Advertisment

ରାଜେନ୍ଦ୍ରଙ୍କ ସମର୍ଥକଙ୍କ ବିସ୍ଫୋରକ ବୟାନକୁ ନେଇ ହଇଚଇ

ଭଦ୍ରକରେ ପହଞ୍ଚିବାପରେ ୟୁଟର୍ଣ୍ଣ ନେଇଥିଲେ ରାଜୁ ଆଉ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଥିଲେ।

Dhamnagar ByPoll

Dhamnagar ByPoll

Advertisment

ରାଜୁ ଦାସଙ୍କ ସମର୍ଥକଙ୍କ ବିସ୍ଫୋରକ ବୟାନ। ଅବନ୍ତୀ ଦାସ ବିଜେଡିର ପ୍ରାର୍ଥୀ ହେବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ପରେ ରାଜେନ୍ଦ୍ରଙ୍କ ଉପରେ ପଡିଥିବା ଚାପକୁ ନେଇ ଚାଂଚଲ୍ୟକର ଖୁଲାସା। କହିଛନ୍ତି, ଅବନ୍ତୀଙ୍କୁ ସେତେବେଳେ ସମର୍ଥନ କରିନଥିଲେ। ରାଜେନ୍ଦ୍ରଙ୍କୁ ହତ୍ୟା କରାଯାଇଥାନ୍ତା। ଓଟିଭିର ଜନମଂଚ କାର୍ଯ୍ୟକ୍ରମରେ ଶୈଳେନ୍ଦ୍ର ମହାପାତ୍ର ନାମକ ବ୍ୟକ୍ତି ଆଣିଥିବା ଅଭିଯୋାଗକୁ ନେଇ ଏବେ ହଇଚଇ। ଶୈଳେନ୍ଦ୍ର ଖୋଲାଖୋଲି କହିଛନ୍ତି, ରାଜେନ୍ଦ୍ର ଦାସଙ୍କ ଉପରେ ସେଦିନ ପ୍ରବଳ ଚାପ ପଡିଥିଲା। ସେତେବେଳେ ଯଦି ଅବନ୍ତୀଙ୍କୁ ରାଜୁ ସମର୍ଥନ କରିନଥାନ୍ତେ ତେବେ ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଟ୍ରକ୍ ଚପାଇ ହତ୍ୟା କରାଯାଇଥିାନ୍ତା। ସେହିପରି ରାଜୁ ଦାସଙ୍କୁ ଟିକଟ ନମିଳୁ ବୋଲି କିଛି କୁଚକ୍ରୀ ଗୋଷ୍ଠୀ ଚକ୍ରାନ୍ତ କରିଥିଲେ, ବିଜେଡିର ମହିଳା କାର୍ଡ ଏକ ନାଟକ ବୋଲି ଶୈଳେନ୍ଦ୍ର ଅଭିଯୋଗ କରିଛନ୍ତି। ତେବେ ବିଜେଡି ଏହାକୁ ଖଣ୍ଡନ କରିଛି।

Advertisment

ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରାର୍ଥୀ ଚୟନ ନେଇ ଚାଲିଥିଲା ବିଜେଡିର ମାନସମନ୍ଥନ। ଘଣ୍ଟା ଘଣ୍ଟା ଧରି ବୈଠକ ପରେ ସଂଧ୍ୟାରେ ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କ ନାଁ ଘୋଷଣା କରଯାଇଥିଲା। ରାଜେନ୍ଦ୍ର ମଧ୍ୟ ଏହି ନିଷ୍ପତ୍ତିକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ହେଲେ ଭଦ୍ରକରେ ପହଞ୍ଚିବାପରେ ୟୁଟର୍ଣ୍ଣ ନେଇଥିଲେ ରାଜୁ ଆଉ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଥିଲେ। ପ୍ରଶ୍ନ ଉଠୁଛି- ଅବନ୍ତୀଙ୍କୁ ସମର୍ଥନ କରିବା ପାଇଁ ରାଜୁଙ୍କ ଉପରେ କାହାର ଚାପ ଥିଲା? ପାଓ୍ୱାରଫୁଲ୍ ଗୋଷ୍ଠୀ ପ୍ରାର୍ଥୀ ନହେବା ପାଇଁ  ତାଙ୍କ ଉପରେ ଚାପ ପକାଇବା ସହିତ ଅନ୍ୟାନ୍ୟ ପ୍ରଲୋଭନ ଦେଖାଇଥିବା କୁହାଯାଉଛି।

ଏଭଳି ବିବାଦ ଭିତରେ ଜୋର୍ ଧରିଲାଣି ପ୍ରଚାର। ବିଜେଡି ଆଜି ତିହିଡ଼ିର ୬ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ରୋଡ ସୋ କରିଛି। ଏଥିରେ ବିଧାୟକ ପ୍ରଣବ ବଳବନ୍ତରାୟ, ବିଷ୍ଣୁବ୍ରତ ରାଉତରାୟ, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ସାମିଲ ହୋଇ ଗାଁକୁ ଗାଁ ବୁଲି ପ୍ରଚାର କରିଛନ୍ତି। ସେପଟେ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ବିଜେପି ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି। ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ସହିତ ସେ ବିଭିନ୍ନ ପଂଚାୟତରେ ବାଇକ୍ ରାଲିରେ ବୁଲି ଭୋଟ୍ ଅପିଲ୍ କରିଛନ୍ତି। ସେହିପରି କଂଗ୍ରେସ୍ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଧାୟକ ସୁର ରାଉତରାୟ। ଧୁଷୁରୀ ବଜାର ଓ ଧାମନଗର ବ୍ଳକର ବିଭିନ୍ନ ପଂଚାୟତରେ ସୁର ଦଳୀୟ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ପ୍ରଚାର କରିଛନ୍ତି।

Advertisment

(ରିପୋର୍ଟ: ଭଦ୍ରକରୁ ପାର୍ଥସାରଥୀ ନାୟକ ଓ  ଭୁବନେଶ୍ୱରରୁ ହରିହର ଚାନ୍ଦ) 

BJD BJP Congress Odisha Politics Dhamnagar Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ