Advertisment

ପାଇଲଟ୍‌ଙ୍କ ପ୍ଲେନ୍‌ର ଗତି କୁଆଡ଼େ ? ନିଜ ଦଳକୁ ବାରମ୍ବାର ପକାଉଛନ୍ତି ଅଡ଼ୁଆରେ

ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ମୁଖ୍ୟମନ୍ତ୍ରୀ ଗେହଲଟ ବିଧାୟକମାନଙ୍କ ସହ ୱାନ ଟୁ ୱାନ ବୈଠକ କରିଥିଲେ। ଦଳର ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧୱା ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଗୋବିନ୍ଦ ସିଂହ ଦୋତାସ୍ର ମଧ୍ୟ ସାମିଲ ଥିଲେ ।

ଅଦ୍ୟତନ ହୋଇଛି
Rajasthan Politics: Sachin Pilot vs Ashok Gehlot

Rajasthan Politics, Sachin Pilot-Ashokl Gehlot

Advertisment

ନିର୍ବାଚନ ପୂର୍ବରୁ ରଜସ୍ଥାନ କଂଗ୍ରେସରେ କ୍ଷମତା ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ କଂଗ୍ରେସରେ ପୁଣି ତେଜିଲା ଗେହଲଟ - ପାଇଲଟ କଳି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ସୃଷ୍ଟି ଦେଖାଦେଇଥିବା କନ୍ଦଳ ପୁଣି ତେଜିଛି । କଂଗ୍ରେସର ବରିଷ୍ଠ ନେତାଙ୍କ ନିର୍ବାଚନୀ ପ୍ରସ୍ତୁତି ବୈଠକରେ ସଚିନ ପାଇଲଟଙ୍କ ଅନୁପସ୍ଥିତି ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

Advertisment

ପ୍ରଥମେ ନିଜ ସରକାର ବିରୁଦ୍ଧରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଅନଶନ। ପରେ ନିର୍ବାଚନୀ ପ୍ରସ୍ତୁତି ଦଳୀୟ ବୈଠକରେ ଅନୁପସ୍ଥିତି । ୭ ଦିନ ଭିତରେ ଏଭଳି ଦୁଇ ଦୁଇଟି ଘଟଣା ପରେ ଠଉରାଇ ହେଉନି ପାଇଲଟଙ୍କ ପ୍ଲେନର ଗତି କୁଆଡେ ?

ଅଧିକ ପଢ଼ନ୍ତୁ: ସୁପ୍ରିୟା ସୁଲେଙ୍କ ବଡ଼ ବୟାନ-‘ଆସନ୍ତା ୧୫ ଦିନ ମଧ୍ୟରେ ଦିଲ୍ଲୀ,ମହାରାଷ୍ଟ୍ରରେ ହେବ ବଡ଼ ରାଜନୈତିକ ବିସ୍ଫୋରଣ’

Advertisment

ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ମୁଖ୍ୟମନ୍ତ୍ରୀ ଗେହଲଟ ବିଧାୟକମାନଙ୍କ ସହ ୱାନ ଟୁ ୱାନ ବୈଠକ କରିଥିଲେ। ଦଳର ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧୱା ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଗୋବିନ୍ଦ ସିଂହ ଦୋତାସ୍ର ମଧ୍ୟ ସାମିଲ ଥିଲେ । ଟୋଙ୍କ ଆସନରୁ ବିଧାୟକ ଥିବା ପାଇଲଟଙ୍କ ସହ ମଧ୍ୟ ବରିଷ୍ଠ ନେତାମାନେ ୱାନ ଟୁ ୱାନ ଆଲୋଚନା କରିଥାଆନ୍ତେ । ହେଲେ ବୈଠକରେ ଯୋଗଦେଇ ନଥିଲେ ପାଇଲଟ। ପାଇଲଟ ଶିବିର ପକ୍ଷରୁ କୁହାଯାଇଛି ଯେ ତାଙ୍କ ପୂର୍ବ ନିର୍ଦ୍ଧାରିତ ନିଜସ୍ୱ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ହେଲେ ପାଇଲଟଙ୍କ ଏପରି ଆଭିମୁଖ୍ୟ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି କରିଛି ।

ସେପଟେ ରାଜସ୍ଥାନର ଝୁନଝୁନୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପୁଣି ଥରେ ଗେହଲଟଙ୍କ ଉପରେ ବର୍ଷିଛନ୍ତି ପାଇଲଟ । କହିଛନ୍ତି, ସରକାର ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା ପୂରଣ କରିବା ଉଚିତ। କିନ୍ତୁ ସରକାର ତାହା କରୁନାହାନ୍ତି । ମୁଁ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା କଂଗ୍ରେସ ସରକାରକୁ ବିରୋଧ କରୁନାହିଁ । କେବଳ ଦୁର୍ନୀତିକୁ ବିରୋଧ କରୁଛି ବୋଲି ପାଇଲଟ କହିଛନ୍ତି ।

Advertisment

ଗତ ୧୧ ତାରିଖରେ ପାଇଲଟ ରାଜ୍ୟରେ ବସୁନ୍ଧରା ରାଜେଙ୍କ ଶାସନକାଳରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଦାବି କରି ନିଜ ସରକାର ବିରୋଧରେ ଦିନିକିଆ ଅନଶନ କରିଥିଲେ। ହେଲେ ବସୁନ୍ଧରା କେବଳ ବାହାନା ଥିଲେ, ନିଶାନାରେ କିନ୍ତୁ ଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । କଂଗ୍ରେସ ପକ୍ଷରୁ ମନା କରିବା ସତ୍ତ୍ୱେ ଅନଶନ କରି ସରକାରଙ୍କୁ ଅଡୁଆରେ ପକାଇଥିଲେ ପାଇଲଟ ।

Ashok Gehlot Sachin Pilot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ