Advertisment

ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ, ଛାତ୍ର ନେତା ଚୟନକୁ ନେଇ ରାଜନୀତି...

ସୁବର୍ଣ୍ଣରେଖା ମହାବିଦ୍ୟାଳୟରେ କିଛି ଛାତ୍ରଛାତ୍ରୀଙ୍କୁ ନେଇ ବିଜେଡିର ୨୬ ଜଣିଆ କମିଟି ଗଠନ କରିବା ପରେ ରାଜନୀତି ତେଜିଛି। ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ସଦସ୍ୟ ଥିବା ନେଇ ଦାବି କରୁଥିବା ଛାତ୍ରଛାତ୍ରୀ ଏହାକୁ ବିରୋଧ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଅଦ୍ୟତନ ହୋଇଛି
Odisha Politics

Rift Emerges Between Two BJD Factions In Balasore

Advertisment

ପଦାରେ ପଡ଼ିଲା ବିଜେଡି ର ଗୋଷ୍ଠୀ କନ୍ଦଳ। ଛାତ୍ର ନେତା ଚୟନକୁ ନେଇ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ବିଜେଡି ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ଦେଖା ଦେଇଛି। ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ସିମନ ଦାସ ସୁବର୍ଣ୍ଣରେଖା ମହାବିଦ୍ୟାଳୟରେ କିଛି ଛାତ୍ରଛାତ୍ରୀଙ୍କୁ ନେଇ ବିଜେଡିର ୨୬ ଜଣିଆ କମିଟି ଗଠନ କରିବା ପରେ ରାଜନୀତି ତେଜିଛି।

Advertisment

ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ସଦସ୍ୟ ଥିବା ନେଇ ଦାବି କରୁଥିବା ଛାତ୍ରଛାତ୍ରୀ ଏହାକୁ ବିରୋଧ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନଙ୍କୁ ନ ଜଣାଇ ଏବଂ ବସ୍ତା ବିଧାୟକଙ୍କ ଅଜାଣତରେ ସିମନ ଦାସ ଏଭଳି କରିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ତୁରନ୍ତ କମିଟିରେ ପରିବର୍ତ୍ତନ କରାନଗଲେ ନବୀନ ନିବାସ ଆଗରେ ଧାରଣା ପାଇଁ ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି। ବସ୍ତା ବିଧାୟକ ମଧ୍ୟ ଏ ସମ୍ପର୍କରେ ଅବଗତ ନଥିବା କହିଛନ୍ତି।

ଅନ୍ୟପକ୍ଷେ, ଏ ନେଇ ସିମନ କହିଛନ୍ତି ଯେ, ଏଥିରେ ବିଧାୟକଙ୍କୁ ପଚାରିବାର କୌଣସି ଆବଶ୍ୟକତା ନାହିଁ। ସଂଗଠନ ସୁଦୃଢ଼ କରିବା ଲାଗି କାର୍ଯ୍ୟକର୍ତ୍ତାଙ୍କ ପରାମର୍ଶରେ ଏହି କମିଟି ଗଠନ କରାଯାଇଛି। ଯେଉଁମାନଙ୍କର ଏଥିରେ ଆପତ୍ତି ଅଛି ସେମାନେ ଆମକୁ ଜଣାଇଲେ ଆମେ ସେମାନଙ୍କୁ କମିଟିରେ ସ୍ଥାନ ଦେବୁ ବୋଲି ସେ କହିଛନ୍ତି। 

Advertisment
BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ