Advertisment

‘ମୁଁ ଜେଲ୍‌ରେ ଥିଲା ବେଳେ ଲଣ୍ଡା ହୋଇଥିଲି, ମାଆଙ୍କ ଶେଷ କ୍ରିୟାରେ ଯୋଗଦେବାକୁ ଛାଡ଼ିଲେନି’

‘ଦିନ ସାରା କାମ କରିବା ପରେ ମୁଁ ଘରକୁ ଆସିଥିଲି। ମୁଁ ଘରେ ଥିବା ବେଳେ ପୋଲିସ୍‌ ପହଞ୍ଚିଥିଲା। ମୋ ନାଁରେ ୱାରେଣ୍ଟ ଥିବା ସେମାନେ କହିଥିଲେ। ପ୍ରାୟ ମଧ୍ୟରାତ୍ର ହେବ। ସେମାନେ ମୋତେ ଗିରଫ କରି ଜେଲକୁ ନେଇ ଯାଇଥିଲେ।’

ଅଦ୍ୟତନ ହୋଇଛି
Rajnath Singh recalls Emergency

Rajnath Singh

Advertisment

ପୁରୁଣା କଥାକୁ ମନେ ପକାଇ ଭାବ ବିହ୍ୱଳ ହେଲେ ରାଜନାଥ ସିଂହ । ନିଜ ମାଆଙ୍କ ଅନ୍ତିମ ସଂସ୍କାର ବେଳେ ତାଙ୍କୁ ଜେଲ୍‌ରୁ ମିଳିନଥିଲା ପାରୋଲ । ସେତେବଳର ସେକଥାକୁ ମନେ ପକାଇ କଂଗ୍ରେସର ଜୁଲୁମ ବିଷୟରେ ବଖାଣିଛନ୍ତି ରାଜନାଥ ।

Advertisment

ଆଜ୍ଞା ହଁ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରି ଏଭଳି କହିଛନ୍ତି । ଦେଶରେ ବର୍ତ୍ତମାନ ବିଜେପି ସରକାର ଅଘୋଷିତ ଏମର୍ଜେନ୍ସି ଜାରି କରିଥିବା ବିରୋଧୀ ଅଭିଯୋଗ କରୁଥିବାରୁ ରାଜନାଥ ଏହାକୁ କାଉଣ୍ଟର କରିଛନ୍ତି। ସେ ଇନ୍ଦିରା ଗାନ୍ଧିଙ୍କ ଶାସନ ସମୟରେ ଦେଶରେ ଲାଗୁ ହୋଇଥିବା ଏମର୍ଜେନ୍ସି କଥା ଦୋହରାଇଛନ୍ତି। ଏମର୍ଜେନ୍ସି ବେଳେ ସେ ଜେଲରେ ଥିଲେ। ଏହି ସମୟରେ ତାଙ୍କ ମାଆଙ୍କ ଦେହାନ୍ତ ହୋଇଥିଲେ ବି ତାଙ୍କୁ ଜେଲରୁ ପାରୋଲ ବା ଛୁଟି ମିଳି ନଥିଲା ବୋଲି ରାଜନାଥ କହିଛନ୍ତି।

ଅଧିକ ପଢ଼ନ୍ତୁ: ସୁଧୁରୁନି କଂଗ୍ରେସ ସ୍ଥିତି ! ଜାତୀୟ ସ୍ତରର ମୁଖପାତ୍ର ଫେରାଇଲେ ଟିକେଟ, ଛାଡ଼ିଳେ ଦଳ

Advertisment

ନ୍ୟୁଜ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇ ରାଜନାଥ କହିଛନ୍ତି, “ବିରୋଧୀ ଆମ ବିରୋଧରେ ଏକଛତ୍ରବାଦ ଶାସନ ଅଭିଯୋଗ ଆଣିବା ପୂର୍ବରୁ ନିଜକୁ ପ୍ରଥମେ ଦେଖନ୍ତୁ।” ଦେଶରେ ଏମର୍ଜେନ୍ସି ଲାଗିବା ବେଳେ ରାଜନାଥଙ୍କୁ ୨୪ ବର୍ଷ ବୟସ ହୋଇଥିଲା। ସେ ସେହି ସମୟରେ ବିବାହ କରିଥିଲେ। ଗୋଟିଏ ଦିନ ରାତିରେ ପୋଲିସ୍‌ ତାଙ୍କ ଘରେ ପହଞ୍ଚିବା ସହ ତାଙ୍କୁ ଗିରଫ କରିଥିଲା।

ଏ ସମ୍ପର୍କରେ ରାଜନାଥ କହିଛନ୍ତି, “ଦିନ ସାରା କାମ କରିବା ପରେ ମୁଁ ଘରୁ ଆସିଥିଲି। ମୁଁ ଘରେ ଥିବା ବେଳେ ପୋଲିସ୍‌ ପହଞ୍ଚିଥିଲା। ମୋ ନାଁରେ ୱାରେଣ୍ଟ ଥିବା ସେମାନେ କହିଥିଲେ। ପ୍ରାୟ ମଧ୍ୟରାତ୍ର ହେବ। ସେମାନେ ମୋତେ ଗିରଫ କରି ଜେଲକୁ ନେଇ ଯାଇଥିଲେ।’

Advertisment

‘ଜେଲରେ ରହିବାର ଗୋଟିଏ ବର୍ଷ ପରେ ମୋ ମା’ଙ୍କ ବ୍ରେନ ହାମରେଜ ହୋଇଥିଲା। ଏତିକି ବେଳେ ଏମର୍ଜେନ୍ସିକୁ ଆଉ ବର୍ଷେ ବଢ଼ାଇ ଦିଆଯାଇଥିଲା। ମୋତେ ଜେଲରୁ ଛଡ଼ା ଯାଇନଥିଲା। ମୋ ମା’ ୨୭ ଦିନ କାଳ ହସ୍ପିଟାଲରେ ରହିବା ପରେ ପ୍ରାଣ ହରାଇଥିଲେ। ମୁଁ ବାହାରକୁ ଆସି ପାରି ନଥିଲି। ପାରୋଲ ମିଳି ନଥିଲା। ମା’ ମରିଯିବାରୁ ମୁଁ ଜେଲରେ ଲଣ୍ଡା ହୋଇଥିଲି। ମୋ ମା’ର ଅନ୍ତିମ ସଂସ୍କାର ଭାଇମାନେ କରିଥିଲେ। ମୁଁ ସେଠାରେ ପହଞ୍ଚି ପାରି ନଥିଲି।”

ଇନ୍ଦିରା ଗାନ୍ଧି ସରକାର ସମୟରେ ଲାଗୁ ହୋଇଥିବା ଏମର୍ଜେନ୍ସିକୁ ନେଇ ବିଜେପି ସବୁବେଳେ କଂଗ୍ରେସକୁ ସମାଲୋଚନା କରି ଚାଲିଛି। ଏବେ ରାଜନାଥ ଏହାକୁ ପ୍ରସଙ୍ଗ କରି ବର୍ଷିଛନ୍ତି।

Rajnath Singh General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ