କି ଲଜ୍ଜାଜନକ କଥା ! ଆଗ ଧାଡ଼ିରେ ବସିବାକୁ ତଳେ ପଡ଼ି ଗଡ଼ାଗଡ଼ି ହେଲେ ଦୁଇ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ

ଲଢେଇ ଖଣ୍ଡେ ଚେୟାର ପାଇଁ . . .ଆଗରେ ବସିବା ପାଇଁ ପାର୍ଟି ଅଫିସ୍‌ ହୁଲୁସ୍ତୁଲ . . ସମସ୍ତଙ୍କ ସାମ୍ନାରେ ମୁଥ ମରାମରି ହେଲେ ଦୁଇ କଂଗ୍ରେସ ନେତା

ନେତାଙ୍କ ଏ କି ଆଚରଣ

ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା କଂଗ୍ରେସର କନ୍ଦଳ । ଆଗ ଧାଡ଼ିରେ ବସିବାକୁ ଏମିତି କଳି ଲାଗିଲା ଯେ, ପାର୍ଟି ଅଫିସ୍ ଭିତରେ ଲାଗିଲେ ମାରପିଟ । ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି ରାଉରକେଲାରେ କଂଗ୍ରେସ ଅଫିସରେ । ଆଜି ପୂର୍ବାହ୍ନ ସମୟରେ ଏହି ଘଟଣା ଘଟିଛି । ଯେଉଁଠି ଦୁଇ ବରିଷ୍ଠ ନେତା ସବିର ହୁସେନ ଓ ଉମେଶ ସରନ ଗଣ୍ଡଗୋଳ କରିଛନ୍ତି ।

ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା । ହେଲେ ଆଗ ଧାଡ଼ିରେ କିଏ ବସିବ ତାକୁ ନେଇ ସବିର ଓ ଉମେଶଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଠେଲାପେଲା ଓ ମୁଥ ମରାମରି ହୋଇଥିଲେ ଦୁଇ ଜଣ । ଖଣ୍ଡେ ଚେୟାର ପାଇଁ ହିତାହିତ ଜ୍ଞାନ ଭୁଲିଗଲେ ଦୁଇ ନେତା । ଦଳର ଅନ୍ୟ କର୍ମୀଙ୍କ ସାମ୍ନାରେ ଚାଲିଲା ଖଣ୍ଡଯୁଦ୍ଧ ।

ଭିଡିଓ ଦେଖିଲେ ହୁଏତ କେହି ବିଶ୍ୱାସ କରିପାରିବେ ନାହିଁ ଯେ ଦୁଇ ଜଣ ନେତା ଏପରି ପିଲାଙ୍କ ପରି ଟଣାଭିଡ଼ା ହେଉଛନ୍ତି । ଏତିକିରେ କଥା ସରିଲାନି ଉଭୟ ନେତା ତଳେ ଗଡ଼ାଗଡ଼ି ହୋଇ ପିଟାପିଟି ହୋଇଥିଲେ । ପରିସ୍ଥିତି ଏମିତି ହେଲା କି ସାମ୍ବାଦିକ ସମ୍ମିଳନୀକୁ ଅଧାରୁ ବନ୍ଦ କରିବାକୁ ପଡ଼ିଲା... ।

ତେବେ ଗଡ଼ାଗଡ଼ି ହୋଇଥିବା ସବିର ଓ ଉମେଶ, କଂଗ୍ରେସର ବହୁ ପୁରୁଣା ତଥା ବରିଷ୍ଠ ନେତା ହୋଇଥିଲେ ସୁଦ୍ଧା ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଯୁବନେତା ମାନଙ୍କୁ ଏମାନେ କ’ଣ ବା ରାଜନୀତି ଶିଖାଇବେ ବୋଲି ପ୍ରଶ୍ନ ଉଠୁଛି ।

ସାରା ଦେଶରେ ହେଉ କିମ୍ବା ଓଡ଼ିଶାରେ ହେଉ ଗୋଷ୍ଠୀ କନ୍ଦଳ ପାଇଁ କଂଗ୍ରେସ ନିଜର ସ୍ଥିତି ପାଇଁ ଦାୟୀ ବୋଲି କୁହାଯାଉଛି । ଏହି ନୀତି ପାଇଁ କଂଗ୍ରେସ ହାତରୁ ଯାଇଛି ଓଡ଼ିଶାର ଶାସନ ଭାର । ପ୍ରଥମେ ସେମାନେ ନେତା ଚୟନ କରିପାରୁନାହାନ୍ତି, କିଏ ଦଳର ନେତୃତ୍ୱ ନେବ . .ଆଉ ଏଭଳି ସ୍ଥିତିରେ ପୁଣି ପାର୍ଟି ଅଫିସ୍‌ରେ ଗଡ଼ାପଡ଼ା ହୋଇ ମାଡ଼ଗୋଳ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।