Rahul Slams BJP
ରାଜ୍ୟ ସରକାରଙ୍କୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସିଧା ନିଶାନା। ଲୋକଙ୍କଠାରୁ ଚୋରି କରିବା କାମ ଏଠିକାର ସରକାର କରୁଛି, ପୂର୍ବରୁ ବିଜେଡି ସରକାର କରୁଥିଲା, ଆଉ ଏବେ ବର୍ତ୍ତମାନର ସରକାର। ଏଥିସହ ବିଜେପି ସମ୍ବିଧାନ ଉପରେ ହମଲା କରୁଛି ବୋଲି ଭୁବନେଶ୍ବରରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେଇ ଏଭଳି ବର୍ଷିଛନ୍ତି ରାହୁଲ ଗାନ୍ଧି।
ଏଥିସହ ଅନେକ ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ସରକାର ବିରୋଧରେ ଏହି ଲଢେଇ ଜନତାଙ୍କ ସହିତ ମିଶି ଜିତି ପାରିବ କଂଗ୍ରେସ। ମହାରାଷ୍ଟ୍ର ଭଳି ବିହାରରେ ଭୋଟର ଲିଷ୍ଟ ଚୋରି ହୋଇଛି। ସେହିପରି ଓଡ଼ିଶାରେ ଜଳ ଜଙ୍ଗଲ ଜମି ଆଦିବାସୀଙ୍କର ଥିଲା ତାହା ରହିବ। ପେସା ଆଇନ୍ ଲାଗୁ ନକରି ଆଦିବାସୀଙ୍କୁ ଏଠାରୁ ହଟେଇ ଦିଆଯାଉଛି। ଏମିତିକି ରଥଯାତ୍ରା ବେଳେ ଏକ ଡ୍ରାମା ହେଲା। ଆଦାନୀଙ୍କ ପରିବାର ପାଇଁ ରଥକୁ ଅଟକାଇ ଦିଆଗଲା। ଏବେ ଓଡ଼ିଶାରେ ୪୦ ହଜାର ମହିଳା ନିଖୋଜ ଅଛନ୍ତି। କିନ୍ତୁ ସରକାରଙ୍କ ଏନେଇ କିଛି ଯାଏ ଆସେ ନାହିଁ। ଆମେ ତେଲେଙ୍ଗାନାରେ ଜାତି ଜନଗଣନା କରାଇଲୁ। ଭଲ ରେଜଲ୍ଟ ଆସିଲା। ଓଡ଼ିଶାରେ ପଛୁଆ ବର୍ଗ ଅବହେଳିତ। ମୁଁ ଭକ୍ତ ଦାସଙ୍କୁ କହିଛି ଲୋକଙ୍କୁ ବୁଝାଅ, ଜାତି ଜନଗଣନା କେତେ ଗୁରୁତ୍ୱପୂର୍ଣ୍ଣ। ବିଜେପି ସରକାର ଡ୍ରାଇଭର୍ ସଂଘ ଉପରେ ଚାପ ପକାଇ ଡରାଇଲେ। ହେଲେ ମୁଁ ଧନ୍ୟବାଦ ଦେଉଛି ସେମାନେ ଏହି କାର୍ଯ୍ୟକ୍ରମକୁ ସଫଳ କଲେ। ଡ୍ରାଇଭର୍ ସଂଘର ସମସ୍ତ ଦାବି ପୂରଣ ହେବା ଦରକାର ବୋଲି କହିଛନ୍ତି ରାହୁଲ।
ଅଧିକ ପଢ଼ନ୍ତୁ: କଂଗ୍ରେସ ସଭା ପାଇଁ କୋହଳ, ଜନତାଙ୍କ ପାଇଁ କଠୋର କାହିଁକି
ରାହୁଲ ଗାନ୍ଧୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସ ଉପରେ ବର୍ଷିଲା ବିଜେପି। ଏହା ସମ୍ବିଧାନ ବଞ୍ଚାଓ ଅଭିଯାନ ନୁହେଁ, କଂଗ୍ରେସ ବଞ୍ଚାଅ ଅଭିଯାନ। ପ୍ରେସମିଟରେ ବିଜେପି କହିଛି, କଂଗ୍ରେସ ଆକ୍ଷେପ ଦର୍ଶାଉଛି ରାଜ୍ୟରେ କଂଗ୍ରେସ ଆଜି ବି ହତାଶା ଭିତରେ ରହିଛି। ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି। କଂଗ୍ରେସ ଗଣତନ୍ତ୍ରର କଥା କହିବା, ନିଜେ କାଚଘରେ ରହି ଅନ୍ୟକୁ ପଥର ଫୋପାଡିବା ସହ ସମାନ।
ଏଥିସହ ବିଜେପି ଅଭିଯୋଗ କରିଛି, ଗଣତନ୍ତ୍ରକୁ ହତ୍ୟା କରିଛି କଂଗ୍ରେସ। ତାଙ୍କ ଦଳରେ ଅଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ। ନେହେରୁଙ୍କ ସମୟରେ ବାପା-ଝିଅ ଓ ଇନ୍ଦିରା ଗାନ୍ଧୀଙ୍କ ସମୟରେ ମାଆ, ପୁଅ ଓ ଏବେ ମାଆ-ପୁଅ-ଝିଅ-ଜ୍ୱାଇଁଙ୍କ ଦଳ ହେଇକି ଅଛି। ଅନ୍ୟ ସମସ୍ତେ ଆୟ ରାମ ଗୟା ରାମ। ଗଣତନ୍ତ୍ର କଥା କହୁଥିବା କଂଗ୍ରେସ ପ୍ରଥମେ ସମ୍ବିଧାନକୁ ସଂଶୋଧନ କରିଥିଲା। କଂଗ୍ରେସ ଅସ୍ତଗାମୀ ରାଜନୈତିକ ଦଳ। ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବାରୁ ଓଡିଶା ମାଟିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଭୁଲ୍ ମାଗନ୍ତୁ ବୋଲି ବିଜେପି କହିଛି। ଅନ୍ୟପଟେ ବିଜେପିର ଅଭିଯୋଗ ଉପରେ କଂଗ୍ରେସର ପ୍ରତିକ୍ରିୟା ମିଳି ପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752222488.jpg)