/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706691171.jpg)
Revanth Reddy
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡିଙ୍କ ବଡ଼ ଖୁଲାସା । ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ନିର୍ବାଚନ ଲଢ଼ିବାକୁ ନେଇ ବଡ଼ ଖୁଲାସା କରିଛନ୍ତି ରେବନ୍ତ ରେଡ୍ଡୀ । ରେବନ୍ତ କହିଛନ୍ତି, ଆସନ୍ତା ନିର୍ବାଚନରେ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଲଢ଼ିବେ ।
ସୋନିଆ ଗାନ୍ଧି ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ ପ୍ରିୟଙ୍କା ଗାନ୍ଧି ରାୟବରେଲିରୁ ନିର୍ବାଚନ ଲଢ଼ିବେ ବୋଲି ସିଧାସିଧା କହିଛନ୍ତି ରେବନ୍ତ । ପ୍ରେସମିଟ୍ ଯୋଗେ ରେବନ୍ତ ରେଡ୍ଡୀ ଏହି ସୂଚନା ଦେବା ସହ ଗଣମାଧ୍ୟମ ଆଗରେ ଆହୁରି କିଛି କହିଥିବା ଶୁଣିବାକୁ ମିଳିଛି ।
ଗତ ଡିସେମ୍ବର ୭ ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ରେବନ୍ତ ରେଡ୍ଡୀ । ହେଲେ ରେବନ୍ତଙ୍କର ମୁଖ୍ୟମନ୍ତ୍ରୀ ପଦ ପାଇଁ ଯାତ୍ରା ଏତେ ସହଜ ନଥିଲା । ତେଲେଙ୍ଗାନାରେ ଏହି ରାଜନୈତିକ ପଟ୍ଟ ପରିବର୍ତ୍ତନରେ ରେବନ୍ତ ରେଡ୍ଡୀଙ୍କ ମୁଖ୍ୟ ଭୂମିକା ରହିଥିଲା । ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଭାବରେ ରେବନ୍ତ ରେଡ୍ଡୀଙ୍କ କାର୍ଯ୍ୟ ଶୈଳୀ ଦଳକୁ ସୁଦୃଢ଼ କରିଥିଲା ।
"सोनिया गांधी तेलंगाना से चुनाव लड़ेंगी"
"प्रियंका गांधी रायबरेली से लड़ेंगी चुनाव"
◆ तेलंगाना के कांग्रेस CM रेवंत रेड्डी ने कहा @revanth_anumula | #RevanthReddy | #SoniaGandhi | Sonia Gandhi pic.twitter.com/hYgf1ut9kS
— News24 (@news24tvchannel) January 31, 2024
ଏବିଭିପିରୁ ଛାତ୍ର ରାଜନୀତି ଆରମ୍ଭ କରିଥିବା ୫୪ ବର୍ଷୀୟ ରେବନ୍ତ ତେଲେଙ୍ଗାନା ଗଠନ ପୂର୍ବରୁ ଟିଡିପିରୁ ବିଧାୟକ ବନିଥିଲେ । ପରେ କଂଗ୍ରେସରେ ଯୋଗ ଦେଇ ୨୦୧୯ ନିର୍ବାଚନରେ ମାଲକାଜଗିରିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ୨୦୨୧ରେ ପିସିସି ସଭାପତି ଦାୟିତ୍ୱ ସମ୍ଭାଳିବା ପରେ ତେଲେଙ୍ଗାନାରେ ପଦଯାତ୍ରା ତାଙ୍କୁ ସବୁଠୁ ଚର୍ଚ୍ଚିତ ନେତା କରିଥିଲା ।
ରେବନ୍ତଙ୍କ କାର୍ଯ୍ୟ ଶୈଳୀକୁ ପୂରା କଂଗ୍ରେସ ପ୍ରଶଂସା କରିଥିବାବେଳେ ତାଙ୍କୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କରାଇଥିଲା । ଆଉ ଏବେ ପୁଣି ରେବନ୍ତଙ୍କ ରାଜ୍ୟରୁ ନିଜେ ସୋନିଆ ଓ ପ୍ରିୟଙ୍କା ଲଢ଼ିବାକୁ ଯାଉଥିବା ନିଜେ ରେବନ୍ତ ଖୁଲାସା କରିଛନ୍ତି । ଯାହାକି ଏବେ ତେଲେଙ୍ଗାନା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)