Advertisment

ରାଜସ୍ଥାନରେ ପାଇଲଟଙ୍କ ଅନଶନ ତାତି ! ବସୁନ୍ଧରା କେବଳ ବାହାନା, ଗେହଲଟ ହିଁ ଅସଲ ନିଶାନା

ନା ଚେତାବନୀ କୁ ଖାତିର କଲେ , ନା ପରାମର୍ଶକୁ ଗ୍ରହଣ କଲେ। ଶେଷରେ ଦିନିକିଆ ଅନଶନରେ ବସିଲେ ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ରାଜ୍ୟରେ ବସୁନ୍ଧରା ରାଜେଙ୍କ ଅମଳରେ ହୋଇଥିବା ଦୁର୍ନୀତି ବିରୋଧରେ ତଦନ୍ତ ଦାବି କରି ଅନଶନରେ ବସିଲେ ପାଇଲଟ ।

ଅଦ୍ୟତନ ହୋଇଛି
Sachin Pilot-Ashok Gehlot Row

Rajasthan Congress crisis

Advertisment

ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ପୁଣି ତେଜିଲା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କଳି । ରାଜ୍ୟରେ ବସୁନ୍ଧରା ରାଜେଙ୍କ ଅମଳରେ ହୋଇଥିବା ଦୁର୍ନୀତି ବିରୋଧରେ ତଦନ୍ତ ଦାବି କରି ପାଇଲଟ ଅନଶନରେ ବସିଛନ୍ତି ପାଇଲଟ୍ । ହେଲେ ନିଶାନାରେ କିନ୍ତୁ ମୁଖ୍ୟମନ୍ତ୍ରୀ ଗେହଲଟ । ନିର୍ବାଚନ ପୂର୍ବରୁ ବସୁନ୍ଧରାଙ୍କ ଦୁର୍ନୀତି ତଦନ୍ତ ପ୍ରତିଶୃତି ଦେଇଥିବା ଗେହଲୋଟ ଏଥିରେ ବିଫଳ ହୋଇଥିବା ଅଭିଯୋଗ କରି ଆନ୍ଦୋଳନ ପନ୍ଥା ଆପଣାଇଛନ୍ତି ପାଇଲଟ, ଯାହା କଂଗ୍ରେସ ପାଇଁ ସୃଷ୍ଟି କରିଛି ଅଡୁଆ ପରିସ୍ଥିତି।

Advertisment

ପାଇଲଟଙ୍କର କାର୍ଯ୍ୟକଳାପ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । କାରଣ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ସିଧାସଳଖ ଚ୍ୟାଲେଂଜ କରିଛନ୍ତି ପାଇଲଟ । ଅଭିଯୋଗ କରିଛନ୍ତି ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଦୁର୍ନୀତିର ପର୍ଦ୍ଦାଫାଶ କରିବେ ବୋଲି ପ୍ରତିଶୃତି ଦେଇଥିଲେ ଗେହଲଟ । ହେଲେ ଶାସନର ଏତେ ବର୍ଷ ପରେ ବି ବସୁନ୍ଧରା ରାଜେଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ପାଇଲଟଙ୍କ ସମର୍ଥକ ବି ପ୍ରଶ୍ନ କରିଛନ୍ତି, ଯଦି ପ୍ରତିଶୃତି ପାଳନରେ ସରକାର ବିଫଳ ହେଉଛନ୍ତି, ଆମେ କେଉଁ ମୁହଁ ନେଇ ପୁଣି ଜନତାଙ୍କ ନିକଟକୁ ଯିବୁ ।

ଦଳର ଚେତାବନୀକୁ ଗ୍ରହଣ ନକରି ଗେହଲଟଙ୍କ ବିରୋଧରେ ପୁଣି ଥରେ ମୋର୍ଚ୍ଚା ଖୋଲିଛନ୍ତି ପାଇଲଟ । ଅନଶନ ନକରିବାକୁ ଗତକାଲି ଚେତାବନୀ ଦେଇଥିଲେ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ସୁଖଜିନ୍ଦର ସିଂ ରନ୍ଧାୱା । ତେବେ AICC ପକ୍ଷରୁ ବିବୃତିରେ ଏହି ଅନଶନ ଦଳର ସ୍ୱାର୍ଥ ବିରୋଧୀ ଏବଂ ଏହା ଦଳ ବିରୋଧୀ କାର୍ଯ୍ୟକଳାପ ବୋଲି ଉଲ୍ଲେଖ କରାଯାଇଥିଲା। ପାଇଲଟ ମୋ ସହ କେବେବି ଏହି ପ୍ରସଙ୍ଗରେ ଆଲୋଚନା କରିନାହାନ୍ତି । ଏହା ଦଳୀୟ ଫୋରମରେ ଆଲୋଚନା କରାଯାଇ ପାରିଥାନ୍ତା ବୋଲି ଲେଖିଥିଲେ। ...

Advertisment

ସେପଟେ ପାଇଲଟଙ୍କ ଅନଶନ ମିଶନକୁ ଅନ୍ୟ କିଛି ନେତା ମଧ୍ୟ ଦଳ ବିରୋଧୀ କିଭଳି ବୋଲି ପ୍ରଶ୍ନ କରିଛନ୍ତି । ଏହାକୁ ନେଇ କଂଗ୍ରେସ ଏବେ ଦୁଇ ଫାଳ ହେବା ଦେଖାଦେଇଛି । ରାଜସ୍ଥାନରେ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ରାଜନୈତିକ ଲଢେଇ ୨୦୧୮ନିର୍ବାଚନ ପର ଠାରୁ ଜାରି ରହିଛି ।

ରାଜ୍ୟ କଂଗ୍ରେସ ସଭାପତି ଭାବେ ସଚିନ ପାଇଲଟଙ୍କ ନେତୃତ୍ୱରେ ନିର୍ବାଚନ ଜିତି କ୍ଷମତା ଦଖଲ କରିଥିଲା କଂଗ୍ରେସ । ଏହାପରେ ଉଭୟ ପାଇଲଟ ଓ ଗେହଲଟ ମୁଖ୍ୟମନ୍ତ୍ରୀତ୍ୱ ପାଇଁ ଦାବିଦାର ହୋଇଥିଲେ । ହେଲେ ପାର୍ଟି ହାଇକମାଣ୍ଡ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ ।

Advertisment

ସରକାର ଗଠନ ହେବା ପରଠାରୁ ଉଭୟଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା । ଜୁଲାଇ ୨୦୨୦ରେ କିଛି କଂଗ୍ରେସ ବିଧାୟକଙ୍କ ସହ ବିଦ୍ରୋହ କରିବା ପରେ ସଚିନ ପାଇଲଟ ରାଜ୍ୟ କଂଗ୍ରେସ ସଭାପତି ଏବଂ ଉପ ମୁଖ୍ୟମନ୍ତ୍ରୀ ପଦରୁ ବରଖାସ୍ତ ହୋଇଥିଲେ । ପାଇଲଟଙ୍କ ଅନଶନ ପରେ ରାଜସ୍ଥାନର କଂଗ୍ରେସ ପ୍ଲେନ କେଉ ଦିଗରେ ଗତି କରୁଛି ଏବେ ତା ଉପରେ ନଜର ।

Congress Hunger Strike Sachin Pilot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ