Advertisment

ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ; ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

ଦିନିକିଆ ଗସ୍ତରେ ଆସି ରାଜନାଥ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଜନାଥଙ୍କର ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ କାର୍ଯ୍ୟକ୍ରମ ରହିଛି ।

ଅଦ୍ୟତନ ହୋଇଛି
Rajnath Singh Odisha Visit

Rajnath Singh

Advertisment

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦିନିକିଆ ଗସ୍ତରେ ଆସି ରାଜନାଥ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଜନାଥଙ୍କର ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ କାର୍ଯ୍ୟକ୍ରମ ରହିଛି । ଦିନ ୧୧ଟାରେ ନବରଙ୍ଗପୁରରେ କୋର୍ କମିଟି ବୈଠକରେ ସାମିଲ୍ ହେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ।

Advertisment

ଏହାପରେ ଦିନ ୧୨ଟା ୩୦ ମିନିଟରେ ବ୍ରହ୍ମପୁର ଆମ୍ବପୁଆସ୍ଥିତ ବିବେକ ବିହାରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହାପରେ ଯିବେ ବାରିପଦା । ବାରିପଦାରେ ଅପରାହ୍ଣ ୪ଟାରେ ସାଧାରଣ ସଭାରେ ଉଦବୋଧନ ଦେବେ । ବାରପିଦାରେ ବିଜୟ ସଂକଳ୍ପ ସମାବେଶ ରହିଛି ।

କେନ୍ଦ୍ର ସରକାରଙ୍କ ଜନ ହିତକର କାର୍ଯ୍ୟ ଓ ସଫଳତାର ବାର୍ତ୍ତା କିପରି ସାଧାରଣ ଲୋକଙ୍କ ପାଖେ ପହଞ୍ଚିବ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସେ ମନ୍ତ୍ର ଦେବେ ରାଜନାଥ ସିଂ ।

Advertisment
Defence Minister Rajnath Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ