Advertisment

BJD Internal Politics: ମୋର ଆଶା...ନବୀନଙ୍କୁ ଲେଖିଥିବା ଚିଠି ଅନୁସାରେ ଦଳ ଚାଲିବ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ନବୀନ ପଟ୍ଟନାୟକଙ୍କୁ ମୁଁ ଦେଇଥିବା ଚିଠି ଆର୍ଟିକିଲ୍ ଅଫ୍ ଫେଥ୍ । ମୁଁ ଆଶା କରୁଛି, ମୋ ଚିଠି ଅନୁସାରେ ବିଜେଡି ଚାଲୁ । ଦଳରେ ଭାଗିଦାରିତା ରହୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଅଦ୍ୟତନ ହୋଇଛି
Ranendra Pratap Swain

Ranendra Pratap Swain

Advertisment

ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କହିଲେ, 'ମୁଁ ନବୀନଙ୍କୁ ଚିଠି ଲେଖିଥିଲି, ତାହା ଆର୍ଟିକିଲ୍ ଅଫ୍ ଫେଥ୍' । ଗତ ୪୦ ବର୍ଷ ହେବ ଏହି ପ୍ରସଙ୍ଗ ମୁଁ ଉଠାଇ ଆସିଛି । ଆମ ଦଳ ଭିତରେ ଭାଗିଦାରୀ ରହିବା ଦରକାର ବୋଲି ସେ କହିଛନ୍ତି । ସେ ଆଶା କରିଛନ୍ତି, ଯାହା ଚିଠିରେ ଲେଖିଛି, ସେହି ଅନୁସାରେ ଦଳ ଚାଲିବ । ଦଳ ସାମାଜିକ ନ୍ୟାୟକୁ ଅଧିକ ପ୍ରାଧାନ୍ୟ ଦେବାକୁ ସେ ମତ ରଖିଛନ୍ତି । ବିଜେଡି ସଭାପତି ନିର୍ବାଚନ ପାଇଁ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀତ୍ବରେ ସେ ଦସ୍ତଖତ କରିଥିବା କହିଛନ୍ତି ।

Advertisment

ସାଂଗଠନିକ ନିର୍ବାଚନ ଭିତରେ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହି ଚିଠି ଏବେ ବିଜେଡରେ ସୃଷ୍ଟି କରିଛି ଆଲୋଡନ । ସଂଗଠନରେ ସବୁ ଅଞ୍ଚଳ, ବର୍ଗ ଓ ମହିଳାଙ୍କୁ ସମାନୁପାତିକ ପ୍ରତିନିଧିତ୍ୱ ଦଳରେ ମିଳୁ ବୋଲି ଦଳ ସଭାପତିଙ୍କୁ ପ୍ରସ୍ତାବ ଦେଇଛନ୍ତି ରଣେନ୍ଦ୍ର । ସାମାଜିକ ନ୍ୟାୟ ପାଇଁ ସଂରକ୍ଷଣ ଜରୁରୀ ବୋଲି ସେ କହିଛନ୍ତି । କେବଳ ରାଜ୍ୟ ସ୍ତରରେ ନୁହେଁ, ଜିଲ୍ଲା ଓ ବ୍ଲକ ସ୍ତରରେ ମଧ୍ୟ ଏହା କାର୍ଯ୍ୟକାରୀ କରାଯାଉ ବୋଲି ଚିଠି ଜରିଆରେ ସଭାପତିଙ୍କୁ ଜଣାଇଛନ୍ତି ରଣେନ୍ଦ୍ର । ଅର୍ଥାତ ଏସ୍‌ସି, ଏସ୍‌ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ୍ କମିଟିରେ ସ୍ଥାନ ମିଳୁ ।

ଅଧିକ ପଢ଼ନ୍ତୁ: କିଏ କରୁଛି ବିଜେଡିକୁ ହାଇଜାକ୍ ଉଦ୍ୟମ ? ନାଁ ନନେଇ ପାଣ୍ଡିଆନ୍ ଆଣ୍ଡ କୋ’ଙ୍କୁ ରାଜାଙ୍କ ଟାର୍ଗେଟ୍

Advertisment

ସେ ଲେଖିଛନ୍ତି ବିଜେଡି ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଓ ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢ଼ିବା ଉଚିତ। କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍ କରିବାକୁ ଦିଆ ନଯାଉ । ୱକଫ୍ ବିଲ୍‌ ବିବାଦ ଆମ ଦଳର ଧର୍ମନିରପେକ୍ଷତାରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ତେଣୁ ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ। 

ଦଳର ଆଭିମୁଖ୍ୟ ଜାତିଭିତ୍ତିକ ଜନଗଣନା ସପକ୍ଷରେ, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଖଣି ଟିକସ ଓ ବକେୟା ଆଦାୟ କରାଯିବା, ଆଦିବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ପେସା ଆଇନ ଲାଗୁ କରାଯିବା, ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ନିକଟରେ ଦାବି କରାଯିବା ଉପରେ ପର୍ଯ୍ୟବେସିତ ହେଉ । କିଛି ଲୋକ ଦଳକୁ ହାଇଜାକ୍ ନକରନ୍ତୁ । ସାମାଜିକ ବନ୍ଧନ କ୍ଷୁର୍ଣ୍ଣ ନହେଉ କି ଆଞ୍ଚଳିକ ବୈଷମ୍ୟ ନବଢ଼ୁ ବୋଲି ସେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ରୋକଠୋକ୍ ଜଣାଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଆମେ ହୋଟେଲରେ ବସିବୁ, କେହି ନାଲିଆଖି ଦେଖାଇ ପାରିବେନି, କହିଲେ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ

Naveen Patnaik BJD Ranendra Pratap Swain Letter To Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ