Advertisment

ପୁଣି ଏକ ହେବ ନା ଦି ଫାଳ ହୋଇଯିବ ରାଜ୍ୟ କଂଗ୍ରେସ ?

ମୋକିମ-ଚିରଞ୍ଜୀବ ନିଲମ୍ବନ ପ୍ରସଙ୍ଗକୁ ଥମୁନି ଝଡ଼ । କାର୍ଯ୍ୟକାରିଣୀରେ ସପକ୍ଷ-ବିପକ୍ଷ ମନ୍ତବ୍ୟକୁ ନେଇ ଝଡ଼ । କଟକରେ ମୋକିମ୍-ଚିରଞ୍ଜୀବ ନିଲମ୍ବନକୁ ବିରୋଧ ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

Odisha Congress

ଦି ଫାଳ ହୋଇଯିବ କି କଂଗ୍ରେସ? ଗୋଟିଏ ପଟେ ରାଜ୍ୟ କାର୍ଯ୍ୟକାରିଣୀ ଅନ୍ୟପଟେ ନେତୃତ୍ୱକୁ ବିରୋଧ । ଖାଲି ସେତିକି ନୁହେଁ କାର୍ଯ୍ୟକାରିଣୀ ପୂର୍ବରୁ ବସିଥିବା ରାଜନୈତିକ ବ୍ୟାପାର ବୈଠକରେ ଉଠିଲା ମୋକିମ୍-ଚିରଞ୍ଜୀବ ନିଲମ୍ବନ ପ୍ରସଙ୍ଗ । ଦଳେ ସମର୍ଥନରେ ବାହାରିଥିବା ବେଳେ ଆଉ କିଛି ନିଲମ୍ବନକୁ ବିରୋଧ କରିଥିଲେ । ରାଜସ୍ଥାନର ଗେହଲଟ-ପାଇଲଟ୍ ବିବାଦକୁ ଯେପରି ବିନା କାର୍ଯ୍ୟାନୁଷ୍ଠାନରେ ଆଲୋଚନା ମାଧ୍ୟମରେ ସମାଧାନ କରାଗଲା, ଓଡ଼ିଶାରେ କାହିଁକି ସେ ନୀତି ଆପଣା ଗଲାନାହିଁ ବୋଲି ମଧ୍ୟ ବୈଠକରେ ଉଠିଥିଲା ।

Advertisment

ଏହାସତ୍ତ୍ୱେ ରାଜ୍ୟ କାର୍ଯ୍ୟକାରିଣୀ ରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଦରଦାମ ବୃଦ୍ଧି, ବେକାରୀ, ଚିଟ୍ ଫଣ୍ଡ, ପଛୁଆ ବର୍ଗ ପ୍ରତି ଅବହେଳା, ମହିଳାଙ୍କ ସୁରକ୍ଷା, ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହାକୁ ଆଧାର କରି ୨୦୨୪ ରଣନୀତି ପ୍ରସ୍ତୁତ କରିବାକୁ ଦଳ ଯୋଜନା କରିଛି।

ଏପଟେ ଏବେ ବି ନିଲମ୍ବନକୁ ସହଜରେ ହଜମ କରି ପାରୁନାହାନ୍ତି ମୋକିମ-ଚିରଞ୍ଜୀବଙ୍କ ସମର୍ଥକ । ଥମୁନି ପ୍ରତିବାଦ ସ୍ୱର । ଗତକାଲି କଂଗ୍ରେସ ଭବନରେ ହୋହଲ୍ଲା କରିବା ପରେ ଆଜି କଟକରେ ମୌନ ପ୍ରତିବାଦ କରି ଦୁଇ ନେତାଙ୍କ ନିଲମ୍ବନକୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ । ହଜାରେରୁ ଅଧିକ କଂଗ୍ରେସ କର୍ମୀ ମୌନ ପ୍ରତିବାଦ କରି ନିଲମ୍ବନ ହଟାଇବାକୁ ଦାବି କରିଥିଲେ। ଏଠାରେ ନିଜେ ମୋକିମ ଯୋଗ ଦେଇ କହିଥିଲେ, ମୁଁ କଂଗ୍ରେସର ଜଣେ ସଚ୍ଚୋଟ କର୍ମୀ । ମୁଁ କେବେ ବି ଦଳ ବିରୋଧୀ କାମ କରିନି।

Advertisment

ନିଲମ୍ବନ ସତ୍ୱେ ବି ସେ କଂଗ୍ରେସରେ ଅଛନ୍ତି ଆଉ ଆଗକୁ ରହିବେ। ଦଳର କିଛି ଲୋକ ତାଙ୍କୁ ଇର୍ଷାନ୍ୱିତ ହୋଇ ଏପରି କରିଛନ୍ତି। ଅନ୍ୟପଟେ କଂଗ୍ରେସରେ ବର୍ତ୍ତମାନ ସମାନ୍ତରାଳ ସଭା ଓ ପ୍ରତିବାଦ ଚାଲିଥିବାରୁ ଦଳ ବିଭାଜନ ଭଳି ସ୍ଥିତି ଉପୁଜିଲାଣି। ନିର୍ବାଚନ ପୂର୍ବରୁ ଏହାକୁ ଦଳ ପାଇଁ ଭାରି ପଡିପାରେ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।

କଂଗ୍ରେସ କନ୍ଦଳ ଛିଡିବା ବଦଳରେ ବଢି ବଢି ଚାଲିଛି। ଏଭଳି ସ୍ଥଳେ ଦଳ କିପରି ବିଦ୍ରୋହୀଙ୍କୁ ମ୍ୟାନେଜ କରି ନିର୍ବାଚନକୁ ଓହ୍ଲାଇବେ ତାହା ବଡ ପ୍ରଶ୍ନ।...

Congress
Advertisment
Advertisment