Advertisment

ବିଜେଡିର ମହିଳା ଭୋଟ୍ ବ୍ୟାଙ୍କକୁ ଚେକ୍ ଦେବ କି କେନ୍ଦ୍ରର ନିଷ୍ପତ୍ତି ?

କମିଲା ଗ୍ୟାସ୍ ଦର, ରାଜ୍ୟରେ ଆଉ ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଉଜ୍ଜ୍ୱଳା ।

undefined

Gas Politics

Advertisment

କମିଲା ରନ୍ଧନ ଗ୍ୟାସ୍ ଦର, ସାମାନ୍ୟ ଆଶ୍ୱସ୍ତ ହେଲେ ଉପଭୋକ୍ତା । ରାଜ୍ୟରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଉଜ୍ଜ୍ୱଳା ସଂଯୋଗ ।

Advertisment

ତେବେ ବିଜେଡିର ମହିଳା ଭୋଟ୍ ବ୍ୟାଙ୍କକୁ ଚେକ୍ ଦେବ କି କେନ୍ଦ୍ରର ନିଷ୍ପତ୍ତି ? ରନ୍ଧନ ଗ୍ୟାସ୍ ସିଲିଣ୍ଡର ଯାହା କାଲି ଯାଏଁ ୧୧୨୯ ଟଙ୍କାରେ ମିଳୁଥିଲା ଆଜି ୯୨୯ ଟଙ୍କାକୁ ଖସି ଆସିଛି। ଅର୍ଥାତ ଉପଭୋକ୍ତାଙ୍କୁ ସିଧାସଳଖ ୨୦୦ ଟଙ୍କାର ମୁନାଫା । ନିର୍ବାଚନ ପାଖାପାଖି ଆଉ ୭ ମାସ ଥିବା ବେଳେ କେନ୍ଦ୍ରର LPG ଗ୍ୟାସ ଦର ହ୍ରାସକୁ ନେଇ ତେଜିଛି ରାଜନୀତି। ସାଧାରଣ ଉପଭୋକ୍ତା ପାଇଁ ସିଲିଣ୍ଡର ପିଛା ୨୦୦ ଓ ଉଜ୍ଜ୍ୱଳା ଉପଭୋକ୍ତା ପାଇଁ ୪ ଶହ ଟଙ୍କା ସବ୍‌ସିଡି, ବିଜେଡି ଓ କଂଗ୍ରେସକୁ ସନ୍ତୁଷ୍ଟ କରିପାରିନି ।

ବିଜେଡି କହିଛି, ଗ୍ୟାସ୍ ଦର ସୀମା ବାହାରେ ଥିଲା, ଏବେ ମାତ୍ର ୨୦୦ ଟଙ୍କା କମାଇଛନ୍ତି । ଦରଦାମ ନିୟନ୍ତ୍ରଣ କରିବା ପାଇଁ ଗ୍ୟାସ୍ ରେଟ୍ ଆହୁରି କମ୍ କରିବାକୁ ଦାବି କରିଛି ଦଳ। ସେପେଟ କଂଗ୍ରେସ୍ କଟାକ୍ଷ କରି କହିଛି, ୟୁପିଏ ସରକାର ସମୟରେ ଗ୍ୟାସ ଦର ୪୫୦ ଥିଲା। ଏହା ୧୧୦୦ ଟପିବା ପରେ ନିର୍ବାଚନକୁ ଦେଖି ୨୦୦ ଟଙ୍କା କମାଯାଇଛି ।

Advertisment

ସେପଟେ LPG ଦର ହ୍ରାସ,ଅଗଷ୍ଟ ୧୫ରେ ମୋଦି ୨କୋଟି ଲକ୍ଷପତି ଦିଦି ତିଆରି କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି,ଓଡ଼ିଶାରେ ମହିଳାମାନଙ୍କୁ ୨୫ ହଜାର କୋଟି ଋଣ ପ୍ରଦାନ, କରୋନା ସମୟରେ ଜନଧନ ଆକାଉଣ୍ଟକୁ ୧୫ଶହ ଟଙ୍କା ଲେଖାଏଁ ପଠାଇବା, ଆବାସ ଯୋଜନାରେ ଘର ଦେବା, ମାଗଣା ଚାଉଳ ଆଦି କଥା କହି ମହିଳା କାର୍ଡ ଖେଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହିଳାମାନଙ୍କ ପାଇଁ କେନ୍ଦ୍ର ସରକାର କଣ କଣ କରିଛନ୍ତି ସେନେଇ ବିଜ୍ଞାପନ ବି ଦିଆଯାଇଛି। କହିବାକୁ ଗଲେ ମହିଳା ଭୋଟ୍ ନିଜ ଆଡକୁ ଟାଣିବା ଲାଗି ବିଜେଡି-ବିଜେପି ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।

ଆଗାମୀ ଦିନରେ ୫ଟି ରାଜ୍ୟ ତେଲାଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମିଜୋରାମରେ ବିଧାନସଭା ନିର୍ବାଚନ ଅଛି। ପୁଣି କିଛି ମାସ ପରେ ଲୋକସଭା ନିର୍ବାଚନ ସମେତ ଓଡ଼ିଶା ଓ ଅନ୍ୟ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ତେଣୁ ଦରଦାମକୁ ନେଇ ମହିଳାଙ୍କ ଭିତରେ ଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ କେନ୍ଦ୍ର ସରକାର ଗ୍ୟାସ୍ ଦର କମାଇଛନ୍ତି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ।

Advertisment

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଉଜ୍ଜଳା ଯୋଜନାରେ ଓଡ଼ିଶାକୁ ଆଉ ୫ ଲକ୍ଷ ନୂଆ ଗ୍ୟାସ୍ କନେକେସନ୍ ମିଳିବ। ଅନ୍ୟପକ୍ଷରେ ନରେନ୍ଦ୍ର ମୋଦି କ୍ଷମତା ଆସିବା ବେଳେ ଓଡ଼ିଶାରେ ୧ କୋଟି ପରିବାର ମଧ୍ୟରୁ ମାତ୍ର ୨୨ ପ୍ରତିଶତ ପାଖରେ ଗ୍ୟାସ୍ କନେକେସନ୍ ଥିଲା। ଏବେ ଏହା ୧ କୋଟି ଘରକୁ ପହଞ୍ଚିଛି।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ