Advertisment

ହସ୍ପିଟାଲ ପରିଦର୍ଶନ କଲେ ରେଳମନ୍ତ୍ରୀ; ଡାକ୍ତର ସମସ୍ୟାର ସମାଧାନ ଲାଗି ଦେଲେ ପ୍ରତିଶ୍ରୁତି

ସପ୍ତାହକୁ ଦୁଇ ଦିନ ପାଇଁ ମେଡିକାଲ ଖୋଲୁଥିବା ବେଳେ, ଆଗାମୀ ଦିନରେ ପୂର୍ଣ୍ଣକାଳୀନ ଡାକ୍ତର ନିଯୁକ୍ତି ପାଇଁ ସେ ପ୍ରୟାସ କରିବେ ବୋଲି କହିଛନ୍ତି ଅଶ୍ୱିନୀ ।

ଅଦ୍ୟତନ ହୋଇଛି
Ashwini Vaishnaw

Ashwini Vaishnaw

Advertisment

ବାଲେଶ୍ୱର ଏମ୍‌ସ ସାଟେଲାଇଟ ହସପିଟାଲ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏ ଅବସରରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ସମସ୍ୟା ଗୁଡିକର ଆଶୁ ସମାଧାନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Advertisment

ଏବେ ସପ୍ତାହକୁ ଦୁଇ ଦିନ ପାଇଁ ମେଡିକାଲ ଖୋଲୁଥିବା ବେଳେ, ଆଗାମୀ ଦିନରେ ପୂର୍ଣ୍ଣକାଳୀନ ଡାକ୍ତର ନିଯୁକ୍ତି ପାଇଁ ସେ ପ୍ରୟାସ କରିବେ ବୋଲି କହିଛନ୍ତି । ମନ୍ତ୍ରୀଙ୍କ ଗସ୍ତବେଳେ ବାଲେଶ୍ୱର ସାଂସଦ ଅଶ୍ୱିନୀ ବୈଷ୍ଣବ, ଏମସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ ।

ସେପଟେ ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନରେ ଜାରି ରହିଥିବା ଉନ୍ନତୀକରଣ କାମର ତଦାରଖ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କଟକ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯାଉଥିବା ରେଳମନ୍ତ୍ରୀ କହିଛନ୍ତି । ଷ୍ଟେସନରେ ତ୍ୱରାନ୍ୱିତ କାମ ଦେଖି ଖୁସି ପ୍ରକାଶ କରିବା ସହ ପ୍ରଶଂସା କରିଛନ୍ତି ।

Advertisment

ଷ୍ଟେସନରେ ବଡ ଧରଣର ରୁଫ୍ ପ୍ଲାଜା ନିର୍ମାଣ ଚାଲିଥିବା ବେଳେ ତା’ ଉପରେ ସ୍ଥାନୀୟ ଉତ୍ପାଦ ଏବଂ ଖାଦ୍ୟର ଷ୍ଟଲ ଖୋଲିବ ବୋଲି ସେ କହିଛନ୍ତି। ସେହିପରି ଭୁବନେଶ୍ୱର ରେଳ ଷ୍ଟେସନକୁ ମଧ୍ୟ ବିଶ୍ୱସ୍ତରୀୟ କରାଯିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଭୋକାଲ ଫର୍ ଲୋକାଲ ଅହ୍ୱାନକୁ ଗୁରୁତ୍ୱ ଦିଆଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି ।

Railway Station Railway Minister Ashwini Vaishnaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ