Advertisment

ଆଗ ବାହା ହେବେ ପରେ ଆସି ଭୋଟ୍ ଦେବେ, ବାହାଘର ପାଇଁ ଘୁଞ୍ଚିଲା ନିର୍ବାଚନ ତାରିଖ

ବାହାଘର ପାଇଁ ରାଜସ୍ଥାନରେ ବଦଳିଛି ବିଧାନସଭା ନିର୍ବାଚନ ତାରିଖ। ନଭେମ୍ବର ୨୩ ବଦଳରେ ୨୫ରେ ଭୋଟ୍ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ। କେବଳ ଭୋଟ୍ ଗ୍ରହଣକୁ ଛାଡ଼ି ଦେଲେ ଆଉ ସମସ୍ତ ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନ।

Voting Date Change

Voting Date Change

Advertisment

ବାହାଘର ପାଇଁ ଘୁଞ୍ଚିଲା ନିର୍ବାଚନ ତାରିଖ । ଆଗ ବାହା ହେବେ ପରେ ଆସି ଭୋଟ୍ ଦେବେ। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କି । ଆଶ୍ଚର୍ଯ୍ୟ ଲାଗୁତିଲେ ମଧ୍ୟ ଏହା ସତ। ଦେଶରେ ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟରେ କିଛି ନା କିଛି ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ କାରଣରୁ ମଧ୍ୟ ନିର୍ବାଚନ ତାରିଖକୁ ଘୁଞ୍ଚାଇଥାନ୍ତି ଇଲେକ୍ସନ୍ କମିଶନ୍। କିନ୍ତୁ ପ୍ରଥମ ଥର ପାଇଁ ବାହାଘର ପାଇଁ ଘୁଞ୍ଚିଛି ନିର୍ବଚନ। ତେବେ ଏହା କୌଣସି ଜଣେ ବ୍ୟକ୍ତିଙ୍କ ବାହାଘର ପାଇଁ ନୁହେଁ ବରଂ ସାମୂହିକ ବିବାହ ପାଇଁ ଘୁଞ୍ଚିଛି ନିର୍ବାଚନ ତାରିଖ।

Advertisment

ବାହାଘର ପାଇଁ ରାଜସ୍ଥାନରେ ବଦଳିଛି ବିଧାନସଭା ନିର୍ବାଚନ ତାରିଖ। ନଭେମ୍ବର ୨୩ ବଦଳରେ ୨୫ରେ ଭୋଟ୍ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ। କେବଳ ଭୋଟ୍ ଗ୍ରହଣକୁ ଛାଡ଼ି ଦେଲେ ଆଉ ସମସ୍ତ ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନ।
ନଭେମ୍ବର ୨୩ରେ ରାଜ୍ୟରେ ବହୁ ସଂଖ୍ୟାକ ବିବାହ ଓ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ଓ ସାମାଜିକ ସଂଗଠନ ଭୋଟ୍ ଗ୍ରହଣ ତାରିଖ ବଦଳାଇବାକୁ ଅନୁରୋଧ କରିଥିଲେ।

ନଭେମ୍ବର ୨୩ରେ ଦେବ ଉତ୍ଥାପନୀ ଏକାଦଶୀ ପଡ଼ୁଛି। ଏହି ଦିନର ଗୁରୁତ୍ୱ ରାଜସ୍ଥାନରେ ବେଶ୍ ଅଧିକ। ସେଦିନ ମୁହୁର୍ତ୍ତ ନ ଦେଖି ବିବାହ ହୋଇପାରିବ ବୋଲି ସେଠାରେ ବିଶ୍ୱାସ ରହିଛି। ତେଣୁ ସେହିଦିନ ରାଜସ୍ଥାନରେ ପ୍ରାୟ ୫୦ ହଜାର ବିବାହ ଅନୁଷ୍ଠିତ ହୋଇପାରେ। ଯଦି ସେହି ଦିନ ନିର୍ବାଚନ ଅନୁଷ୍ଠିତ ହୁଏ ତାହାଲେ ବହୁ ଲୋକ ଅସୁବିଧାରେ ପଡ଼ିବେ। ଏମିତି କି ଭୋଟିଂ ହାର ମଧ୍ୟ କମିପାରେ। ଏହାକୁ ଦୃଷ୍ଟିରେ ରଖି ନଭେମ୍ବର ୨୩ ପରିବର୍ତ୍ତେ ୨୫ରେ ଭୋଟ୍ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ନିର୍ବଚନ କମିଶନ ପକ୍ଷରୁ କୁହାଯାଇଛି।

Advertisment

ସୂଚନା ଅନୁସାରେ ଗତ ସୋମବାର ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା। ରାଜସ୍ଥାନ ନଭେମ୍ବର ୨୩ରେ ଭୋଟିଂ ହେବ ବୋଲି ପୂର୍ବରୁ ଘୋଷଣା କରିଥିଲେ ଇସି। ତେବେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ତାରିଖରେ ନିର୍ବାଚନ ହେଉଥିବା ବେଳେ ଭୋଟ୍ ଗଣତି କିନ୍ତୁ ଡିସେମ୍ବର ୩ରେ ହେବ ।

India Election Commission Rajasthan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ