Advertisment

ବିଜୁ ଜୟନ୍ତୀରେ ପଦାରେ ପଡ଼ିଲା ବିଜେଡି କନ୍ଦଳ

ଟିକଟ ପାଇଁ ଆଶା ଥିବା କଥା କହିଛନ୍ତି ଶୁଭେନ୍ଦୁ । ପୁରୀ ସହରରେ ସମାନ ଅବସ୍ଥା । ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ଗୋଷ୍ଠୀ ବିଜୁ ଜୟନ୍ତୀ ପାଳନ କରିଛନ୍ତି ପୃଥକ ପୃଥକ ଭାବେ ।

undefined

BJD

Advertisment

ପ୍ରବାଦ ପୁରୁଷଙ୍କ ଜୟନ୍ତୀରେ ପଦାରେ ପଡ଼ିଲା ବିଜେଡି ଫାଟ । ଭିନ୍ନ ଭିନ୍ନ ସଭା, ଭିନ୍ନଭିନ୍ନ କାର୍ଯ୍ୟକ୍ରମ । ପତିଆରା ପାଇଁ ଭୁଲିଯାଇଛନ୍ତି ଦଳୀୟ ଅନୁଶାସନ । କାର୍ଯ୍ୟକ୍ରମ ଗୋଟିଏ...କିନ୍ତୁ ମଞ୍ଚ ଭିନ୍ନ ଭିନ୍ନ...ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଗୋଷ୍ଠୀ ଟାଉନ ହଲ୍ ପଡ଼ିଆରେ ପଞ୍ଚାୟତିରାଜ ଦିବସ ସହ ବିଜୁ ଜୟନ୍ତୀ ପାଳନ କରିଥିବା ବେଳେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ସମିତି ସଭ୍ୟ ବ୍ରଜ ପ୍ରଧାନ ହଜାର ହଜାର କର୍ମୀ ଏବଂ ସମର୍ଥକଙ୍କୁ ଧରି ବାଇଗଣବାଡ଼ିଆରେ କରିଛନ୍ତି କାର୍ଯ୍ୟକ୍ରମ ।

Advertisment

ସେହି କାର୍ଯ୍ୟକ୍ରମରୁ ହିଁ ତାଙ୍କ ସମର୍ଥକ ପ୍ରତିପକ୍ଷଙ୍କୁ ରୋକଠୋକ ଶୁଣାଇଛନ୍ତି ଚେତାବନୀ । କେବଳ ଏତିକି ନୁହେଁ, ମନ୍ତ୍ରୀଙ୍କ ବିରୋଧରେ ବିଷୋଦଗାର ବି କରିଛନ୍ତି । କେବଳ ଜଳେଶ୍ୱର କାହିଁକି । ନୀଳଗିରିରେ ବି ସମାନ ଦୃଶ୍ୟ । ବିଜୁ ଜୟନ୍ତୀ ପାଳୁଥିବା ଦଳ ସମାନ, ସ୍ଥାନ ବି ସମାନ । କିନ୍ତୁ ସମୟ ଅଲଗା, ସଂଗଠନ ଅଲଗା ।

ବସଷ୍ଟାଣ୍ଡ ପାଖ ବାଇପାସ ନିକଟ ବିଜୁଙ୍କ ପ୍ରତିମୂର୍ତ୍ତିରେ ଭିନ୍ନ ଭିନ୍ନ ସମୟରେ ଆସି ଫୁଲମାଳ ଦେବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ଗୋଷ୍ଠୀ ଏବଂ ଶୁଭେନ୍ଦୁ ମଙ୍ଗରାଜଙ୍କ ଗୋଷ୍ଠୀ । ଏପରିକି ସାଇକଲ ଶୋଭାଯାତ୍ରା, ରୋଗୀଙ୍କୁ ଫଳ ବଣ୍ଟନ କରୁଛନ୍ତି ଯିଏ ଯାହାର ।

Advertisment

ପଚାରିବାରୁ ବିଜେଡି ନେତା ସନ୍ତୋଷ କହିଛନ୍ତି, ଏହା ମତାନ୍ତର ନୁହେଁ, ମନାନ୍ତର । ଅପରପକ୍ଷେ ନିଜେ ଟିକଟ ପାଇଁ ଆଶା ଥିବା କଥା କହିଛନ୍ତି ଶୁଭେନ୍ଦୁ । ପୁରୀ ସହରରେ ସମାନ ଅବସ୍ଥା । ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ଗୋଷ୍ଠୀ ବିଜୁ ଜୟନ୍ତୀ ପାଳନ କରିଛନ୍ତି ପୃଥକ ପୃଥକ ଭାବେ । କିନ୍ତୁ ଏହା ଦଳୀୟ ଏଜେଣ୍ଡା ବୋଲି କହି ଜଳ ଜଳ ଦେଖାଯାଉଥିବା ଫାଟକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ଶୁଭାଶିଷ ।

ରାୟଗଡ଼ା ଜିଲ୍ଲାରେ ତ ବିଜୁ ଜୟନ୍ତୀ ପାଳନ ନାଁରେ ଶକ୍ତି ପ୍ରଦର୍ଶନ କରିବାକୁ ଭୁଲିନାହାଁନ୍ତି ବିଜେଡିର ଦୁଇ ଗୋଷ୍ଠୀ । ପୂର୍ବତନ ସାଂସଦ ଏନ୍.ଭାସ୍କର ରାଓ ଏବଂ ବିଜେଡି ନେତା ୱାଇ.ଭେଙ୍କଟେଶ୍ୱର ରାଓଙ୍କ ଗୋଷ୍ଠୀ ପୁଷ୍ପମାଲ୍ୟ ଅର୍ପଣ ସହ ଭିନ୍ନ ଭିନ୍ନ ସଭା, ଶୋଭାଯାତ୍ରା କରିଛନ୍ତି ରାୟଗଡ଼ା ସହରରେ । ସ୍ଥିତି ଏମିତି ହୋଇଥିଲା ଯେ, କପିଳାସ ଟ୍ରାଫିକ ଛକରେ ସାମ୍ନାସାମ୍ନି ହୋଇଯାଇଥିଲେ ଉଭୟ ଗୋଷ୍ଠୀ ।

Advertisment

କେନ୍ଦୁଝର ଆନନ୍ଦପୁରରେ ତ ଛିନଛତ୍ର ଅବସ୍ଥା । ଭାଙ୍ଗିପଡ଼ିଛି ବିଜେଡି ଲଭର୍ସ ଅଫିସରେ ଥିବା ବିଜୁ, ନବୀନ ଏବଂ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ହୋର୍ଡିଂ । ଛିଣ୍ଡାଇ ଦିଆଯାଇଛି ବ୍ୟାନର । ଏପରିକି ଅଫିସ ବାରଣ୍ଡାରେ ଡିଜେଲ ଢାଳିଦିଆଯାଇଥିବା ଦେଖିବାକୁ ମିଳିଛି ।

ଯାହାକୁ ନେଇ ମାମଲା ଥାନାରେ ପହଞ୍ଚିଥିବାବେଳେ ବିଜେଡି ଯୁବନେତାଙ୍କ ଅଭିଯୋଗ, ଏହାପଛରେ ରହିଛି ଦଳର କିଛି ନେତାଙ୍କ ହାତ । କେଉଁଠି ନିଜ ନିଜ ପତିଆରା ପାଇଁ ଲଢ଼େଇ ତ କେଉଁଠି ମନାନ୍ତରର ଚିତ୍ର । ବିଜୁ ଜୟନ୍ତୀରେ ବି ବିଜେଡିର ଏଭଳି ଫାଟ ଆଗକୁ ଆହୁରି ମେଲିବନି ତ ?

BJD Biju Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ