିୟମ ମାନିବାକୁ ନାରାଜ। ଏପରିକି ଆପତ୍ତି କିମ୍ବା ଅଭିଯୋଗ କଲେ, ଲୋକଙ୍କୁ ଭୟଭୀତ କରାଉଛନ୍ତି। ଶାସକ ଦଳର ନେତା ଭାବୁଛନ୍ତି- ପୁଲିସ ଆମ ହାତରେ ଅଛି, ଆମେ କାହାକୁ ଖାତିର କରିବୁନି। କୋଭିଡ ଗାଇଡଲାଇନ୍ ମଧ୍ୟ ମାନୁନାହାନ୍ତି। 

Advertisment
Ganjam EC Odisha Panchayat Election Election Guidelines Violation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ